ଆପେ ବଞ୍ଚିଲେ

କରୋନାର ଦ୍ୱିତୀୟ ଲହର ମନେ ପକାଉଛି ପୂର୍ବଦିନଗୁଡ଼ିକର କରୁଣ ଚିତ୍ର। ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅନ୍ୟ ରାଜ୍ୟକୁ ବ୍ୟାପିବା ଯୋଗୁ ଆଉ ଏକ ଲକ୍‌ଡାଉନ ଭୟ ଦେଖାଦେଇଛି। ଏବେ ମୋଟ ସଂକ୍ରମିତ ସଂଖ୍ୟାର ୫୭.୨୭% ରହିଛନ୍ତି ମହାରାଷ୍ଟ୍ରରେ। ଗୁଜରାଟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହି ଦୁଇ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ। ଏମାନେ ପୁଣି ଘରମୁହଁା ହେଲେଣି। ଅପରପକ୍ଷେ କୋଭିଡ୍‌ ୧୯ ଟିକାକରଣ ଚାଲିଛି। ମୋଟ ୮ କୋଟି ଲୋକଙ୍କୁ ଅଦ୍ୟାବଧି ଟିକା ଦିଆଯାଇଥିବା କୁହାଯାଉଥିବାବେଳେ ସେଥିମଧ୍ୟରୁ ଅଧିକାଂଶ କେବଳ ପ୍ରଥମ ଡୋଜ୍‌ ପାଇଛନ୍ତି। ତେବେ ଯେଉଁ ମନ୍ଥର ଗତିରେ ଟିକାକରଣ ଚାଲିଛି ୧୩୫ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମସ୍ତଙ୍କୁ ସର୍ବନିମ୍ନ ଦୁଇଥର ଟିକା ଦିଆଗଲେ ୧୫ ବର୍ଷ ଲାଗିଯିବ ବୋଲି ଆକଳନ କରାଯାଉଛି। ମନେରଖିବାକୁ ହେବ, ଭାରତରେ ମିଳୁଥିତ୍ବା କୋଭାକ୍ସିନ ଓ କୋଭିଶିଲ୍ଡ ଟିକାର ମଣିଷ ଦେହରେ ପ୍ରଭାବ ସର୍ବାଧିକ ୩ରୁ ୪ ମାସ ଯାଏ ରହିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିରୁ ଅନୁମାନ କରିହେବ ଭାରତରେ ଟିକାକରଣ ଅଭିଯାନ କେତେଦୂର ସଫଳ ହୋଇପାରିବ। ୨୦୧୧ ଜନଗଣନା ଅନୁଯାୟୀ ୧୮ ବର୍ଷ ବୟସରୁ କମ୍‌ ପିଲା ଓ କିଶୋରମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୪୧ ପ୍ରତିଶତ। ଏବେ ଏହା ୫୦% ହେବ ବୋଲି ବିଶ୍ୱାସ କରାଯାଇପାରେ। ବିଶେଷ କରି ଏହି ଦ୍ୱିତୀୟ ଲହରରେ ପରିଲକ୍ଷିତ ହେଉଛି ଯେ, କିଶୋର ଓ ପିଲା ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କୁ ଟିକା ଦିଆଯିବା ପାଳି କେତେବେଳେ ପଡ଼ିବ ତାହା କେହି କହିପାରିବେ ନାହିଁ। ଏଥିସହିତ ଯୋଡ଼ି ହୋଇଯାଇଛି ଟିକା ଅଭାବର ସମସ୍ୟା।
ଏକ ପୁରୁଣା ଓଡ଼ିଆ ଢଗ ଅଛି -‘ ଆପେ ବଞ୍ଚିଲେ ବାପର ନାଁ ’। ଏହାକୁ ସ୍ବାର୍ଥପର ଆଭିମୁଖ୍ୟ ବୋଲି କୁହାଯାଇପାରେ, କିନ୍ତୁ ଆଜିର କରୋନା ଭୂତାଣୁ ଯୁଗରେ ସମ୍ଭବତଃ ଏହା ହେଉଛି ଏକ ପନ୍ଥା। ଅର୍ଥାତ୍‌ ହାତ ଧୋଇବା, ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କରିବା, ନାକ ଓ ପାଟିକୁ ସବୁବେଳେ ଘୋଡ଼ାଇ ରଖିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଲା ଭିଡ଼ ସୃଷ୍ଟି କରିବା ନାହିଁ କିମ୍ବା ଭିଡ଼ରେ ପ୍ରବେଶ କରିବା ନାହିଁ। ପ୍ରତ୍ୟେକ ନାଗରିକ ଏହି ସହଜ କେତୋଟି ପଦକ୍ଷେପ ପ୍ରତି ସଜାଗ ରହିପାରିଲେ ପରିବାରର ସମସ୍ତେ ସୁରକ୍ଷିତ ରହିବେ। ଯେଉଁମାନେ ଏହା ମାନୁନାହାନ୍ତି ସେମାନଙ୍କୁ ସମାଜବିରୋଧୀ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri