ସ୍ବାସ୍ଥ୍ୟଗତ ସଙ୍କଟ ଓ ଭାରତୀୟଙ୍କ ସୁସ୍ଥତା

ବିଶ୍ବ ଆଜି କରୋନା ଭୂତାଣୁଜନିତ ସଂକ୍ରାମକ ରୋଗକୁ ନେଇ ଶଙ୍କାଗ୍ରସ୍ତ। କେବଳ ଟିକିଏ ସତର୍କତା, ସଚେତନତା ତଥା ସାବଧାନତା ହିଁ ଏହି ମହାମାରୀଠାରୁ ଆମକୁ ଦୂରେଇ ରଖିବ। ସରକାରୀ ନିର୍ଦ୍ଦେଶକୁ ମାନି ଆମକୁ ଆଗକୁ ବଢ଼ିବାକୁ ହେବ। ଏପରି ଏକ ସମୟର ସମ୍ମୁଖୀନ ହେବା ଆମ କଳ୍ପନା ବାହାରେ ଥିଲା। ମଣିଷ ଭାବି ନେଇଥିଲା ସେ ଅପରାଜେୟ। ମାତ୍ର ପ୍ରକୃତି ଜଣେଇ ଦେଇଛି କିଏ ଅଧିକ ଶକ୍ତିଶାଳୀ। ଏ ସମୟ ଚାଲିଯିବ ଭଲ ସମୟ ପୁଣି ଫେରିଆସିବ ଏଥିରେ ସନ୍ଦେହ ନାହିଁ। ତେବେ ଏହି ପରିସ୍ଥିତିରୁ ଗୋଟିଏ କଥା ପ୍ରମାଣିତ ହୋଇଛି ଯେ, ସୁସ୍ଥ ଶରୀର ବା ସ୍ବାସ୍ଥ୍ୟ ହେଉଛି ସବୁରି ମୂଳ। କୌଣସି ରୋଗରେ ଆକ୍ରାନ୍ତ ନ ହେବାକୁ ଆମେ ସୁସ୍ଥତା ବୋଲି ବିଚାର କରିଥାଉ। ହେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ କେବଳ ରୋଗ ନ ହେବା ସୁସ୍ଥତାକୁ ବୁଝାଇ ନ ଥାଏ; ବରଂ ଶାରୀରିକ, ମାନସିକ ଓ ସାମାଜିକ ରୂପେ ସମ୍ପୂର୍ଣ୍ଣ ଭାବେ ଦକ୍ଷ ରହିବା ହିଁ ସୁସ୍ଥତାର ପଦବାଚ୍ୟ। ସମ୍ପ୍ରତି ଭାରତୀୟଙ୍କ ମାନସିକ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ବିଗିଡ଼ି ଚାଲିଛି। ଏଥିପାଇଁ କ୍ରୋଧିତ ଓ ଉଦାସ ଦେଶର ମାନ୍ୟତା ପାଇଛି ଆମ ଦେଶ । ଖୁସି ରହିବା କ୍ଷେତ୍ରରେ ଭାରତ ସାରା ଦୁନିଆରେ ୧୧୮ତମ ସ୍ଥାନରେ ରହିଛି। ପୁଣି ଶାରୀରିକ ସୁସ୍ଥତା କ୍ଷେତ୍ରରେ ଭାରତୀୟଙ୍କ ସ୍ଥିତି ବେଶ୍‌ ଉଦ୍‌ବେଗଜନକ।
ବୟସ ଦୃଷ୍ଟିରୁ ଭାରତ ହେଉଛି ଏକ ଯୁବକ ବହୁଳ ଦେଶ। