ନୀରୋଗ ରହିବାର ସୂତ୍ର

ନିଜର ଓଜନକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ।
ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ।
ସବୁବେଳେ ନିଜର ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଚାପର ବଶବର୍ତ୍ତୀ ହେବାର ଆଶଙ୍କା କମ୍‌ ଥାଏ।
କୌଣସି ରୋଗର କାରଣକୁ ହାଲକା ଭାବରେ ନିଅନ୍ତୁ ନାହିଁ। କାରଣ ଏହା ହୁଏତ ପରବର୍ତ୍ତୀ ସମୟରେ ଜଟିଳ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ।
ଦୃଷ୍ଟିଶକ୍ତିଜନିତ କିଛି ସମସ୍ୟା ସମ୍ପର୍କରେ ଜାଣିପାରିଲେ ବିଳମ୍ବ ନ କରି ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞଙ୍କ ନିକଟରେ ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ।
ଏକାଥରେ ଅଧିକ ଖାଦ୍ୟ ଖାଇବା ଅପେକ୍ଷା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ।
ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହି କାମ କରିବାକୁ ପଡୁଥିଲେ ତା’ ଭିତରେ କିଛି ସମୟ ଉଠି ଚଲାବୁଲା କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିୟମିତ ସମୟ ଅନ୍ତରାଳରେ ହେଲ୍‌ଥ ଚେକ୍‌ ଅପ୍‌ କରାଇବାକୁ ଭୁଲନ୍ତୁ ନାହିଁ।

 

ରୋଗ ପ୍ରତିରୋଧକ ଶକ୍ତି ଓ ଆୟୁର୍ବେଦ

ବର୍ତ୍ତମାନର ପ୍ରଦୂଷିତ ଜଳବାୟୁ, ଅପମିଶ୍ରିତ ଖାଦ୍ୟପଦାର୍ଥ ମଣିଷକୁ ରୋଗଗ୍ରସ୍ତ କରି ପକାଉଛି। ତେଣୁ ଏହି ପରିସ୍ଥିତିରେ ସୁସ୍ଥ ଜୀବନଯାପନ ପାଇଁ ପ୍ରଥମେ ଶୁଦ୍ଧ ତଥା ଶୀତଳ ବାୟୁ ପାଇବା ଲାଗି ପର୍ଯ୍ୟାପ୍ତ ପରିମାଣର ଝଙ୍କାଳିଆ ବୃକ୍ଷରୋପଣ କରିବାକୁ ପଡ଼ିବ। ବର୍ତ୍ତମାନ ମହାମାରୀ କରୋନା ପୁଣି ଥରେ ତାହାର କାୟା ବିସ୍ତାର କରିଛି। ତେଣୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ। ଖାଇବା ପୂର୍ବରୁ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ତେବେ ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଦାନ୍ତ ଘଷି ୭ଟି ତୁଳସୀ ପତ୍ର ଓ ଭୂନିମ୍ବ ପତ୍ର ୩ଟି ସେବନ କଲେ ଜ୍ୱର, ଶ୍ୱାସ, କାଶ, ଚର୍ମ, ପେଟ ଓ ଯକୃତ (ଲିଭର) ସମ୍ବନ୍ଧୀୟ ରୋଗ ହୋଇ ନ ଥାଏ। ରାତିରେ ଅଧାଗ୍ଲାସ ପାଣିରେ ତ୍ରିଫଳା ଗୁଣ୍ଡ ଏକ ଚାମଚ ପକାଇ ସକାଳେ ଛାଣି ପିଇଲେ ଚକ୍ଷୁ ଏବଂ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ। ଗାଧୋଇବା ପୂର୍ବରୁ ନାକରେ ଅଣୁ/ସଖର୍ପ ତେଲ ନସ୍ୟ ନେବା ସହ ଗୋଡର ବୃଦ୍ଧାଙ୍ଗୁଠି ନଖରେ ଲଗାଇ ଦେହରେ ତୈଳାଭ୍ୟଙ୍ଗ କରି ସ୍ନାନ କଲେ ଦୃଷ୍ଟି ଶକ୍ତି ଠିକ୍‌ ରହିଥାଏ। ନାସା, ଗଳା, କର୍ଣ୍ଣ ଓ କେଶ ସମ୍ବନ୍ଧୀୟ ଊର୍ଦ୍ଧ୍ୱଯର୍ତୁଗତ ରୋଗ ଦୂରୀଭୂତ ହୋଇଥାଏ। ଦୈନିକ ଅଁଳାରସ ୧ ଚାମଚ ଓ ଘିକୁଅଁାରୀ ରସ ୧ଚାମଚ ପାନ କଲେ ଥଣ୍ଡା ଓ ଯକୃତଜନିତ ରୋଗ ଦୂର ହୁଏ।
ଜୈବିକ ସାରରେ ଉତ୍ପନ୍ନ ପନିପରିବା ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ଉତ୍ତମ ରୂପେ ମିଳେ। ପ୍ରାତଃ ସୂର୍ଯ୍ୟାଲୋକରେ ଭ୍ରମଣ କଲେ ଶରୀରକୁ ଭିଟାମିନ୍‌ ‘ଡି’ ମିଳିଥାଏ। ଅନୁଲୋମ ବିଲମ, କପାଳଭାତି, ସୂର୍ଯ୍ୟନମସ୍କାର ଆଦି ପ୍ରାଣାୟାମ ଓ ଆସନ କରନ୍ତୁ। ଏଥିସହ ସକାଳେ ଖାଲିପେଟରେ ଗୋଲମରିଚ, ଯଷ୍ଟିମଧୁ, ତେଜପତ୍ର, ଡାଲଚିନି, ତୁଳସୀପତ୍ର/ଜଟା, ଲବଙ୍ଗ, ସିଳଦୀ ଗୁଜୁରାତି ସ୍ବଳ୍ପ ପରିମାଣରେ ନେଇ କ୍ୱାଥ୍‌ ପ୍ରସ୍ତୁତ କରି ଉଷୁମ ଅଧା କପ ଖାଇବା ପୂର୍ବରୁ ଓ ସନ୍ଧ୍ୟାରେ ସେବନ କରନ୍ତୁ। ଏଥି ସହ ଅଶ୍ୱଗନ୍ଧା ଚୂର୍ଣ୍ଣ ମିଶାଇ ଉଷୁମ କ୍ଷୀର ୧କପ ସହ ସେବନ କଲେ ଥଣ୍ଡା, ସର୍ଦ୍ଦି, ଜ୍ୱର, କାଶ ଓ ସ୍ନାୟୁଜନିତ ରୋଗ ନ ହୋଇ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଏ।
-ଡା. ଆଶିଷ ବାଜାର୍ନୀ
ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ, ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?