ଏହି ସହରରେ ପୁଣି ଥରେ ବ୍ୟାପିଲା କରୋନା ସଂକ୍ରମଣ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମଗ୍ର ବିଶ୍ୱ କରୋନା ବିରୋଧରେ ଯୁଦ୍ଧ କରୁଛି। ଦିନକୁ ଦିନ ଅବସ୍ଥା ଅଧିକ ଜଟିଳ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି। କିଛି ମାସର ଲକ୍‌ଡାଉନ୍‌ ପରେ ଏବେ ଧୀରେ ଧୀରେ ସବୁ ଖୋଲିବାକୁ ଲାଗିଲାଣି। ତେବେ କିଛିଦିନ ପୂର୍ବେ ଅଷ୍ଟ୍ରେଲିୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଶେଷ ହୋଇଯାଇଥିଲା। ଆଉ ପଜିଟିଭ ବାହାରୁ ନ ଥିଲା। କିନ୍ତୁ ହଠାତ୍‌ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଯାହାଫଳରେ ଅଷ୍ଟ୍ରେଲିୟାର ଭିକ୍ଟୋରିଆ ସହରକୁ ପୁଣିଥରେ ଲକ୍‌ଡାଉନ୍‌ କରିବାକୁ ପଡ଼ିଲା। ଏଠାକୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଫାଇଭ୍‌ଷ୍ଟାର କ୍ୱାରାଣ୍ଟାଇନ ସେଣ୍ଟର ତିଆରି ହୋଇଛି। ତେବେ ଏଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ପାଇଁ ପୁଣିଥରେ କରୋନା ବ୍ୟାପିଥିବା ଜଣାପଡ଼ିଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଗେଷ୍ଟମାନଙ୍କ ସହ ଉକ୍ତ ଗାର୍ଡମାନେ ଖରାପ ସମ୍ପର୍କ ରଖୁଥିଲେ। ପରେ ଘରକୁ ଯାଉ ପରିବାର ସହ ଅନ୍ୟ ସମସ୍ତଙ୍କ ସହ ମିଳାମିଶା କରୁଥିଲେ। ଫଳରେ କରୋନା ଚାରିଆଡେ ବ୍ୟାପିବାକୁ ଲାଗିଲା। ତେବେ ହଠାତ୍‌ କରୋନା ବ୍ୟାପିବାର କାରଣ ବିଷୟରେ ଯାଞ୍ଚ କରାଯିବାରୁ ସମସ୍ତ ଘଟଣା ସମ୍ମୁଖକୁ ଆସିଲା। ପରେଟେଷ୍ଟ କରିବା ପରେ କ୍ୱାରାଣ୍ଟାଇନ ସେଣ୍ଟରର ସମସ୍ତ ଗାର୍ଟ ପଜିଟିଭ ବୋଲି ଜଣାପଡ଼ିଲା। ମାର୍ଚ୍ଚ ୨୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ୱାରାଣ୍ଟାଇନ ସେଣ୍ଟରରେ ୨୦ ହଜାରରୁ ଊର୍ଦ୍ଧ୍ୱ ଗେଷ୍ଟ ରହୁଥିବା ଜଣାପଡ଼ିଛି। ଉକ୍ତ ଗାର୍ଡମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ତାଣ୍ଡବ, ବିଟ୍ରେନ୍‌ରେ ଦିନକୁ ୯୩ ହଜାର ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ଲଣ୍ଡନ,୧୮।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ରିଟେନ୍‌ରେ ସ୍ଥିତି ଅଣାୟତ୍ତ ବେହାରେ ଲାଗିଛି। ଓମିକ୍ରନ୍‌...

ରାଜ୍ୟରୁ ପୁଣି ୬୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୬ ଜଣଙ୍କ ଜୀବନ ନେଇଛି।...

ପଞ୍ଚମଥର ବି ବଲିଉଡ୍‌ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ

ଲକ୍ଷ୍ନୌ,୩୧।୩: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା...

ରାଜ୍ୟରୁ ଚିହ୍ନଟ ହେଲେ ୨୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ...

ବିବିଧ କଳାରେ ନିପୁଣ ଫରେଷ୍ଟର

ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି...

ସୁଉଚ୍ଚ ଦୁର୍ଗା ମୂର୍ତ୍ତିର ରେକର୍ଡ

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଅବସରରେ ଗାଁ ଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ...

ସ୍ବାମୀଙ୍କଠାରୁ ଏତିକି ଲମ୍ବା ସ୍ତ୍ରୀ, ସୃଷ୍ଟି କଲେ ଓ୍ବାଲର୍‌ଡ ରେକର୍ଡ

କୁହାଯାଏ, ଉପରବାଲା ଯୋଡ଼ି ବନେଇଥାନ୍ତି। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ବ୍ରିଟେନରେ । ଜେମ୍ସ ଏବଂ କ୍ଲୋଇଙ୍କ ଯୋଡ଼ି ଭଗବାନ ତିଆରି କରିଛନ୍ତି। ଯାହକି...

ରାଜଧାନୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ଆଉ ୨୯ ପଜିଟିଭ୍‌

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ୨୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ଲୋକାଲ କେସ୍‌, ୧୪ କ୍ୱାରାଣ୍ଟାଇନ୍‌ କେସ୍‌ ଏବଂ ଜଣେ ଜଣେ କୋଭିଡ୍‌...

Advertisement
Archives

Model This Week