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଭାରତର ମୋଟ ଜନସଂଖ୍ୟାର ୪୭କୋଟିରୁ ଊଦ୍ଧର୍‌ବ ଲୋକ ଶ୍ରମିକ ଶ୍ରେଣୀରେ ଅନ୍ତର୍ଭୁକ୍ତ। କିନ୍ତୁ ଭାରତ ଧୀରେ ଧୀରେ କ୍ଳାନ୍ତ ଓ ରୋଗୀଣା ଲୋକଙ୍କ ଦେଶ ହେବାକୁ ଯାଉଛି। ଡିସେମ୍ବର ୨୦୧୫ର ଲେନସିଟ୍‌ ତଥ୍ୟ ଅନୁଯାୟୀ ସୁସ୍ଥତା ତାଲିକାରେ ୫ଟି ବ୍ରିକ୍ସ ଦେଶ ମଧ୍ୟରୁ ଭାରତ; ବ୍ରାଜିଲ୍‌, ରୁଷିଆ, ଚାଇନା ଓ ଦକ୍ଷିଣ ଆଫ୍ରିକା ଠାରୁ ନିମ୍ନରେ ରହିଛି। ୨୦୧୩ରେ ହୋଇଥିବା ଏକ ସର୍ବେକ୍ଷଣର ତଥ୍ୟ ଅନୁସାରେ ସାରା ଦୁନିଆର ମୋଟ ରୋଗଗ୍ରସ୍ତଙ୍କ ମଧ୍ୟରୁ ୨୦% ହେଉଛନ୍ତି ଭାରତୀୟ। ବର୍ତ୍ତମାନ ଭାରତରେ ପ୍ରାୟ ୭କୋଟିରୁ ଊଦ୍ଧର୍‌ବ ଲୋକ ମଧୁମେହ (ଡାଏବେଟିସ୍‌) ରୋଗରେ ପୀଡ଼ିତ। ଓ୍ବାଲର୍‌ଡ କଂଗ୍ରେସ ଅଫ୍‌ କାର୍ଡିଓଲୋଜିର ତଥ୍ୟ ଅନୁସାରେ ୨୦୨୦ ପରେ ପରେ ୪୦ପ୍ରତିଶତ ଭାରତୀୟଙ୍କ ମୃତ୍ୟୁ ହୃଦ୍‌ ସମ୍ପର୍କିତ ରୋଗ ଦ୍ୱାରା ହେବ। ସମ୍ପ୍ରତି ଭାରତରେ ପ୍ରତି ୧୦ଜଣରେ ଜଣେ ବୃକକ୍‌(କିଡ୍‌ନୀ) ରୋଗରେ ଆକ୍ରାନ୍ତ। ମୋଟାପଣ, ମେଦବହୁଳତା ଓ ଓଜନଯୁକ୍ତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ସମଗ୍ର ବିଶ୍ବରେ ଭାରତ ୩ୟ ସ୍ଥାନରେ ରହିଛି। ପୁଣି କମ୍‌ ଓଜନଯୁକ୍ତ ଲୋକଙ୍କ ସଂଖ୍ୟା ମଧ୍ୟ ଭାରତରେ ଅଧିକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ୫ଜଣରେ ଜଣେ ଭାରତୀୟ ସ୍ଫୁର୍ତ୍ତିହୀନତାର ଶିକାର ହୋଇଥାନ୍ତି। ତା’ମାନେ ୨୦% ଭାରତୀୟ ଆଜି ନିରାଶରେ ବଞ୍ଚୁଛନ୍ତି। ଅନ୍ୟ ଏକ ତଥ୍ୟ ଅନୁସାରେ, ପ୍ରତି ବର୍ଷ କର୍କଟ (କ୍ୟାନ୍‌ସର) ରୋଗରେ ପ୍ରାୟ ୬ଲକ୍ଷ ଭାରତୀୟ ଜୀବନ ହାରୁଥିବା ବେଳେ ମଧୁମେହରେ ପ୍ରାୟ ୧୧ଲକ୍ଷ ଲୋକଙ୍କ ପ୍ରାଣ ଯାଉଛି। ରୋଗୀଣା ଲୋକଙ୍କ ଦ୍ୱାରା ଏକ ସୁସ୍ଥ ଓ ସଫଳ ରାଷ୍ଟ୍ର ନିର୍ମାଣ ହେବା ଅସମ୍ଭବ। ତେଣୁ ଆମକୁ ଏସବୁ ରୋଗର କାରଣ ଖୋଜି ତା’ର ଉପଯୁକ୍ତ ବ୍ୟବସ୍ଥା କରିବାକୁ ହେବ।
-ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ,
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri