Posted inଖେଳ

କୋହଲିଙ୍କୁ ସେହ୍ବାଗଙ୍କ ସମର୍ଥନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଏଲିମିନେଟରରୁ ବିଦାୟ ନେଇଛି। ଚଳିତ ସଂସ୍କରଣରେ ଦଳର ବ୍ୟାଟିଂ ଭଲ ହୋଇନାହିଁ। ପ୍ରତିଯୋଗିତା ପରେ କୋହଲିଙ୍କ ନେତୃତ୍ୱକୁ ନେଇ ଆଲୋଚନା ହେବାରେ ଲାଗିଛି। ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବା ଉଚିତ ବୋଲି ୨ ଥର ଆଇପିଏଲ ଚାମ୍ପିୟନ ଗୌତମ ଗମ୍ଭୀର ମତ ଦେଇଛନ୍ତି। ମାତ୍ର ତାଙ୍କ ସହ ଏକମତ ହୋଇପାରି ନାହାନ୍ତି ଭାରତର ପୂର୍ବତନ କ୍ରିକେଟ ତାରକା ବୀରେନ୍ଦ୍ର ସେହ୍ବାଗ। ଏ କ୍ଷେତ୍ରରେ ସେ କୋହଲିଙ୍କୁ ସମର୍ଥନ ଜଣାଇଛନ୍ତି। ଦଳ ଭଲ କଲେ ଯାଇ ଅଧିନାୟକଙ୍କୁ ପ୍ରଶଂସା ମିଳିଥାଏ। କୋହଲି ଭାରତୀୟ ଦଳର ଅଧିନାୟକ ଥିବାବେଳେ ଭଲ ଫଳ ମିଳୁଛି। ସେ ଏକଦିବସୀୟ, ଟି୨୦ ଏବଂ ଟେଷ୍ଟରେ ଜିତି ପାରୁଛନ୍ତି। ମାତ୍ର ସେ ଯେତେବେଳେ ଆରସିବିର ନେତୃତ୍ୱ ନେଉଛନ୍ତି ତାଙ୍କ ଦଳ ଭଲ କରି ପାରୁନାହିଁ। ଏକ ଭଲ ଦଳ ପାଇବା ଜଣେ ଅଧିନାୟକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଅଧିନାୟକ ପରିବର୍ତ୍ତନ କରିବା ପରିବର୍ତ୍ତେ ଏକ ଭଲ ଦଳ ଗଠନ ଉପରେ ଧ୍ୟାନ ଦେବା ଉଚିତ“ ବୋଲି ସେହ୍ବାଗ କହିଛନ୍ତି।
କୋହଲି ୧୫ ମ୍ୟାଚରୁ ୪୬୬ ରନ ସ୍କୋର କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ଥିଲା ୧୨୧.୩୫। ମିଡିଲ ଓଭର ଗୁଡ଼ିକରେ ରନ ପାଇଁ ତାଙ୍କ ଦଳ ସଂଘର୍ଷ କରିଥିଲା। ଭଲ ଆରମ୍ଭ କରି ୧୦ ମ୍ୟାଚରୁ ୭ଟିରେ ବିଜୟୀ ହୋଇଥିଲେ ହେଁ କ୍ରମାଗତ ୫ ପରାଜୟ ଦଳକୁ ବିଦାୟ ପଥ ଦେଖାଇଥିଲା। ଅଧିନାୟକଭାବେ ଦାୟିତ୍ୱ ଠିକ୍‌ଭାବେ ତୁଲାଇପାରି ନ ଥିବାରୁ କୋହଲିଙ୍କୁ ନେତୃତ୍ୱରୁ ହଟାଇବା ସପକ୍ଷରେ ଯୁକ୍ତି ରଖିଥିଲେ ଗମ୍ଭୀର। ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ସଫଳ ଅଧିନାୟକ। ଏମାନଙ୍କ ସହ କୋହଲିଙ୍କ ନାମ ନିଆଯାଇ ନ ପାରେ ବୋଲି ଗମ୍ଭୀର କହିଥିଲେ। ୮ ବର୍ଷ କିଛି କମ୍‌ ସମୟ ନୁହେଁ। କୌଣସି ଖେଳାଳି କିମ୍ବା ଅଧିନାୟକ ୮ ବର୍ଷ ଧରି ଟ୍ରଫି ଜିତି ନ ପାରି ଦଳରେ ସ୍ଥାନ ବଜାୟ ରଖି ପାରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ଗମ୍ଭୀର। ନିଜ ନେତୃତ୍ୱରେ ଗମ୍ଭୀର ୨୦୧୨ ଓ ୨୦୧୪ରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ଟାଇଟଲ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri