ସାଉଦି ଆରବ ପ୍ରିନ୍ସଙ୍କ ସିକ୍ରେଟ ପାର୍ଟି, ସାମିଲ ଥିଲେ ୧୫୦ ମଡେଲ

ରିୟାଦ,୧୨ା୧୦: ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ କିଛି ମାସ ମଧ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡ୍‌ଲାଇନ ବା ମୁଖ୍ୟ ଖବର ହୋଇ ରହିଆସୁଛନ୍ତି। କେତେବେଳେ ନିଜ ଦେଶରେ ସଂସ୍କାରବାଦୀ ପଦକ୍ଷେପ ନେବାକୁ ତ କେତେବେଳେ ଦେଶର ଦୂତାବାସରେ ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ପାଇଁ। ବର୍ତ୍ତମାନ ଏକ ନୂତନ ପୁସ୍ତକରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରାଯାଇଛି।

ଆମେରିକାର ଏକ ଖବରକାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲର ଦୁଇଜଣ ସାମ୍ବାଦିକ ବ୍ରାଡଲେ ହୋପ୍‌ ଏବଂ ଜଷ୍ଟିନ ସାକେ ‘ବ୍ଲଡ୍‌ ଆଣ୍ଡ୍‌ ଅଏଲ୍‌’ ନାମକ ଏକ ପୁସ୍ତକ ଲେଖିଛନ୍ତି। ଏହି ବହିରେ ଉଲ୍ଲେଖ କରାଯାଇଛି ଯେ, କ୍ଷମତାରେ ରହିବାକୁ ଏମ୍‌ବିଏସ୍‌ କେଉଁ ପ୍ରକାର ନିଷ୍ପତ୍ତି ନିଅନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ପ୍ରକାଶ କରାଯାଇଛି।

‘ବ୍ଲଡ୍‌ ଆଣ୍ଡ ଅଏଲ’ ପୁସ୍ତକରେ ରହିଛି ପ୍ରିନ୍ସଙ୍କ ଏକ ଘରୋଇ ପାର୍ଟିର କାହାଣୀ। ଯେଉଁଥିରେ ପ୍ରାୟ ୧୫୦ ମଡେଲ ସାମିଲ ଥିଲେ। ଏହି ମଡେଲମାନେ ବ୍ରାଜିଲ, ରୁଷିଆ, ମାଲଦ୍ୱୀପରୁ ଆସିଥିଲେ।
ପୁସ୍ତକ ଅନୁଯାୟୀ, ମଡେଲମାନେ ଏହି ମାଳଦ୍ୱୀପରେ ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ମେଡିକାଲକୁ ପଠାଯାଇ ସେମାନଙ୍କର ଯୌନ ସଂକ୍ରମଣ ଜନିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏପରିକି ଏହି ପାର୍ଟି ସମୟରେ, ଏମ୍‌ବିଏସ୍‌ଙ୍କ ଗୋପନୀୟତା ବିଷୟରେ ଏତେ ଚିନ୍ତିତ ଥିଲେ ଯେ, କର୍ମଚାରୀଙ୍କୁ ସ୍ମାର୍ଟଫୋନ ଆଣିବାକୁ ମନା କରିଥିଲେ। କେବଳ ନୋକିଆ ୩୩୧୦ ମଡେଲ ଫୋନ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। ନିୟମ ଭାଙ୍ଗିବାରୁ ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ପ୍ରକାଶ ଥାଉକି, ପାର୍ଟି ଚାଲିିବା ପୂର୍ବରୁ ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ଏହି ଖବର ଲିକ୍‌ ହୋଇଥିଲା ଏବଂ ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଏମ୍‌ବିଏସ୍‌ ସେଠାରୁ ଫେରି ଆସିଥିଲେ। ଏହା ପରେ ମଡେଲମାନେ ମଧ୍ୟ ନିଜ ନିଜ ଦେଶକୁ ଫେରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri