Posted inଖେଳ

ବୋଲର୍‌ରୁ ରାତାରାତି ଓପନର୍‌ ହୋଇଯାଇଥିଲେ ଏହି କ୍ରିକେଟର୍‌: ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା

ଶ୍ରୀଲଙ୍କା କ୍ରିକେଟର କିମ୍ବଦନ୍ତୀ ସନଥ ଜୟସୁରିଆ ଆଜି ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୯୦ ଦଶକରେରେ ଦୁନିଆର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଥିଲେ। କ୍ୟାରିୟର ଆରମ୍ଭରେ ସେ ଜଣେ ବୋଲର ଥିଲେ କିନ୍ତୁ ୧୯୯୬ ମସିହାରେ ଜୟସୁରିଆଙ୍କୁ ରାତାରାତି ଓପନର୍‌ କରାଯାଇଥିଲା ଏବଂ ଏହା ପରେ ସମଗ୍ର ବିଶ୍ୱ କ୍ରିକେଟର ଭାଗ୍ୟ ବଦଳିଗଲା। ଜୟସୁରିଆଙ୍କ କ୍ୟାରିୟରର ଏକ ମୋଡ଼ ତାଙ୍କୁ ଜଣେ ବୋଲରଙ୍କଠାରୁ ମହାନ ଓପନର୍‌ କରିଥିଲା । ଜୟସୁରିୟା ୧୧୦ଟି ଟେଷ୍ଟରେ ୬୯୭୩ ରନ ସଂଗ୍ରହ କରିଥିଲେ। ସେଥିରେ ୧୪ ଶତକ ଅନ୍ତର୍ଭୁକ୍ତ ଥିଲା।
ସନାଥ ଜୟସୁରିଆ ପ୍ରଥମେ ୧୯୮୮ ଅଣ୍ଡର -୧୯ ବିଶ୍ୱକପରେ ଶ୍ରୀଲଙ୍କା ଦଳର ପ୍ରତିନିଧିତ୍ୱ କରିଥିଲେ ଏବଂ ପରେ ପାକିସ୍ତାନ ଗସ୍ତ ପାଇଁ ଶ୍ରୀଲଙ୍କାର ବି ଦଳରେ ମନୋନୀତ ହୋଇଥିଲେ। ପାକିସ୍ତାନ ଯାଇ ସେ ଦୁଇଟି ଦ୍ୱିଶତକ ହାସଲ କରିଥିଲେ ଏବଂ ପରେ ଜୟସୁରିଆ ଶ୍ରୀଲଙ୍କା ଦଳରେ ଖେଳିବାର ସୁଯୋଗ ପାଇଲେ। ୧୯୮୯ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଜୟସୁରିଆ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ବାହାରି ମାତ୍ର ୩ ରନ ସ୍କୋର କରିବା ପରେ ଆଉଟ୍‌ ହୋଇଥିଲେ। ଜୟସୁରିୟାଙ୍କ କ୍ୟାରିଅର୍‌ ବହୁତ ଖରାପ ଆରମ୍ଭ ହୋଇଥିଲା ଏବଂ ଏହି ଚକ୍ର ୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଜୟସୁରିଆ ୩୩ ଇନିଂସ ପାଇଁ ଗୋଟିଏ ଅର୍ଦ୍ଧଶତକ ହାସଲ କରି ନ ଥିଲେ। ୨୮ ଅକ୍ଟୋବର ୧୯୯୩ ପର୍ଯ୍ୟନ୍ତ ତାଙ୍କର ସର୍ବୋତ୍ତମ ସ୍କୋର ମାତ୍ର ୩୪ ରନ ଥିଲା। ଏହା ପରେ ଶାରଜାଠାରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ତାଙ୍କୁ ୩ ନମ୍ବରରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଏବଂ ତାଙ୍କ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ।
୧୯୯୪ ମସିହାରେ ଶ୍ରୀଲଙ୍କା ଦଳ ଜୟସୁରିଆଙ୍କୁ ଓପନର୍‌ ଭାବରେ ବ୍ୟାଟିଂ କରିବାକୁ ଆଣିଥିଲା। ପାକିସ୍ତାନ ଦଳ ଶ୍ରୀଲଙ୍କା ଗସ୍ତରେ ଆସିଥିଲା ଏବଂ ଜୟସୁରିଆ ତିନି ମ୍ୟାଚ ବିଶିଷ୍ଟ ସିରିଜର ତିନୋଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ତଥାପି ଜୟସୁରିୟା ଶ୍ରୀଲଙ୍କା ଦଳରେ ସ୍ଥାୟୀ ନ ଥିଲେ, ତାଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଆସୁଥିଲା। ଏହା ପରେ, ୮ ଡିସେମ୍ବର ୧୯୯୪ରେ, ଜୟସୁରିଆ ନିଜ ବ୍ୟାଟ ସହିତ ପ୍ରଥମ ବଡ ସ୍କୋର କରିଥିଲେ। ସେ ଦକ୍ଷିଣ ଆଫ୍ରିକା ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଓପନର୍‌ ଭାବରେ ୧୪୦ ରନ ସଂଗ୍ରହ କରିଥିଲେ। ଏହାପରଠାରୁ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ଜୟସୁରିଆ ଦିନିକିଆ କ୍ରିକେଟ ରେ ୩୮୩ ମ୍ୟାଚ ଖେଳିଥିଲେ। ସେ ୧୨ ହଜାରରୁ ଅଧିକ ରନ କରିଥିଲେ। ଲଥିରେ ୨୮ଟି ଶତକ ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri