ଆଦାନୀ-ହିଣ୍ଡନବର୍ଗ ମାମଲା: SEBI ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧: ଆଦାନୀ-ହିଣ୍ଡନବର୍ଗ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କରି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେବିର ତଦନ୍ତ ଉପଯୁକ୍ତ ଏବଂ ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏକ ଦକ୍ଷ ଏଜେନ୍ସି ଅଟେ। ଶେୟାର ମାର୍କେଟ ରେଗୁଲେଟର ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ରୁ ୨୨ ମାମଲାରେ ତଦନ୍ତ ଶେଷ କରିସାରିଲେଣି ଏବଂ ଏବେ ଦୁଇଟି ବାକି ଅଛି। ଏହି ଦୁଇ ମାମଲାର ତଦନ୍ତ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ତିନି ମାସ ସମୟ ଦେଇଛନ୍ତି।

ଏହାପୂର୍ବରୁ, ନଭେମ୍ବର ୨୪ ରେ ଏହି ମାମଲାର ଶୁଣାଣି ବେଳେ ମାର୍କେଟ ରେଗୁଲେଟର ସେବି ଏବଂ ବିଶେଷଜ୍ଞ କମିଟିର ତଦନ୍ତ ଉପରେ ଉଠାଯାଇଥିବା ପ୍ରଶ୍ନକୁ ଖାରଜ କରି କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଆମେରିକାର ସର୍ଟ ସେଲ୍ର ସଂସ୍ଥା ୨୦୨୩ ରେ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା ​​ଯେଉଁଥିରେ ଆଦାନୀ କମ୍ପାନୀର ଅଂଶଧନକୁ ଅଧିକ ମୂଲ୍ୟ ଦିଆଯିବା ସହ ଠକେଇ ସମେତ ଗ୍ରୁପ୍ ଉପରେ ଋଣ ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଦେବା ଉଚିତ, ଚମକାଇ ଦେବ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ/ଢାକା,୧୮।୨: ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ୫୦.୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଛାଡି...

ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ

ଭୁବନେଶ୍ୱର,୧୮।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ‘ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ବା ଏଏଏଫ୍‌’ ଏବଂ ରାୟଗଡ଼ା...

ଏଲ୍‌ଆଇସି ମାର୍କେଟ ଟେକ୍‌ ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ମୁମ୍ବାଇ,୧୮।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତୀକ୍ଷିତ ସେବା ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ କଟିଂ-ଏଜ୍‌ ମାକେର୍ଟିଂ ଟେକ୍ନୋଲୋଜି (ମାର୍‌ ଟେକ୍‌) ପ୍ଲାଟ୍‌ଫର୍ମର...

ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି...

ରାଞ୍ଚି ଷ୍ଟେଶନରେ ୫ ମହିଳା ମୂର୍ଚ୍ଛାଗଲେ

ରାଞ୍ଚତ୍,୧୮।୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ମହାକୁମ୍ଭ ମେଳା ଯାତ୍ରୀଙ୍କ ଗହଳି ଯୋଗୁ ଶନିବାର ରାତିରେ ଦଳାଚକଟା ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଆହତ...

ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର

ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି,...

ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ...

କିଛିଦିନ ପାଇଁ ନୂଆ ସିଇସି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯାଉ: ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୭।୨:ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ଦେବା ପାଇଁ ସୋମବାର ଚୟନ କମିଟିର ବୈଠକ ହୋଇଛି ପିଏମଓରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri