Posted inUncategorized

ଲାଲ କିଲ୍ଲାରେ ସୁରକ୍ଷା ଛାଉଣୀ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲା ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଗୁଡ଼ି ଭଳି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କିଛି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଜେନ୍ସିମାନେ ପୋଲିସକୁ ସତର୍କ ସୂଚନା ଜାରି କରିଛନ୍ତି। ଏଥି ସହିତ, ଲାଲ୍‌ କିଲ୍ଲା ଅଞ୍ଚଳରେ ପୋଲିସ ଗୁଡ଼ି ଉଡ଼ାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି। ସତର୍କ ରହିବାକୁ ଦିଲ୍ଲୀ ପୋଲିସକୁ ଆଉ ଏକ ଇନପୁଟ ମିଳିଛି କାରଣ ଆଶାବାଡ଼ି ସହିତ ରଖାଯାଇଥିବା କିଛି ସନ୍ଦେହଜନକ ବସ୍ତୁ ଦ୍ୱାରା ଆକ୍ରମଣ କରାଯାଇପାରେ। ତେଣୁ ଅତ୍ୟଧିକ ଶକ୍ତିଶାଳୀ ସ୍କ୍ରିନିଂ ନିଶ୍ଚିତ କରିବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ପାଇ ବ୍ୟାପକ ସୁରକ୍ଷାର୍କମୀଙ୍କୁ ମୁତୟନ କରାଯାଇଛି।

ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ, ଲଶ୍କର-ଇ-ତୋଏବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି।
ରିପୋର୍ଟ ମୁତାବକ, ଆଇବି ଏହାର ରିପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବିଷୟରେ କହିଛି। ଏଥିସହ ଅଗଷ୍ଟ ୧୫ ପାଇଁ ଦିଲ୍ଲୀ ପୋଲିସକୁ ଲାଲ କିଲ୍ଲାରେ ପ୍ରବେଶ ପାଇଁ କଡା ନିୟମ ଲାଗୁ କରିବାକୁ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଜୈଶ ଏବଂ ଲଶ୍କର ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା କୁହାଯାଇଛି। ବଡ ନେତା ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଟାର୍ଗେଟ କରିବାକୁ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇବି ସୂଚନା ଦେଇଛି।

ଚଳିତ ବର୍ଷ ଲାଲ୍‌ କିଲ୍ଲା ଚାରିପାଖରେ ସ୍ବତନ୍ତ୍ର ପ୍ରକାରର ଆଲାର୍ମ କ୍ୟାମେରା ଲଗାଯାଇଛି, ଯାହାକି କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସତର୍କ କରାଇବ। ପୋଲିସ ଆଖପାଖ ଅଞ୍ଚଳରେ ହାଇ ରିଜୋଲ୍ୟୁଶନ ଟେକ୍ନୋଲୋଜି ସହିତ ୧୦୦୦ କ୍ୟାମେରା ଲଗାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପ୍ରାୟ ୧,୦୦୦ ସନ୍ଦିଗ୍ଧ ବ୍ୟକ୍ତି, ଜାତୀୟତା ବିରୋଧୀ ବ୍ୟକ୍ତି ଏବଂ ଆତଙ୍କବାଦୀଙ୍କ ଫଟୋକୁ ପୋଲିସ ଫୋର୍ସର ଦ୍ୱିତୀୟ ୟୁନିଟକୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri