ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ କଥା କହିଦିଅନ୍ତି। ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଏହିଭଳି ଘଟଣାକ୍ରମରେ ସେ ଅନେକ ଥର ସର୍ବସମ୍ମୁଖରେ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ଅପମାନ କରିଛନ୍ତି। ଆସନ୍ତୁ ଜାଣିବା:-

ଦୀପିକା ପାଦ୍ୟୁକୋନ୍‌: ଫିଲ୍ମ ଛପାକ୍‌ର ପ୍ରମୋଶନ ପାଇଁ ଦୀପିକା ସଲମାନଙ୍କ ବିବାଦୀୟ ଶୋ’ ‘ବିଗ୍‌ ବସ୍‌’କୁ ଅତିଥି ଭାବେ ଯାଇଥିଲେ। ଏହି ସମୟରେ ସଲମାନ ମାନସିକ ବିଷାଦ ମୁଦ୍ଦା ଉଠାଇ ଦୀପିକାଙ୍କ ମଜା ଉଡାଇଥିଲେ। ସେତେବେଳେ ଦୀପିକା ଏହି କଥାକୁ ମଜାରେ ନେଇ ଯାଇଥିଲେ ହେଁ କଥା ବେଶ ଚର୍ଚ୍ଚାରେ ରହିଥିଲା।

ପ୍ରିୟଙ୍କା ଚୋପ୍ରା: ଏକଦା ସଲମାନ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିପ୍ପଣୀ ଦେଇଥିଲେ। ନିଜ ବିବାହ ଯୋଗୁ ପିସି ‘ଭାରତ’ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ସଲମାନ କହିଥିଲେ ‘ ପ୍ରିୟଙ୍କା ଭାରତ ନୁହେଁ ନିକ ଜୋନାସଙ୍କୁ ବାଛିଛନ୍ତି।’

କଟ୍ରିନା କୈଫ: କଟ୍ରିନାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟରେ ତାଙ୍କ ନାମ ସଲମାନଙ୍କ ସହ ଯୋଡ଼ାଯାଉଥିଲା। ଏହାର କିଛି ବର୍ଷ ପରେ ରଣବୀର କପୁରଙ୍କୁ ସେ ଡେଟ୍‌ କରିଥିଲେ। ଏକଦା ସଲମାନ କଟ୍ରିନାଙ୍କୁ ମିସ୍‌ କଟ୍ରିନା ନାମରେ ଡାକିବା ସହ ଆଉ କେତେ ତଳକୁ ଖସିବ ବୋଲି କହିଥିଲେ।

କଙ୍ଗନା ରାଣାଓ୍ବତ: କଙ୍ଗନା ଫିଲ୍ମ ପଙ୍ଗାର ପ୍ରମୋଶନ ପାଇଁ ବିଗ୍‌ ବସ୍‌ ଯାଇଥିଲେ। ସେତେବେଳେ ସଲମାନ ତାଙ୍କୁ ଝଗଡ଼ା କରିବା ଏବଂ କରାଇବାରେ ଏକ୍ସପର୍ଟ ଲୋକ ବୋଲି କହିଥିଲେ।

ଜୁହି ଚାଓ୍ବଲା: ଏକଦା ଜୁହି ସଲମାନଙ୍କ ଶୋ’ରେ ନଜର ଆସିଥିଲେ। ସେତେବେଳେ ସଲମାନ ଜୁହିଙ୍କ ସହ କାମ ନକରିବାକୁ ନେଇ ଅନେକ କିଛି କହିଥିଲେ। ଜୁହି ଏବେ ତାଙ୍କ ସହ କାମ କରିବେ ବୋଲି ହଁ ଭରିଥିଲେ। ହେଲେ ଜବାବରେ ସଲମାନ ତାଙ୍କ ବୟସକୁ ନେଇ ମଜା ଉଡାଇଥିଲେ। ଜୁହି ତାଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri