ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦଶହରା ଛୁଟି ପୂର୍ବରୁ ହେବ ଛାତ୍ର ସଂସଦ ନିର୍ବାଚନ ।
ତେବେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ କେତେକ ନିୟମ ଓ ସର୍ତ୍ତାବଳୀ ରହିଛି । UG ଛାତ୍ରୀଛାତ୍ରଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ସେହିପରି PG ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଜରୁରୀ । ସେହିପରି ଜଣେ ପ୍ରାର୍ଥୀ ଗୋଟିଏ ପଦ ପାଇଁ ଥରେ ନିର୍ବାଚନ ଲଢ଼ିପାରିବେ ।
ସେହିପରି ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ଆବଶ୍ୟକ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପ୍ରାର୍ଥୀ ହୋଇପାରିବେ ନାହିଁ ପ୍ରାର୍ଥୀଙ୍କର କୌଣସି ବିଷୟରେ ଏକାଡେମିକ୍ ବ୍ୟାକ୍ ନଥିବ । ଅତିକମରେ ୭୫% କ୍ଲାସ୍ ଉପସ୍ଥାନ ଥିବା ଆବଶ୍ୟକ । ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ । କହିରଖୁଛୁ କି, ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ରସଂସଦ ନିର୍ବାଚନ। ତେବେ ନିର୍ବାଚନ ତାରିଖ ଘୋଷଣା ପରେ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇ ପଡ଼ିଛି ।

