ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପ୍ରକୃତି ସୁରକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଏହି ଦମ୍ପତି ବିଭିନ୍ନ ଅଭିନବ ପଦକ୍ଷେପ ମାଧ୍ୟମରେ ପରିବେଶ ସଚେତନତାର ବାର୍ତ୍ତା ପହଞ୍ଚାଇ ଆସୁଛନ୍ତି। ବିଲୁପ୍ତପ୍ରାୟ ଘରଚଟିଆ ପକ୍ଷୀର ସଂରକ୍ଷଣ ପାଇଁ ସେମାନେ ବିଶେଷ ପ୍ରୟାସ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଘରଚଟିଆକୁ ସଂରକ୍ଷଣ କରି ସେମାନଙ୍କ ପାଇଁ ବାସସ୍ଥାନ, ଖାଦ୍ୟ, ଚାଉଳ, ଖୁଦ ଓ ପାନୀୟ ଜଳର ବ୍ୟବସ୍ଥା କରି ଆସୁଛନ୍ତି। ଏହାସହ କ୍ଷତାକ୍ତ ପକ୍ଷୀ ଓ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ଚିକିତ୍ସା ପରେ ପୁଣି ଜଙ୍ଗଲରେ ଛାଡ଼ିବା, ଗ୍ରୀଷ୍ମଦିନରେ ଜଙ୍ଗଲ ମଧ୍ୟରେ ମାଟି ପାତ୍ରରେ ପ୍ରତିଦିନ ପାଣି ଯୋଗାଇବା, ଜଙ୍ଗଲରେ ଅଗ୍ନିକାଣ୍ଡ ସମୟରେ ନିଅଁା ଲିଭାଇବା ସହ ଲୋକଙ୍କୁ ସଚେତନ କରିବା ଏବଂ ଅଗ୍ନି ନିରୋଧକ ରେଖା ପ୍ରସ୍ତୁତ କରିବା ଭଳି କାର୍ଯ୍ୟରେ ସେମାନେ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। ଏଥିସହ ସେମାନେ ଚାରାରୋପଣ, ଔଷଧୀୟ ଗଛର ସଂରକ୍ଷଣ ଏବଂ ମଞ୍ଜି ଗୋଲା ପ୍ରସ୍ତୁତ କରି ବର୍ଷା ଋତୁରେ ଖୋଲା ସ୍ଥାନରେ ପକାଇ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ମଧ୍ୟ ନିରନ୍ତର ପ୍ରୟାସ କରୁଛନ୍ତି। ଏହାସହ ଉଭୟ ସ୍ବାମୀସ୍ତ୍ରୀ ନିଶା ନିବାରଣ ସଚେତନତା, ସ୍ବଚ୍ଛତା କାର୍ଯ୍ୟକ୍ରମ, ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ, ଯୋଗ ଶିକ୍ଷା ପ୍ରଦାନ, ବୃକ୍ଷର ଯତ୍ନ ଓ ସୁରକ୍ଷା ପାଇଁ ରକ୍ଷା ବନ୍ଧନ କରି ସଚେତନ କରିଥାନ୍ତି। ସେମାନଙ୍କ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଜିତ ଗଡୁଆଙ୍କୁ ଦୈନିକ ’ଧରିତ୍ରୀ’ ପକ୍ଷରୁ ପରିବେଶପ୍ରେମୀ ଭାବେ ମାନପତ୍ର ଦେଇ ସମ୍ମାନିତ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର, ପ୍ରକୃତି ବନ୍ଧୁ ସମ୍ମାନ ଏବଂ ୱର୍ଲଡ ଚ୍ୟାରିଟି ଫାଉଣ୍ଡେଶନ ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ସେହିପରି ସଙ୍ଗୀତା ପାତ୍ର ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ହାସଲ କରିଛନ୍ତି। ଦମ୍ପତିଙ୍କୁ ସୁବର୍ଣ୍ଣପୁର ଜିଲାପାଳ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି। ପରିବେଶ ଓ ବ୍ଯଯପ୍ରାଣୀ ସୁରକ୍ଷା ପାଇଁ ସେମାନଙ୍କର ନିଷ୍ଠା, ସମର୍ପଣ ଓ ନିରନ୍ତର ସେବାଭାବ ଆଜି ସେମାନଙ୍କୁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଦମ୍ପତିଙ୍କ ଏହି ମହତ ପ୍ରୟାସକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

ପ୍ରଶାସନିକ ଉଦାସୀନତା: ୨ଜଣ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

ଆଜି ଶୁଭ ଗ୍ରହଯୋଗ ସୃଷ୍ଟି: ମେଷ ସମେତ ୫ ରାଶିଙ୍କୁ ମିଳିପାରେ ବଡ଼ ଧନଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଦୃଷ୍ଟିରୁ ୧୯ ଅଗଷ୍ଟ ୨୦୨୬ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ସପ୍ତମୀ ତିଥି ରହିବ ଏବଂ ବୁଧବାର ହେବ। ସନ୍ଧ୍ୟା…

ବିଶ୍ୱରେକର୍ଡ କଲେ ରିଷଭ ପନ୍ତ: ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ଗାଲେ, ୧୯ା୮(ପିଟି):ଭାରତର ବିସ୍ଫୋରକ ଉଇକେଟ୍‌କିପର-ବ୍ୟାଟର ରିଷଭ ପନ୍ତ ପ୍ରଥମ ଭାରତୀୟ ଓ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୧୦୦ ଛକା ପୂରଣ କରିଛନ୍ତି। ଶ୍ରୀଲଙ୍କା…

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ…

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri