ସୁରକ୍ଷିତ ନୁହେଁ ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୯ ପୁଣି ପଦାରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା। ପୂର୍ବରୁ ଡାକ୍ତରଖାନା ମଧ୍ୟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବାବେଳେ ଦଲାଲମାନଙ୍କ କଥାରେ ଚିକିତ୍ସା ସେବା ପରିଚାଳିତ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା। କିନ୍ତୁ ଏ ଦିଗରେ ଅଧିକାରୀମାନେ ତତ୍ପରତା ନ ଦେଖାଇବାରୁ ଗତ ବୁଧବାର ଜଣେ ମାନସିକ ରୋଗୀ ୩ୟ ମହଲା ଝରକା ତାଜା ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ମେଡିକାଲର ସୁରକ୍ଷା ବ୍ୟବସ୍ଥା ଯେ ଆଦୌ ସୁରକ୍ଷିତ ନୁହେଁ ତାହା ଦର୍ଶାଉଛି।
ଅନୁଗୋଳ ଜିଲାରେ ଥିବା ସରକାରୀ ମେଡିକାଲଗୁଡ଼ିକରେ ମୋଟ ୧୭୫ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୮୩ ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏତେ ସଂଖ୍ୟକ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଅଘଟଣମାନ ଘଟୁଛି। ବେଳେ ବେଳେ ବିଭିନ୍ନ ୱାର୍ଡରୁ ରୋଗୀ ବେଡ୍‌ରୁ ଉଠି କେଉଁଆଡ଼େ ପଳାଇ ଯାଉଛନ୍ତି। ଅତୀତରେ ଏପରି ଅନେକ ଘଟଣା ନେଇ ଥାନାରେ ଅଭିଯୋଗ କରାଯାଇଛି। ସେହିପରି ମେଡିକାଲରୁ ଯନ୍ତ୍ରାଂଶ, ରୋଗୀଙ୍କ ଟଙ୍କା, ମୋବାଇଲ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଦଲାଲମାନେ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାନା ଉପାୟରେ ଠକେଇ କରୁଛନ୍ତି। ମେଡିକାଲ ଭଲଭାବେ ପରିଚାଳନା ପାଇଁ ଜଣେ ପରିଚାଳକ ନିଯୁକ୍ତି ପାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଏଡିଏମ୍‌ଓ(ମେଡିକାଲ) ଦାୟିତ୍ୱରେ ଅଛନ୍ତି। କିନ୍ତୁ ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ତଦାରଖ ହୋଇପାରୁ ନାହିଁ। ମେଡିକାଲରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ୱାର୍ଡ ସହ ଆଇସିୟୁ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଠିକା ସଂସ୍ଥା ଅଧାପନ୍ତରିଆ କାର୍ଯ୍ୟ କରି ଛାଡ଼ିଦେଇଛି। ସେହିପରି ମେଡିକାଲ ବଡ଼ ଅଟ୍ଟାଳିକାର ଛାତ କବାଟ ସର୍ବଦା ଖୋଲା ରହୁଛି। ଯେଉଁ ଝରକା ଦେଇ ମାନସିକ ରୋଗୀ ଜଣଙ୍କ ତାଜା ଉପରକୁ ଚଢ଼ିଯାଇଥିଲେ, ତାହା ମଧ୍ୟ ଏଯାଏ ବନ୍ଦ ହୋଇନାହିଁ। ହେଲେ ଏସବୁ ତଦାରଖ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଯେପରି ସମୟ ନାହିଁ। ଏହି କାରଣରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସର୍ବଦା ବିବାଦରେ ରହୁଥିବା ସଚେତନ ନାଗରିକମାନେ ମତପୋଷଣ କରିଛନ୍ତି।
କଡ଼ା ନଜର ରଖାଯିବ
ଜିଲା ମୁଖ୍ୟ ଚିକିତ୍ସାଳୟ ୩ୟ ମହଲା ଝରକା ତାଜା ଉପରକୁ ଜଣେ ମାନସିକ ରୋଗୀ ଚଢ଼ିଯିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ପୁନର୍ବାର ଏଭଳି ଘଟଣା ଯେମିତି ନ ଘଟେ, ସେ ନେଇ ବ୍ୟବସ୍ଥା କରାଯାଉଛି। ମେଡିକାଲର ସମସ୍ତ ସୁରକ୍ଷା କର୍ମୀଙ୍କୁ ଡକାଯାଇ କଡ଼ା ନଜର ରଖିବାକୁ କୁହାଯାଇଛି।
– ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ(ମେଡିକାଲ)
ବ୍ୟବସ୍ଥାରେ ସୁଧାର ଆସୁନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ବଢ଼ିଛି। ଅଧିକାରୀଙ୍କ ଠାରୁ କର୍ମଚାରୀଙ୍କ ଯାଏ, ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ମନୋମୁଖୀ ଭାବେ କାର୍ଯ୍ୟ କରାଯାଉଥିବାରୁ ବ୍ୟବସ୍ଥାରେ ସୁଧାର ଅସୁନାହିଁ। ଏ ନେଇ ଅଧିକାରୀମାନେ ସଚେତନ ରହିବା ଆବଶ୍ୟକ। ବିଭିନ୍ନ ୱାର୍ଡର କର୍ମଚାରୀ ଓ ସୁରକ୍ଷା କର୍ମୀ ରୋଗୀଙ୍କ ଉପରେ ନଜର ରଖନ୍ତୁ।
– କଲ୍ୟାଣ କିଶୋର ମହାନ୍ତି, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ଉପଯୁକ୍ତ ତଦାରଖ କରାଯାଉ
ଆତ୍ମହତ୍ୟା ଉଦ୍ଦେଶ୍ୟରେ ତାଜା ଉପରକୁ ଜଣେ ମାନସିକ ରୋଗୀ ଚଢ଼ିଯିବା ଘଟଣାରୁ ମେଡିକାଲ କର୍ତ୍ତୃପକ୍ଷ କିଛି ଶିକ୍ଷା ଲାଭ କରିବା ଆବଶ୍ୟକ। କେବଳ ଶୀତତାପ ନିୟନ୍ତ୍ରିତ ଗୃହରେ ବସି ଦାୟିତ୍ୱ ବୁଝିଲେ ହେବ ନାହିଁ। ମେଡିକାଲ ପରିସରରେ କ’ଣ ଘଟୁଛି ତାହାର ଉପଯୁକ୍ତ ତଦାରଖ ଜରୁରୀ।
– ସୁବୋଧ କୁମାର ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ଦଲାଲଙ୍କ କଥାରେ ପରିଚାଳନା
କେବଳ ମୁଖ୍ୟ ଚିକିତ୍ସାଳୟ ନୁହେଁ, ଜିଲାରେ ଥିବା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ରହିଛି। କିନ୍ତୁ ତାହାକୁ ସୁଧାରିନେବା ପରିବର୍ତ୍ତେ କର୍ତ୍ତୃପକ୍ଷ ସର୍ବଦା ତାହାକୁ ଘୋଡ଼ାଇଦେବାରେ ବ୍ୟସ୍ତ ରହୁଛନ୍ତି। ଦଲାଲ୍‌ମାନଙ୍କ କଥାରେ ପରିଚାଳିତ ହୋଇ କାର୍ଯ୍ୟ କରୁଛନ୍ତି।
– ବରଦା ପ୍ରସନ୍ନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ...

ରାଜ୍ୟରେ ୮୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ନେଇଛି ୧୬ ଜୀବନ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଆଇନ ସହାୟତା କ୍ଲିନିକ

କଟକ ଅଫିସ,୨୪ା୬: ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ନୂତନ ଆଇନ୍‌ ସହାୟତା କ୍ଲିନିକ୍‌ କୋଠା ଉଦ୍‌ଘାଟିତ ହୋଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି...

ପିଚୁ ଉଠାଇ ପୂର୍ତ୍ତ ବିଭାଗ ଚୁପ୍‌, ମହାନଦୀ ସେତୁ ମରଣଯନ୍ତା

ସୋନପୁର, ୫।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ସହିତ ସମ୍ବଲପୁର ଜିଲା ଓ ବୀରମହାରାଜପୁର ଉପଖଣ୍ଡକୁ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ସେତୁ। ମହାନଦୀ ଉପରେ ନିର୍ମିତ ୧୬୫୪.୫୪...

ଶ୍ରୀମନ୍ଦିର ପତିତପାବନ ବାନା ଦର ବଢ଼ିଲା

ପୁରୀ ଅଫିସ,୧ା୪ : ଶ୍ରୀମନ୍ଦିର ପତିତପାବନ ଓଲାଗି ବାନା ଦର ବୃଦ୍ଧି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପ୍ରତିଦିନ ନୀଳଚକ୍ରରୁ ଓଲାଗି ହେଉଥିବା ୧୪ ହାତ ବିଶିଷ୍ଟ...

ବକେୟା ବେତନ ପ୍ରଦାନ ଦାବିରେ ଗଣଧାରଣା

ବ୍ରହ୍ମପୁର ଅଫିସ୍‌,୯ା୭-ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ବକେୟା ବେତନ ପ୍ରଦାନ ଦାବିରେ ସାଉଥ୍‌କୋ କର୍ପୋରେଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଗଣଧାରଣା ଦିଆଯାଇଥିଲା।...

ପରାଜୟ ଆଶଙ୍କାରେ ଓଡ଼ିଶା

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି):ଡେରାଡୁନରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାଜୟ ଆଶଙ୍କାରେ ପଡ଼ିଛି। ପ୍ରଥମ ଇନିଂସରେ ଓଡ଼ିଶା ୨୧୩ ରନ...

‘ପରୀ’ ଶୁଣାଣି ଘୁଞ୍ଚିଲା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ...

Advertisement
Archives

Model This Week