ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି

ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟି ଯୋଗୁ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହେଲେ। ସୌରା ଲିପି ଓ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା ନାହିଁ। ଏହାର ପୁନର୍ବିଚାର ଦାବିରେ ମାର୍ଚ୍ଚ ପହିଲାରୁ ଦସ୍ତଖତ ଅଭିଯାନ କରିବ କଂଗ୍ରେସ ା ସୋମବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା। ଦସ୍ତଖତ ଅଭିଯାନ କରାଯିବା ପରେ ତାହାକୁ ନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିବେ ବୋଲି ସେ କହିଛନ୍ତି। ସପ୍ତଗିରି ପୁଣି କହିଛନ୍ତି ଯେ, ୧୯୯୭ ପର୍ଯ୍ୟନ୍ତ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଉଥିଲେ। ହେଲେ ସରକାରଙ୍କ ଶିଳ୍ପନୀତି ସେମାନଙ୍କ ପାଇଁ ମାନ୍ୟତା ବନ୍ଦ କରିଦେଲା। ଫଳରେ ରାୟଗଡ଼ା ଓ କୋରାପୁଟ ଜିଲାର ୧ ଲକ୍ଷ ଝୋଡ଼ିଆ ସମ୍ପ୍ରଦାୟ ଲୋକ ହନ୍ତସନ୍ତ ହେଉଛନ୍ତି। ସେହିଭଳି ସୌରା ଭାଷା ଓ ଲିପି ପାଇଁ ଆମେ ଗର୍ବିତ। କିନ୍ତୁ ଏ ପର୍ଯ୍ୟନ୍ତ ତାହା ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇନାହିଁ। ଏହାକୁ ନେଇ ସେ ବାରମ୍ବାର ସଂସଦରେ ପ୍ରଶ୍ନ କରିଛନ୍ତି। ତେବେ ଏ ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ା ଏହାର ପ୍ରତିବାଦରେ ଏହି ଦସ୍ତଖତ ଅଭିଯାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଏଥିରେ ବହୁ ସଂଖ୍ୟାରେ ଲୋକେ ସାମିଲ ହେବେ ବୋଲି ସେ କହିଛନ୍ତି।
ପଦ୍ମପୁରକୁ ଏନ୍‌ଏସି ମାନ୍ୟତା ଦିଆ ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୨୦ରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଯେଉଁ ୯ ଦଫା ସମ୍ବଳିତ ଦାବିପତ୍ର ଦେଇଥିଲେ, ସେଥିରେ ଏହା ରହିଥିଲା। କିନ୍ତୁ ଘୋଷଣା ବେଳେ ପଦ୍ମପୁରକୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରିବାରରୁ କେବଳ ସେ ନିଜେ ନିର୍ବାଚନ ଲଢ଼ିବେ ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରରୁ ହିଁ ଲଢ଼ିବେ ବୋଲି କହିଛନ୍ତି। ହେଲେ ତାଙ୍କ ଭାଇ ସୀମାଞ୍ଚଳ ଉଲାକା ରାୟଗଡ଼ା ବିଧାନସଭା ଆସନ ପାଇଁ ଆବେଦନ କରିଛନ୍ତି, କିନ୍ତୁ ସେ ଲଢ଼ିବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢ଼ିବାକୁ ଅନେକ ଆଶାୟୀ ରହିଛନ୍ତି, ତେବେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ବୋଲି ସପ୍ତଗିରି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ଆପଲାସ୍ବାମୀ କାଡ୍ରାକା, ସୁନୀଲ ପଣ୍ଡା, ଚିନ୍ନାରୀ କ୍ରିଷ୍ଣା, ମହିଳା କଂଗ୍ରେସ ସଭାନେତ୍ରୀ ଅମ୍ବିକା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri