Posted inଜାତୀୟ

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡୁର ମଦୁରାନ୍ଥକମ୍ ଓ ଧାରାପୁରମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଥଟ୍ଟନଚାଭଡି ବିଧାନସଭା ଆସନରେ ମତଦାନ ହେଉଛି।

ଆସାମର ନଗାଓଁରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳୁଥିବା ବେଳେ ପଶ୍ଚିମବଙ୍ଗରେ ଭାଜପା ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢ଼େଇ ରହିଛି । ସେହିପରି ତାମିଲନାଡୁର ଦୁଇଟି ଆସନରେ ମଧ୍ୟ ତ୍ରିକୋଣୀୟ ମୁକାବିଲା ହେଉଛି। ଅକ୍ଟୋବର ୯, ୨୦୨୬ରେ ଏହି ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇବ।

କଂଗ୍ରେସର ପ୍ରଦ୍ୟୁତ ବୋରଦୋଲୋଇ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଧାୟକ ହେବା ପରେ ନଗାଓଁ ଲୋକସଭା ଆସନ ଛାଡ଼ିଥିଲେ । ଏହାପରେ ଏଠାରେ ଉପନିର୍ବାଚନ ହେଉଛି। ଭାଜପା ପୂର୍ବତନ ଆଇଏଏସ୍ ଅଧିକାରୀ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସିବାମୋନି ବୋରାଙ୍କ ଉପରେ ଭରସା କରିଛି। ଅନ୍ୟପଟେ AIUDF ପ୍ରାର୍ଥୀ ମହମ୍ମଦ ବଦରୁଦ୍ଦିନ ଅଜମଲଙ୍କ ମଇଦାନକୁ ଓହ୍ଲାଇବା ପରେ ମୁକାବିଲା ତ୍ରିକୋଣୀୟ ହୋଇଛି।ପରିସୀମନ ପରେ ନଗାଓଁ ଲୋକ ସଭା ଆସନରେ ପ୍ରାୟ ୧୯ ଲକ୍ଷ ଭୋଟର ଥିବା ବେଳେ ଏଥିରୁ ୫୫ ପ୍ରତିଶତରୁ ଅଧିକ ମୁସଲିମ୍ ଭୋଟର ଥିବା କୁହାଯାଉଛି।

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ଆସନରେ ମଧ୍ୟ ଉପନିର୍ବାଚନ ହେଉଛି । ନନ୍ଦିଗ୍ରାମ ଆସନ ଛାଡ଼ିବା ପରେ ଏଠାରେ ଉପନିର୍ବାଚନ ଆବଶ୍ୟକ ହୋଇଥିଲା। ଭାଜପା ହସିରାଣୀ ରଥଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ମିଲନ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରେଜିନଗର ଆସନ ମଧ୍ୟ ବିଧାୟକଙ୍କ ଇସ୍ତଫା ପରେ ଖାଲି ହୋଇଥିଲା। ଏଠାରେ ତାଙ୍କ ପୁଅ ଗୁଲାମ ନବୀ ଆଜାଦ ପ୍ରାର୍ଥୀ ହୋଇଥିବା ବେଳେ ଭାଜପା ଶଙ୍କରାଓ ସରକାରଙ୍କୁ ମଇଦାନକୁ ଓହ୍ଲାଇଛି।

ତାମିଲନାଡୁର ମଦୁରାନ୍ଥକମ୍ ଓ ଧାରାପୁରମ୍ ଆସନରେ ମଧ୍ୟ ଉପ ନିର୍ବାଚନ ହେଉଛି । ୨୦୨୬ ନିର୍ବାଚନରେ ଏହି ଦୁଇ ଆସନରେ ଅନ୍ନାଦ୍ରମୁକ ବିଜୟୀ ହୋଇଥିଲା। କିନ୍ତୁ ପରେ ଦୁଇ ବିଧାୟକ ଇସ୍ତଫା ଦେଇ ଅଭିନେତା ବିଜୟଙ୍କ ଦଳ ତାମିଝଗା ବେତ୍ରି କଳଗମ୍ (TVK)ରେ ଯୋଗ ଦେଇଥିଲେ। ଏହାପରେ ଉଭୟ ଆସନରେ ଉପନିର୍ବାଚନ ହେଉଛି । TVK ପକ୍ଷରୁ ଏହି ଦୁଇ ଆସନରେ ପ୍ରାର୍ଥୀ ଦିଆଯାଇଛି । ଅନ୍ୟପଟେ DMK ଓ AIADMK ମଧ୍ୟ ଜୋରଦାର ପ୍ରଚାର କରିଛନ୍ତି  । ତେଣୁ ଏଠାରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳୁଛି।

ବିଜୟଙ୍କ ଦଳ ପାଇଁ ଏହି ଉପନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ଦଳ ଗଠନ ପରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବାରୁ ଏହାର ଫଳାଫଳ ଉପରେ ରାଜନୈତିକ ମହଲର ନଜର ରହିଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଥଟ୍ଟନଚାଭଡି ଆସନରେ ମଧ୍ୟ ଆଜି ମତଦାନ ହେଉଛି । ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସାମୀ ଦୁଇଟି ଆସନରୁ ବିଧାୟକ ହୋଇଥିଲେ। ପରେ ସେ ଥଟ୍ଟନଚାଭଡି ଆସନରୁ ଇସ୍ତଫା ଦେବାରୁ ଏଠାରେ ଉପନିର୍ବାଚନ ହେଉଛି । ଏଠାରେ AINRC ଓ କଂଗ୍ରେସ ସମର୍ଥିତ ମେଣ୍ଟ ମଧ୍ୟରେ ମୁଖ୍ୟ ଲଢ଼େଇ ଦେଖିବାକୁ ମିଳୁଛି।

ଏହି ଉପନିର୍ବାଚନଗୁଡ଼ିକର ଫଳାଫଳ ଦେଶ କିମ୍ବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବହୁମତ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ। ତେବେ ଏହି ନିର୍ବାଚନ ମାଧ୍ୟମରେ ବିଭିନ୍ନ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଭୋଟରଙ୍କ ମନୋଭାବର ଏକ ଚିତ୍ର ମିଳିପାରେ । ତେଣୁ ଏହି ୬ଟି ଆସନର ଫଳାଫଳ ଉପରେ ରାଜନୈତିକ ମହଲର ନଜର ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?