ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ କଥା କହିଦିଅନ୍ତି। ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଏହିଭଳି ଘଟଣାକ୍ରମରେ ସେ ଅନେକ ଥର ସର୍ବସମ୍ମୁଖରେ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ଅପମାନ କରିଛନ୍ତି। ଆସନ୍ତୁ ଜାଣିବା:-

ଦୀପିକା ପାଦ୍ୟୁକୋନ୍‌: ଫିଲ୍ମ ଛପାକ୍‌ର ପ୍ରମୋଶନ ପାଇଁ ଦୀପିକା ସଲମାନଙ୍କ ବିବାଦୀୟ ଶୋ’ ‘ବିଗ୍‌ ବସ୍‌’କୁ ଅତିଥି ଭାବେ ଯାଇଥିଲେ। ଏହି ସମୟରେ ସଲମାନ ମାନସିକ ବିଷାଦ ମୁଦ୍ଦା ଉଠାଇ ଦୀପିକାଙ୍କ ମଜା ଉଡାଇଥିଲେ। ସେତେବେଳେ ଦୀପିକା ଏହି କଥାକୁ ମଜାରେ ନେଇ ଯାଇଥିଲେ ହେଁ କଥା ବେଶ ଚର୍ଚ୍ଚାରେ ରହିଥିଲା।

ପ୍ରିୟଙ୍କା ଚୋପ୍ରା: ଏକଦା ସଲମାନ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଟିପ୍ପଣୀ ଦେଇଥିଲେ। ନିଜ ବିବାହ ଯୋଗୁ ପିସି ‘ଭାରତ’ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ସଲମାନ କହିଥିଲେ ‘ ପ୍ରିୟଙ୍କା ଭାରତ ନୁହେଁ ନିକ ଜୋନାସଙ୍କୁ ବାଛିଛନ୍ତି।’

କଟ୍ରିନା କୈଫ: କଟ୍ରିନାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟରେ ତାଙ୍କ ନାମ ସଲମାନଙ୍କ ସହ ଯୋଡ଼ାଯାଉଥିଲା। ଏହାର କିଛି ବର୍ଷ ପରେ ରଣବୀର କପୁରଙ୍କୁ ସେ ଡେଟ୍‌ କରିଥିଲେ। ଏକଦା ସଲମାନ କଟ୍ରିନାଙ୍କୁ ମିସ୍‌ କଟ୍ରିନା ନାମରେ ଡାକିବା ସହ ଆଉ କେତେ ତଳକୁ ଖସିବ ବୋଲି କହିଥିଲେ।

କଙ୍ଗନା ରାଣାଓ୍ବତ: କଙ୍ଗନା ଫିଲ୍ମ ପଙ୍ଗାର ପ୍ରମୋଶନ ପାଇଁ ବିଗ୍‌ ବସ୍‌ ଯାଇଥିଲେ। ସେତେବେଳେ ସଲମାନ ତାଙ୍କୁ ଝଗଡ଼ା କରିବା ଏବଂ କରାଇବାରେ ଏକ୍ସପର୍ଟ ଲୋକ ବୋଲି କହିଥିଲେ।

ଜୁହି ଚାଓ୍ବଲା: ଏକଦା ଜୁହି ସଲମାନଙ୍କ ଶୋ’ରେ ନଜର ଆସିଥିଲେ। ସେତେବେଳେ ସଲମାନ ଜୁହିଙ୍କ ସହ କାମ ନକରିବାକୁ ନେଇ ଅନେକ କିଛି କହିଥିଲେ। ଜୁହି ଏବେ ତାଙ୍କ ସହ କାମ କରିବେ ବୋଲି ହଁ ଭରିଥିଲେ। ହେଲେ ଜବାବରେ ସଲମାନ ତାଙ୍କ ବୟସକୁ ନେଇ ମଜା ଉଡାଇଥିଲେ। ଜୁହି ତାଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିପାରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri