ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ମଧୁପଲ୍ଲୀ ଗାଁର ସୋମନାଥ ବେହେରାଦଳାଇ (୩୭)। ଦୁର୍ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା ସଦଳବଳ ପହଞ୍ଚି ଦୁର୍ଘଟଣାର ଶିକାର ହୋଇଥିବା ସୋମନାଥଙ୍କୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଆଇଆଇସି ଜେନା କହିଛନ୍ତି। କିଭଳି ଦୁର୍ଘଟଣା ଘଟିଲା ସେନେଇ କାରଣ ଖୋଜୁଛି ପୋଲିସ। ଥାନାରେ ପରିବାର ଲୋକେ ପହଞ୍ଚି ଅଭିଯୋଗ କରିଛନ୍ତି। ପୋଲିସ ସୋମନାଥଙ୍କ ମୃତଦେହ ଏବଂ ଦୁର୍ଘଟଣା ହୋଇଥିବା ବାଇକ୍‌ ଜବତ କରି ଅଧିକ ତଦନ୍ତ ଚଳାଇଛି।

ପ୍ରକାଶ ଯେ, ସୋମନାଥ ଜଣେ ଭଲ କୃଷକ ସହ ନିଜ ଗ୍ରାମରେ ରହିଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଠିକା କର୍ମଚାରୀ ତଥା ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ସେ ରବିବାର କୌଣସି କାର୍ଯ୍ୟରେ ସିମନବାଡ଼ି ଆସି ନିଜ ଗାଁକୁ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

ବାଇକ-ବଳଦ ମୁହାଁମୁହିଁ ଧକ୍କା: ଯୁବକ ଗୁରୁତର, ଘଟଣାସ୍ଥଳରେ ବଳଦର ମୃତ୍ୟ

ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ପୋଖରୀରେ ବୁଡି ବୃଦ୍ଧା ମୃତ

ଦେବଗଡ, ୨୭।୮ (ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ବିଡିଘାଟ ଗ୍ରାମରେ ଗୁରୁବାର ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri