ନୀରୋଗ ରହିବାର ସୂତ୍ର

ନିଜର ଓଜନକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ।
ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ।
ସବୁବେଳେ ନିଜର ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଚାପର ବଶବର୍ତ୍ତୀ ହେବାର ଆଶଙ୍କା କମ୍‌ ଥାଏ।
କୌଣସି ରୋଗର କାରଣକୁ ହାଲକା ଭାବରେ ନିଅନ୍ତୁ ନାହିଁ। କାରଣ ଏହା ହୁଏତ ପରବର୍ତ୍ତୀ ସମୟରେ ଜଟିଳ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ।
ଦୃଷ୍ଟିଶକ୍ତିଜନିତ କିଛି ସମସ୍ୟା ସମ୍ପର୍କରେ ଜାଣିପାରିଲେ ବିଳମ୍ବ ନ କରି ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞଙ୍କ ନିକଟରେ ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ।
ଏକାଥରେ ଅଧିକ ଖାଦ୍ୟ ଖାଇବା ଅପେକ୍ଷା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ।
ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହି କାମ କରିବାକୁ ପଡୁଥିଲେ ତା’ ଭିତରେ କିଛି ସମୟ ଉଠି ଚଲାବୁଲା କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିୟମିତ ସମୟ ଅନ୍ତରାଳରେ ହେଲ୍‌ଥ ଚେକ୍‌ ଅପ୍‌ କରାଇବାକୁ ଭୁଲନ୍ତୁ ନାହିଁ।

 

ରୋଗ ପ୍ରତିରୋଧକ ଶକ୍ତି ଓ ଆୟୁର୍ବେଦ

ବର୍ତ୍ତମାନର ପ୍ରଦୂଷିତ ଜଳବାୟୁ, ଅପମିଶ୍ରିତ ଖାଦ୍ୟପଦାର୍ଥ ମଣିଷକୁ ରୋଗଗ୍ରସ୍ତ କରି ପକାଉଛି। ତେଣୁ ଏହି ପରିସ୍ଥିତିରେ ସୁସ୍ଥ ଜୀବନଯାପନ ପାଇଁ ପ୍ରଥମେ ଶୁଦ୍ଧ ତଥା ଶୀତଳ ବାୟୁ ପାଇବା ଲାଗି ପର୍ଯ୍ୟାପ୍ତ ପରିମାଣର ଝଙ୍କାଳିଆ ବୃକ୍ଷରୋପଣ କରିବାକୁ ପଡ଼ିବ। ବର୍ତ୍ତମାନ ମହାମାରୀ କରୋନା ପୁଣି ଥରେ ତାହାର କାୟା ବିସ୍ତାର କରିଛି। ତେଣୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ। ଖାଇବା ପୂର୍ବରୁ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ତେବେ ସୁସ୍ଥ ଜୀବନ ପାଇଁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଦାନ୍ତ ଘଷି ୭ଟି ତୁଳସୀ ପତ୍ର ଓ ଭୂନିମ୍ବ ପତ୍ର ୩ଟି ସେବନ କଲେ ଜ୍ୱର, ଶ୍ୱାସ, କାଶ, ଚର୍ମ, ପେଟ ଓ ଯକୃତ (ଲିଭର) ସମ୍ବନ୍ଧୀୟ ରୋଗ ହୋଇ ନ ଥାଏ। ରାତିରେ ଅଧାଗ୍ଲାସ ପାଣିରେ ତ୍ରିଫଳା ଗୁଣ୍ଡ ଏକ ଚାମଚ ପକାଇ ସକାଳେ ଛାଣି ପିଇଲେ ଚକ୍ଷୁ ଏବଂ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ। ଗାଧୋଇବା ପୂର୍ବରୁ ନାକରେ ଅଣୁ/ସଖର୍ପ ତେଲ ନସ୍ୟ ନେବା ସହ ଗୋଡର ବୃଦ୍ଧାଙ୍ଗୁଠି ନଖରେ ଲଗାଇ ଦେହରେ ତୈଳାଭ୍ୟଙ୍ଗ କରି ସ୍ନାନ କଲେ ଦୃଷ୍ଟି ଶକ୍ତି ଠିକ୍‌ ରହିଥାଏ। ନାସା, ଗଳା, କର୍ଣ୍ଣ ଓ କେଶ ସମ୍ବନ୍ଧୀୟ ଊର୍ଦ୍ଧ୍ୱଯର୍ତୁଗତ ରୋଗ ଦୂରୀଭୂତ ହୋଇଥାଏ। ଦୈନିକ ଅଁଳାରସ ୧ ଚାମଚ ଓ ଘିକୁଅଁାରୀ ରସ ୧ଚାମଚ ପାନ କଲେ ଥଣ୍ଡା ଓ ଯକୃତଜନିତ ରୋଗ ଦୂର ହୁଏ।
ଜୈବିକ ସାରରେ ଉତ୍ପନ୍ନ ପନିପରିବା ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ଉତ୍ତମ ରୂପେ ମିଳେ। ପ୍ରାତଃ ସୂର୍ଯ୍ୟାଲୋକରେ ଭ୍ରମଣ କଲେ ଶରୀରକୁ ଭିଟାମିନ୍‌ ‘ଡି’ ମିଳିଥାଏ। ଅନୁଲୋମ ବିଲମ, କପାଳଭାତି, ସୂର୍ଯ୍ୟନମସ୍କାର ଆଦି ପ୍ରାଣାୟାମ ଓ ଆସନ କରନ୍ତୁ। ଏଥିସହ ସକାଳେ ଖାଲିପେଟରେ ଗୋଲମରିଚ, ଯଷ୍ଟିମଧୁ, ତେଜପତ୍ର, ଡାଲଚିନି, ତୁଳସୀପତ୍ର/ଜଟା, ଲବଙ୍ଗ, ସିଳଦୀ ଗୁଜୁରାତି ସ୍ବଳ୍ପ ପରିମାଣରେ ନେଇ କ୍ୱାଥ୍‌ ପ୍ରସ୍ତୁତ କରି ଉଷୁମ ଅଧା କପ ଖାଇବା ପୂର୍ବରୁ ଓ ସନ୍ଧ୍ୟାରେ ସେବନ କରନ୍ତୁ। ଏଥି ସହ ଅଶ୍ୱଗନ୍ଧା ଚୂର୍ଣ୍ଣ ମିଶାଇ ଉଷୁମ କ୍ଷୀର ୧କପ ସହ ସେବନ କଲେ ଥଣ୍ଡା, ସର୍ଦ୍ଦି, ଜ୍ୱର, କାଶ ଓ ସ୍ନାୟୁଜନିତ ରୋଗ ନ ହୋଇ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଏ।
-ଡା. ଆଶିଷ ବାଜାର୍ନୀ
ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ, ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri