ଆପେ ବଞ୍ଚିଲେ

କରୋନାର ଦ୍ୱିତୀୟ ଲହର ମନେ ପକାଉଛି ପୂର୍ବଦିନଗୁଡ଼ିକର କରୁଣ ଚିତ୍ର। ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅନ୍ୟ ରାଜ୍ୟକୁ ବ୍ୟାପିବା ଯୋଗୁ ଆଉ ଏକ ଲକ୍‌ଡାଉନ ଭୟ ଦେଖାଦେଇଛି। ଏବେ ମୋଟ ସଂକ୍ରମିତ ସଂଖ୍ୟାର ୫୭.୨୭% ରହିଛନ୍ତି ମହାରାଷ୍ଟ୍ରରେ। ଗୁଜରାଟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହି ଦୁଇ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ। ଏମାନେ ପୁଣି ଘରମୁହଁା ହେଲେଣି। ଅପରପକ୍ଷେ କୋଭିଡ୍‌ ୧୯ ଟିକାକରଣ ଚାଲିଛି। ମୋଟ ୮ କୋଟି ଲୋକଙ୍କୁ ଅଦ୍ୟାବଧି ଟିକା ଦିଆଯାଇଥିବା କୁହାଯାଉଥିବାବେଳେ ସେଥିମଧ୍ୟରୁ ଅଧିକାଂଶ କେବଳ ପ୍ରଥମ ଡୋଜ୍‌ ପାଇଛନ୍ତି। ତେବେ ଯେଉଁ ମନ୍ଥର ଗତିରେ ଟିକାକରଣ ଚାଲିଛି ୧୩୫ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ସର୍ବନିମ୍ନ ଦୁଇଥର ଟିକା ଦିଆଗଲେ ୧୫ ବର୍ଷ ଲାଗିଯିବ ବୋଲି ଆକଳନ କରାଯାଉଛି। ମନେରଖିବାକୁ ହେବ, ଭାରତରେ ମିଳୁଥିତ୍ବା କୋଭାକ୍ସିନ ଓ କୋଭିଶିଲ୍ଡ ଟିକାର ମଣିଷ ଦେହରେ ପ୍ରଭାବ ସର୍ବାଧିକ ୩ରୁ ୪ ମାସ ଯାଏ ରହିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିରୁ ଅନୁମାନ କରିହେବ ଭାରତରେ ଟିକାକରଣ ଅଭିଯାନ କେତେଦୂର ସଫଳ ହୋଇପାରିବ। ୨୦୧୧ ଜନଗଣନା ଅନୁଯାୟୀ ୧୮ ବର୍ଷ ବୟସରୁ କମ୍‌ ପିଲା ଓ କିଶୋରମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୪୧ ପ୍ରତିଶତ। ଏବେ ଏହା ୫୦% ହେବ ବୋଲି ବିଶ୍ୱାସ କରାଯାଇପାରେ। ବିଶେଷ କରି ଏହି ଦ୍ୱିତୀୟ ଲହରରେ ପରିଲକ୍ଷିତ ହେଉଛି ଯେ, କିଶୋର ଓ ପିଲା ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କୁ ଟିକା ଦିଆଯିବା ପାଳି କେତେବେଳେ ପଡ଼ିବ ତାହା କେହି କହିପାରିବେ ନାହିଁ। ଏଥିସହିତ ଯୋଡ଼ି ହୋଇଯାଇଛି ଟିକା ଅଭାବର ସମସ୍ୟା।
ଏକ ପୁରୁଣା ଓଡ଼ିଆ ଢଗ ଅଛି -‘ ଆପେ ବଞ୍ଚିଲେ ବାପର ନାଁ ’। ଏହାକୁ ସ୍ବାର୍ଥପର ଆଭିମୁଖ୍ୟ ବୋଲି କୁହାଯାଇପାରେ, କିନ୍ତୁ ଆଜିର କରୋନା ଭୂତାଣୁ ଯୁଗରେ ସମ୍ଭବତଃ ଏହା ହେଉଛି ଏକ ପନ୍ଥା। ଅର୍ଥାତ୍‌ ହାତ ଧୋଇବା, ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କରିବା, ନାକ ଓ ପାଟିକୁ ସବୁବେଳେ ଘୋଡ଼ାଇ ରଖିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଲା ଭିଡ଼ ସୃଷ୍ଟି କରିବା ନାହିଁ କିମ୍ବା ଭିଡ଼ରେ ପ୍ରବେଶ କରିବା ନାହିଁ। ପ୍ରତ୍ୟେକ ନାଗରିକ ଏହି ସହଜ କେତୋଟି ପଦକ୍ଷେପ ପ୍ରତି ସଜାଗ ରହିପାରିଲେ ପରିବାରର ସମସ୍ତେ ସୁରକ୍ଷିତ ରହିବେ। ଯେଉଁମାନେ ଏହା ମାନୁନାହାନ୍ତି ସେମାନଙ୍କୁ ସମାଜବିରୋଧୀ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?