ଘୋଟିଲା ଯୁଦ୍ଧ ବାଦଲ

ବେଜିଂ/ତାଇପେଇ/ଓ୍ବାଶିଂଟନ,୫ା୮:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ଉଦ୍ୟମର ଦୁଷ୍ପରିଣାମ କେବଳ ଦୁଇ ପଡ଼ୋଶୀ ଭୋଗୁ ନାହାନ୍ତି। ଫେବୃୟାରୀ ୨୪ରୁ ଚାଲିଥିବା ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଏହାର ଅବସାନ କେବେ ଘଟିବ ଆକଳନ କରି ହେଉ ନ ଥିବାବେଳେ ମସ୍କୋକୁ ଅନୁସରଣ କରି ତାଇଓ୍ବାନ ଉପରେ ଅନୁରୂପ ଭାବେ ଦାଉସାଧୁଛି ବେଜିଂ। ୟୁକ୍ରେନ୍‌ ଆକ୍ରମଣକୁ ଅନେକ ରାଷ୍ଟ୍ର ନିନ୍ଦା କରିଥିବାବେଳେ ଆମେରିକାର ତାଗିଦ ସତ୍ତ୍ୱେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷୀୟ ପ୍ରତିପକ୍ଷ ପୁଟିନ୍‌ଙ୍କୁ ସମର୍ଥନ କରିଆସିଛନ୍ତି। ଚାଇନାର ସାମରିକ ବାହିନୀ ଗୁରୁବାରଠାରୁ ୪ ଦିନିଆ ଯୁଦ୍ଧଖେଳ ଆରମ୍ଭ କରିଛି। ସମରାଭ୍ୟାସ ନାମରେ ତାଇଓ୍ବାନ ପ୍ରଣାଳୀରେ ଘନଘନ ବାଲିଷ୍ଟିକ୍‌ ମିଶାଇଲ ମାଡ଼ କରାଯାଉଛି। ଗଣମାଧ୍ୟମରେ ପ୍ରସାରିତ କ୍ଷେପଣାସ୍ତ୍ର ଛଡ଼ାଯିବାର ଛାତିଥରା ଦୃଶ୍ୟ ବିଶ୍ୱବାସୀଙ୍କ ମନରେ ଭୟ ସଞ୍ଚାର କରିଛି। ଆଗକୁ ଚାଇନା-ତାଇଓ୍ବାନ୍‌ ସଂଘର୍ଷ ଘଟିଲେ ସ୍ଥିତି କେଉଁ ଆଡ଼କୁ ମୁହଁାଇବ ଠଉରାଇବା ମୁସ୍କିଲ ନୁହେଁ। ଗୋଟିଏ ଯୁଦ୍ଧ ସରିନାହିଁ। ବିଶ୍ୱର ତିନି ମହାଶକ୍ତି ଆମେରିକା, ଚାଇନା ଓ ରୁଷିଆ ମଧ୍ୟରେ ଚାଲିଥିବା ବାଣିଜି୍ୟକ-ସାମରିକ-କୂଟନୈତିକ ପ୍ରତିଦ୍ୱନ୍ଦ୍ୱିତାରୁ ଶୁଭାଗଲାଣି ଆଉ ଏକ ସମ୍ଭାବ୍ୟ ଯୁଦ୍ଧର ପଦଧ୍ୱନି।
ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ତତ୍କାଳ ପ୍ରତିକ୍ରିୟାଶୀଳ ହୋଇଉଠିଛି ଚାଇନା। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ଇଷ୍ଟର୍ନ କମାଣ୍ଡ ଗୁରୁବାର ତାଇଓ୍ବାନ ପ୍ରଣାଳୀରେ ସମରାଭ୍ୟାସ ଆରମ୍ଭ କରିଛି, ଯାହାକି ରବିବାର ପର୍ଯ୍ୟନ୍ତ ଚାଲିବ। ଚାଇନା ସେନାର ନୂଆ ଶାଖା ରକେଟ ଫୋର୍ସ ପକ୍ଷରୁ ଦ୍ୱୀପରାଷ୍ଟ୍ରର ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଉପକୂଳରେ ୧୧ଟି ଦୂରଗାମୀ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି। ଫଳରେ ବ୍ୟସ୍ତବହୁଳ ଜଳପଥରେ ତାଇଓ୍ବାନର ଜାହାଜ ଚଳାଚଳ ଓ ଆକାଶ ମାର୍ଗରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ଅନ୍ୟ ମାର୍ଗ ଦେଇ ମାଲ ପରିବହନ କରାଯାଉଥିବାରୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବିଳମ୍ବିତ ହେବା ଆଶଙ୍କା ଉପୁଜିଛି। ତାଇଓ୍ବାନର ତାଓୟୁଆନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୫୦ରୁ ଊର୍ଦ୍ଧ୍ୱ ଇଣ୍ଟରନ୍ୟାଶନାଲ ଫ୍ଲାଇଟ୍‌କୁ ବାତିଲ କରାଯାଇଛି। ଚାଇନାର ଘନିଷ୍ଠ ସହଯୋଗୀ ଉତ୍ତର କୋରିଆ କିଛି ମାସ ତଳେ ସମ୍ପୃକ୍ତ ଅଞ୍ଚଳରେ ଡିଏଫ୍‌ ସିରିଜ୍‌ର ମିଶାଇଲ ପରୀକ୍ଷଣ କରି ଉତ୍ତେଜନା ବୃଦ୍ଧି କରିଥିବାବେଳେ ବେଜିଂ ଏହାକୁ ଅନୁସରଣ କରି ମିଶାଇଲ୍‌ ମାଡ଼ କରୁଥିବା ତାଇପେଇ ଅଭିଯୋଗ ଆଣିଛି।

କ’ଣ ପାଇଁ ଲଢ଼େଇ

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତୃତୀୟ ଥର ପାଇଁ ୫ ବର୍ଷିଆ ଶାସନ କ୍ଷମତାରେ ରହିବାକୁ ଚାହୁଁଛନ୍ତି। ସେ ନିଜ ପରବର୍ତ୍ତୀ କାର୍ଯ୍ୟକାଳ ମଧ୍ୟରେ ତାଇଓ୍ବାନକୁ ଚାଇନା ମୂଳ ଭୂଖଣ୍ଡରେ ସାମିଲ କରି ଦେଶବାସୀଙ୍କ ନଜରରେ ‘ହିରୋ’ ସାଜିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ତାଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ସକାଶେ ‘ଓ୍ବାନ୍‌ ଚାଇନା ପଲିସି’ ବଡ଼ ଅସ୍ତ୍ର ପାଲଟିଛି। କିଛି ମାସ ପରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା ଜିନ୍‌ପିଙ୍ଗ୍‌ଙ୍କ ଦାବିକୁ ସମର୍ଥନ କରିବା ଏକପ୍ରକାର ନିଶ୍ଚିତ ଥିବାବେଳେ ତାଙ୍କ ପରାକ୍ରମକୁ ଦୁର୍ବଳ କରିବା ପାଇଁ ଆମେରିକା ଉଦ୍ୟମ ଚଳାଇଛି। ବିଶେଷକରି ବର୍ଷକ ତଳେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ କାବୁଲରେ ଗଣତାନ୍ତ୍ରିକ ସରକାରର ପତନ ଏବଂ ଗତ ଫେବୃୟାରୀରେ ତାଗିଦ୍‌ ସତ୍ତ୍ୱେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବିଶ୍ୱସ୍ତରରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭାବମୂର୍ତ୍ତିକୁ ଦୁର୍ବଳ କରିଦେଇଛି। ଏଥିଲାଗି ବାଇଡେନ୍‌ ନିଜ ଛବି ସୁଧାରିବା ପାଇଁ ଅଲ୍‌-କାଏଦା ମୁଖ୍ୟ ଅୟମନ୍‌ ଅଲ୍‌-ଜଓ୍ବାହିରିଙ୍କୁ ନିପାତ କରିବା ଭଳି ପଦକ୍ଷେପ ନେଉଛନ୍ତି। ନିକଟରେ ବାଇଡେନ୍‌ଙ୍କ ସହ ଭର୍ଚୁଆଲ ଆଲୋଚନା ବେଳେ ଚାଇନା ପ୍ରତିପକ୍ଷ ଜିନ୍‌ପିଙ୍ଗ୍‌ ତାଙ୍କୁ ନିଅଁା ସହ ଖେଳିଲେ ପୋଡ଼ିଯିବ ବୋଲି ଚେତାବନୀ ଦେଇଥିଲେ। ଏହାକୁ ଭ୍ରୂକ୍ଷେପ ନ କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ ଗସ୍ତ କରିଥିଲେ। ପେଲୋସିଙ୍କ ନେତୃତ୍ୱରେ ତାଇଓ୍ବାନ ଗସ୍ତ ଶେଷକରି ବୁଧବାର ଫେରିଥିବା କଂଗ୍ରେସ ପ୍ରତିନିଧି ଦଳକୁ ଆମେରିକା ବାୟୁସେନା ବିମାନଗୁଡ଼ିକ ଏସ୍‌କର୍ଟ କରି ନେଉଥିବା ଦୃଶ୍ୟ ସାମ୍ପ୍ରତିକ ସ୍ଥିତିର ଭୟାବହତାକୁ ସୂଚାଇଛି। ବେଜିଂ ନିଜ ଔଦ୍ଧତ୍ୟକୁ ଯଥାର୍ଥ ପ୍ରତିପାଦିତ କରିବାକୁ ଯାଇ କହିଛି, ଚାଇନାର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା ଲାଗି ଆମେ ସମରାଭ୍ୟାସ କରୁଛୁ। ଆମେରିକା ଭଳି ଆମେ କୌଣସି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri