ସାଉଦି ଆରବ ପ୍ରିନ୍ସଙ୍କ ସିକ୍ରେଟ ପାର୍ଟି, ସାମିଲ ଥିଲେ ୧୫୦ ମଡେଲ

ରିୟାଦ,୧୨ା୧୦: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ କିଛି ମାସ ମଧ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡ୍‌ଲାଇନ ବା ମୁଖ୍ୟ ଖବର ହୋଇ ରହିଆସୁଛନ୍ତି। କେତେବେଳେ ନିଜ ଦେଶରେ ସଂସ୍କାରବାଦୀ ପଦକ୍ଷେପ ନେବାକୁ ତ କେତେବେଳେ ଦେଶର ଦୂତାବାସରେ ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ପାଇଁ। ବର୍ତ୍ତମାନ ଏକ ନୂତନ ପୁସ୍ତକରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରାଯାଇଛି।

ଆମେରିକାର ଏକ ଖବରକାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲର ଦୁଇଜଣ ସାମ୍ବାଦିକ ବ୍ରାଡଲେ ହୋପ୍‌ ଏବଂ ଜଷ୍ଟିନ ସାକେ ‘ବ୍ଲଡ୍‌ ଆଣ୍ଡ୍‌ ଅଏଲ୍‌’ ନାମକ ଏକ ପୁସ୍ତକ ଲେଖିଛନ୍ତି। ଏହି ବହିରେ ଉଲ୍ଲେଖ କରାଯାଇଛି ଯେ, କ୍ଷମତାରେ ରହିବାକୁ ଏମ୍‌ବିଏସ୍‌ କେଉଁ ପ୍ରକାର ନିଷ୍ପତ୍ତି ନିଅନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ପ୍ରକାଶ କରାଯାଇଛି।

‘ବ୍ଲଡ୍‌ ଆଣ୍ଡ ଅଏଲ’ ପୁସ୍ତକରେ ରହିଛି ପ୍ରିନ୍ସଙ୍କ ଏକ ଘରୋଇ ପାର୍ଟିର କାହାଣୀ। ଯେଉଁଥିରେ ପ୍ରାୟ ୧୫୦ ମଡେଲ ସାମିଲ ଥିଲେ। ଏହି ମଡେଲମାନେ ବ୍ରାଜିଲ, ରୁଷିଆ, ମାଲଦ୍ୱୀପରୁ ଆସିଥିଲେ।
ପୁସ୍ତକ ଅନୁଯାୟୀ, ମଡେଲମାନେ ଏହି ମାଳଦ୍ୱୀପରେ ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ମେଡିକାଲକୁ ପଠାଯାଇ ସେମାନଙ୍କର ଯୌନ ସଂକ୍ରମଣ ଜନିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏପରିକି ଏହି ପାର୍ଟି ସମୟରେ, ଏମ୍‌ବିଏସ୍‌ଙ୍କ ଗୋପନୀୟତା ବିଷୟରେ ଏତେ ଚିନ୍ତିତ ଥିଲେ ଯେ, କର୍ମଚାରୀଙ୍କୁ ସ୍ମାର୍ଟଫୋନ ଆଣିବାକୁ ମନା କରିଥିଲେ। କେବଳ ନୋକିଆ ୩୩୧୦ ମଡେଲ ଫୋନ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। ନିୟମ ଭାଙ୍ଗିବାରୁ ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ପ୍ରକାଶ ଥାଉକି, ପାର୍ଟି ଚାଲିିବା ପୂର୍ବରୁ ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ଏହି ଖବର ଲିକ୍‌ ହୋଇଥିଲା ଏବଂ ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଏମ୍‌ବିଏସ୍‌ ସେଠାରୁ ଫେରି ଆସିଥିଲେ। ଏହା ପରେ ମଡେଲମାନେ ମଧ୍ୟ ନିଜ ନିଜ ଦେଶକୁ ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?