ସଲମାନ୍‌ଙ୍କ ଓ୍ବାର୍କଆଉଟ୍‌ ଫଟୋ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ, କହିଲେ ଏଭଳି କିଛି

ବମ୍ବେ: ନିଜର ଫିଟ୍‌ନେସ୍‌କୁ ନେଇ ଦବଙ୍ଗ ଖାନ୍‌ ସଲମାନ୍‌ ବେଶ ଯତ୍ନବାନ। ପ୍ରଶଂସକମାନଙ୍କୁ ମଧ୍ୟ ସେ ଫିଟ୍‌ ରହିବାକୁ ପ୍ରେରଣା ଦିଅନ୍ତି। ସେ ସୋସିଆଲ ମିଡିଆରେ ଓ୍ବାକ୍‌ଆଉଟ୍‌ ସମୟର ଗୋଟିଏ ଫଟୋ ଶେୟାର କଲେ ଲକ୍ଷାଧିକ ଲୋକ ତାକୁ ପସନ୍ଦ କରନ୍ତି। ହେଲେ ଏବେ ଠିକ୍‌ ଓଲଟା ହୋଇଛି। ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ସଲମାନ୍‌ ଗୋଟିଏ ଫଟୋ ଶେୟାର କରି କଟାକ୍ଷ ଶୁଣୁଛନ୍ତି।

ଜିମ୍‌ରେ ଶଟ୍‌ଲେସ୍‌ ହୋଇ ବସିଥିବା ବେଳର ଫଟୋ ଶେୟାର କରିଛନ୍ତି ସଲମାନ। ଏଇ ଏବେ ଓ୍ବାକ୍‌ଆଉଟ୍‌ ସାରିଲି ବୋଲି ସେ କ୍ୟାପ୍ସନ ଲେଖିଛନ୍ତି। ଏହାପରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଭତ୍ସନା କରୁଥିବା ଦେଖାଯାଉଛି। କେହି କେହି ତାଙ୍କୁ ଅନ୍‌ଫଲୋ କରିଥିବା କହିଥିବା ବେଳେ ଭଗବାନ ସବୁ ଦେଖୁଛନ୍ତି, ଏଥର ତୁମେ ବଞ୍ଚିପାରିବ ନାହିଁ ବୋଲି ଲେଖିଛନ୍ତି। କେବଳ ଭିକାରୀମାନେ କାମ ପାଇବା ଲାଗି ତୁମର ପ୍ରଶଂସା କରିବେ ବୋଲି ମଧ୍ୟ ଜଣେ ବ୍ୟବହାରକାରୀ ଲେଖିଥିବା ଦେଖିବାକୁ ମିଳିଛି।

 

View this post on Instagram

 

Just finished working out ….

A post shared by Salman Khan (@beingsalmankhan) on

କହିରଖୁଛୁ, ନିକଟରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ନେପୋଟିଜିମ୍‌କୁ ନେଇ ସ୍ବର ଉଠିଛି। ସୁଶାନ୍ତଙ୍କ ପ୍ରଶଂସକମାନେ ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କଠାରୁ ଆରମ୍ଭ କରି ସଲମାନ୍‌ ଖାନ୍‌, ସୋନମ କପୁର, ସୋନାକ୍ଷୀ ସିନ୍ହାଙ୍କ ଭଳି କଳାକାରଙ୍କୁ କଟାକ୍ଷ କରୁଛନ୍ତି। ଏଥିରେ ବ୍ୟତିବ୍ୟସ୍ତ ହୋଇ ସୋନମ ନିଜର କମେଣ୍ଟ ସେକ୍ସନ ବନ୍ଦ କରିଦେଇଥିବା ବେଳେ ସୋନାକ୍ଷୀ ଟୁଇଟର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?