ସ୍କୁଟିକୁ ପିଟିଲା ବାଇକ୍‌, ୩ ଗୁରୁତର

ମୋହନା ୧ା୧(ମନ୍ମଥ ମିଶ୍ର)- ଗଜପତି ଜିଲା ମୋହନାସ୍ଥିତ କଣ୍ଟେଇକୋଳି ଗାଁ ନିକଟରେ ବୁଧବାର ସ୍କୁଟି ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗୌରୀ ଶବର (୨୧) ଓ ଅପସରା ଶବର(୧୫) ଓ ବାଇକ୍‌ ଚାଲକ ରମ୍ବୁ ଇସଲାମ। ସମସ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଝିଟିଗାଁରୁ ମୋହନା ବ୍ଲକରେ ଥିବା ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ବୌଦ୍ଧ ମନ୍ଦିର ବୁଲିବାକୁ ୩ଜଣ ଆସିଥିଲେ। ନୂଆବର୍ଷରେ ବୁଲାବୁଲି କରି ଫେରିବା ବେଳକୁ ଅପରାହ୍ନ ୫ଟା ହୋଇଯାଇଥିଲା। ବୁଲାବୁଲି ବେଳେ ହଠାତ୍‌ ଏକ ବାଇକ୍‌ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟ ବାଇକ୍‌ ଓ ସ୍କୁଟିରେ ଥିବା ୫ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସମୀର ତ୍ରିପାଠୀ ୩ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚତ୍ ସ୍କୁଟି( ଓଡି ୧୮କେ-୧୩୧୦) ଓ ବାଇକ୍‌ (ଓଆର ୦୭ କେ-୨୭୦୭)କୁ ଜବତ କରି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?