ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର

ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ସଂଘଟିତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର ମନୋଜ ଓରଫ ଦୁର୍ବାଦଳ ନାଗ। ତାଙ୍କୁ ପଡ଼ୋଶୀ ଛତିଶଗଡ଼ରୁ ଗିରଫ କରାଯାଇଛି ବୋଲି ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପି.ଏସ୍‌ ମୀନା କହିଛନ୍ତି। ସେହିପରି ଅନ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଏବେ ମଧ୍ୟ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚାଲିଛି ବୋଲି ଏସ୍‌ପି ମୀନା କହିଛନ୍ତି। ପୋଲିସର ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି ଏବଂ ଅନ୍ୟ ଅଭିଯୁକ୍ତ ମଧ୍ୟ ଅତି ଶୀଘ୍ର ଧରାପଡ଼ିବେ ବୋଲି ଏସ୍‌ପି କହିଛନ୍ତି।
ପ୍ରକାର ଥାଉକି, ଗତ ୨୦ତାରିଖ ସରସରା ଭୋଟ୍‌ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବା ବେଳେ ଜଣେ ଅଟୋଚାଳକ ବିଶ୍ବନାଥ ମିର୍ଦ୍ଧାଙ୍କୁ ଅଭିଯୁକ୍ତମାନେ ନିର୍ମମ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା! ଶାନ୍ତି ଚୁକ୍ତି ପରେ ଟ୍ରମ୍ପ ଦେଲେ ଧମକ, ରିପୋର୍ଟରେ ସାମ୍ନାକୁ ଆସିଲା…

ଓ୍ବାଶିଂଟନ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପୁଣି ଥରେ ବିପଦରେ ପଡ଼ିଥିବା ପରି ମନେ ହେଉଛି। ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri