Posted inଖେଳ

ଗୋଟିଏ ଦିନରେ ୩୦୯ ରନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୨୭।୮: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌। ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ୧୦୦% ହାରରେ ରନ୍‌ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ୧୯୩୦ ଜୁଲାଇ ୧୧ରେ ଇଂଲଣ୍ଡ ବିପକ୍ଷରେ ବ୍ରାଡମ୍ୟାନ୍‌ ଗୋଟିଏ ଦିନରେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ରେକର୍ଡ କରିଥିଲେ।

ଲଡ୍ସରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବ୍ରାଡମ୍ୟାନ ତ୍ରିଶତକ କରିଥିଲେ। ଦିନର ତିନୋଟି ସତ୍ରରେ ସେ ଏହା କରିଥିଲେ। ଏଣୁ ଦିନର ଖେଳ ଶେଷ ସୁଦ୍ଧା ସେ ୩୦୯ ରନ୍‌ କରି ଅପରାଜିତ ଥିଲେ। ତାଙ୍କର ଏଭଳି ପାଳି ଯୋଗୁ ଦଳୀୟ ସ୍କୋର ୪୫୮/୩ ଥିଲା।

ସେତେବେଳେ ବ୍ରାଡମ୍ୟାନ୍‌ଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ସେ ନିଜର ସପ୍ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ। ମ୍ୟାଚ୍‌ରେ ୧୧ ବଲ୍‌ ପଡ଼ିବା ପରେ ସେ ପଡ଼ିଆକୁ ଆସିଥିଲେ। ଲଞ୍ଚ ପୂର୍ବରୁ ସେ ନିଜର ଶତକ ପୂରଣ କରିଥିଲେ। ଏପରିକି ଟି-ବ୍ରେକ୍‌ ପୂର୍ବରୁ ନିଜର ଦ୍ୱିଶତକ ପୂରଣ କରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ସେ ୪୪୮ ବଲ୍‌ ଖେଳି ୩୦୯ କରିପାରିଥିଲେ। ବ୍ରାଡ୍‌ମ୍ୟାନ୍‌ଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ଭାଙ୍ଗିପାରିନାହାନ୍ତି। ତେବେ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ରାଡମ୍ୟାନ୍‌ ୩୩୪ ରନ୍‌ କରି ଆଉଟ୍‌ ହୋଇଥିଲେ, ଯାହାକି ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଲଟିଥିଲା। ୯୦ ବର୍ଷ ଧରି ତାଙ୍କର ରେକର୍ଡ ପୂର୍ବବତ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri