ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ ବାର୍ଡ ବିବାହ କରିବାକୁ ଯାଉଥିବା ବେଳେ କେବେ ବିବାହ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉଭୟ ରିଲେଶନସିପରେ ଥିବା ବେଳେ କିଛି କିଛି କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳେ । ଏମାନଙ୍କ ଭଲ ପାଇବାକୁ ଆଲିଆ ଯଦିଓ ଏକ ପ୍ରକାର ସ୍ୱୀକାର କରି ସାରିଛନ୍ତି ରଣବୀର କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କେଉଁଠି କିଛିବି କହି ନାହାନ୍ତି । କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହା ତାଙ୍କର ସେଲ୍ଫି । ଏବେ ଆଲିଆ ୪୦ ଦିନ ଫିଟନେସ୍ ଚ୍ୟାଲେଞ୍ଜ ନେଇଛନ୍ତି । ଏହି ଫଟୋ ଶେୟାର କରି ସେ ଲେଖିଛନ୍ତି ଆଉ ରହିଲା ମାତ୍ର ୨୦ ଦିନ । ଉକ୍ତ ଫଟୋରେ ଆଲିଆ ସ୍ପୋର୍ଟସ ଇନର ପିନ୍ଧିଥିବା ଦେଖାଯାଇଛି । ଏହାରି ଭିତରେ ଆଲିଆଙ୍କ ମୋବାଇଲ କଭର ଆସିଯାଇଛି ଚର୍ଚ୍ଚାକୁ । ଯେଉଁଥିରେ ୮ ନମ୍ବର ଲେଖାଯିବା ସହ ହାର୍ଟର ଏକ ଚିତ୍ର ହୋଇଛି । ସୂଚନାଯୋଗ୍ୟ, ରଣବୀର କପୁରଙ୍କ ଲକି ନମ୍ବର ହେଉଛି ୮ । ଗତବର୍ଷ ରଣବୀରଙ୍କ ଜନ୍ମଦିନରେ ଯେଉଁ କେକ୍ ଆସିଥିଲା ତା’ର ଫଟୋକୁ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ହାପି ବାର୍ଥ ଡେ ୮ ବୋଲି ଲେଖିଥିଲେ । ତେଣୁ ଏଥର ବି ଆଲିଆ ତାଙ୍କ ଭଲ ପାଇବାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ କୋଟି କ୍ଲବ୍‌ରେ ‘ଭୁଲ୍‌ ଭୁଲେୟା-୨’, ଏହି ଖୁସିରେ କାର୍ତ୍ତିକ କଲେ ଏମିତି କାମ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ଫିଲ୍ମଟି ୧୦୦ କୋଟି...

୨୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେର୍କଡ ଭାଙ୍ଗିଛି। ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ଏହି...

ରିଲିଜ ହେବ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’- ‘ଭୂତ’: ବକ୍ସ ଅଫିସରେ ଆୟୁଷ୍ମାନ-ବିକ୍କିଙ୍କ ମଧ୍ୟରେ ଟକ୍କର

ବମ୍ବେ: ଆସନ୍ତା ସପ୍ତାହରେ ରିଲିଜ ହେବ ଦୁଇଟି ବହୁ ପ୍ରତୀକ୍ଷିତ ଫିଲ୍ମ। ଗୋଟିଏ ପଟେ ଆୟୁଷ୍ମାନ ଖୁରାନ୍ନାଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ଅନ୍ୟପକ୍ଷେ ବିକ୍କି...

‘ଦାଦା ସାହେବ ଫାଲକେ ପୁରସ୍କାର ପାଇବି କେବେ ଭାବି ନ ଥିଲି’

ଚେନ୍ନାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଚଳିତ ବର୍ଷ ‘ଦାଦା ସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯିବ। ସେ ତାଙ୍କ ବାସଭବନରେ ଏକ ପ୍ରେସମିଟ୍‌ କରି...

ସୋନୁ ସୁଦଙ୍କ ଯୋଗୁ ଧରାପଡିଲା ମାଙ୍କଡ, ମାମଲା ଜାଣିଲେ ହସି ହସି ଗଡିବେ

ଉତ୍ତର ପ୍ରଦେଶର କୁଶୀନଗର ଜିଲାର ପରଭରପାର ଗ୍ରାମରେ ଏକ ରୋଚକ ଘଟଣା ଘଟିଛି। କିଛି ମାସ ହେବ ଏହି ଗଁାରେ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଥିଲା।...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଏହି କାରଣରୁ ଘର ସାମ୍ନାରେ ଠିଆ ହୋଇଥିଲା ଦୁଇଟି ଆମ୍ବୁଲାନ୍ସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରସଙ୍ଗ ହୋଇସାରିଛି। ଯାହାର ସତ୍ୟତା ଜାଣିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଏହି...

କେବଳ ଏହି କାରଣ ପାଇଁ ଅମିରଙ୍କ ଉପରେ ଭୀଷଣ ରାଗିଥିଲେ ମାଧୁରୀ

୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା...

ପ୍ରଥମଥର ନେଗେଟିଭ କ୍ୟାରେକ୍ଟରରେ ୟାମି

ମୁମ୍ବାଇ: କରୋନା ମହାମାରୀ ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିବା ସିନେମା ହଲ୍ ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି । କରୋନାର ପ୍ରକୋପ...

Advertisement
Archives

Model This Week