Posted inଜାତୀୟ

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ ଉପରେ ଅକ୍ଟୋବର ୩ ତାରିଖରେ ଜନ୍ତର ମନ୍ତରରେ ଆନ୍ଦୋଳନ ସମୟରେ ଜଣେ ମହିଳା ଖବରଦାତାଙ୍କୁ ଯୌନ ଉତ୍ପୀଡ଼ନର ଅଭିଯୋଗ ରହିଛି। ଏହି ମାମଲାରେ FIR ଦାବି କରି ଗତ ୩ ଦିନ ଧରି ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ବାହାରେ ପ୍ରତିବାଦ ଚାଲିଛି ।

ଦିଲ୍ଲୀ ସରକାରଙ୍କ କହିବା ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳର ୧୨ ଜଣ ଅଧିକାରୀଙ୍କୁ ଆଡିସନାଲ DCPର କରେଣ୍ଟ ଡ୍ୟୁଟି ଚାର୍ଜ (CDC) ଦେବା ପ୍ରକ୍ରିୟା ଅଗଷ୍ଟ ୨୫ରୁ ଆରମ୍ଭ ହୋଇଥିଲା। ସରକାର ଦାବି କରିଛନ୍ତି ଯେ ବର୍ତ୍ତମାନର ବିବାଦ ଆରମ୍ଭ ହେବା ପୂର୍ବରୁ ହିଁ ଏହି ପ୍ରକ୍ରିୟା ଚାଲିଥିଲା। ଅକ୍ଟୋବର ୫ରେ ଅନୁମୋଦନ ମିଳିବା ପରେ ଅଧିକାରୀମାନଙ୍କୁ ଚାର୍ଜ ଦେବା ନେଇ ଆଦେଶ ଜାରି ହୋଇଥିଲା।

ତେବେ ବିବାଦ ସାମ୍ନାକୁ ଆସିବା ପରେ ନିଜେ ବିବେକ ଭଗତ କହିଥିଲେ ଯେ ମହିଳା ଖବରଦାତାଙ୍କ ସହ ଜଡ଼ିତ ଉତ୍ପୀଡ଼ନ ଅଭିଯୋଗର ସମ୍ପୂର୍ଣ୍ଣ ତଦନ୍ତ ନହେବା ପର୍ଯ୍ୟନ୍ତ ସେ ଆଡିସନାଲ DCPର ଚାର୍ଜ ନେବାକୁ ଚାହୁଁନାହାନ୍ତି । ଏହାପରେ ସରକାର ପୂର୍ବ ଆଦେଶରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ସୂଚନା ଅନୁସାରେ, ବିବେକ ଭଗତଙ୍କ ମାମଲାରେ ଆଦେଶରେ ପରିବର୍ତ୍ତନ କରାଯିବ। ଅନ୍ୟ ୧୧ ଜଣ ଅଧିକାରୀଙ୍କୁ ଆଡିସନାଲ DCPର CDC ଚାର୍ଜ ଦେବା ନେଇ ଆଦେଶ ପୁଣିଥରେ ଜାରି କରାଯିବ।

ଅଧିକାରୀମାନଙ୍କୁ ଚାର୍ଜ ଦେବା ପ୍ରକ୍ରିୟା ପୂର୍ବରୁ ଚାଲିଆସୁଥିଲା। ତେଣୁ ଏହାକୁ ବର୍ତ୍ତମାନର ବିବାଦ ସହ ଯୋଡ଼ି ଦେଖିବା ଉଚିତ ନୁହେଁ ବୋଲି ସରକାର କହିଛନ୍ତି । ଏହି ବିବାଦ ମଧ୍ୟରେ ଦିଲ୍ଲୀ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। AI ସହାୟତାରେ ACP ବିବେକ ଭଗତଙ୍କ ଏକ ଆପତ୍ତିଜନକ ପୋଷ୍ଟର ତିଆରି କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପୋଲିସ ଅନୁସାରେ, AIରେ ତିଆରି ଏହି ପୋଷ୍ଟରରେ ବିବେକ ଭଗତଙ୍କୁ ଜଣେ ମହିଳା ଖବରଦାତାଙ୍କ ସହ ଦୁର୍ବ୍ୟବହାର କରୁଥିବା ଭଳି ଦେଖାଯାଇଥିଲା। ଏହି ପୋଷ୍ଟର ଏକ ଷଡ଼ଯନ୍ତ୍ରର ଅଂଶ ଏବଂ ପରିବେଶ ଖରାପ କରିବା ଉଦ୍ଦେଶ୍ୟରେ ଏହାକୁ ସୋସିଆଲ ମିଡିଆରେ ପ୍ରସାର କରାଯାଇଥିବା ପୋଲିସ ଅଭିଯୋଗ କରିଛି।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ପୋଷ୍ଟର ତିଆରି ଓ ଏହାକୁ ସୋସିଆଲ ମିଡିଆରେ ପ୍ରସାର କରିବା ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାରକୁ ପିଟିଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ୪ ଖବରଦାତା

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସଡ଼କ ଦୁର୍ଘଟଣା ସାଧାରଣରେ ପରିଣତ ହୋଇଛି। ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର…

ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ଖୁଲାସା: ଦଳକୁ ଫେରିବେ ଏହି ୩ ଧୁରନ୍ଧର ବୋଲର!

ନୂଆଦିଲ୍ଲୀ, ୧୮।୧୧: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ନିଜ ଦଳର ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ। ୱେଲିଂଟନରେ…

ଆଉ ମାତ୍ର ୩ ଉଇକେଟ୍‌… ବିଶ୍ୱରେକର୍ଡ କରିବେ ବୁମ୍‌ରା, ହାତରେ ଅଛି ସୁବର୍ଣ୍ଣ ସୁଯୋଗ

ଓ୍ବେଲିଂଟନ୍‌,୧୮।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଦୃଷ୍ଟିରୁ…

ବାତ୍ୟା ‘ଅକ୍ୱାନ’କୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୮।୧୧: ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା। ବାତ୍ୟା…

ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପୁଅକୁ ଅପହରଣ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଆଳି,୧୮ା୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଓ ତାଙ୍କ ୮ ବର୍ଷର ପୁଅକୁ ଅପହରଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନାରେ ପରିବାର ଲୋକ…

ମୃତ୍ୟୁଶଯ୍ୟାରେ ୮୨ ବର୍ଷୀୟା ବୃଦ୍ଧା ନୀଳା ବେହେରା, ପାଞ୍ଚ ମାସ ହେଲା ମିଳୁନି ଭତ୍ତା

ଗଞ୍ଜାମ,୧୮/୧୧ (ବିଦ୍ୟାଧର ସାହୁ): ଗରିବ ଓ ଅସହାୟ ଜନସାଧାରଣଙ୍କ ହିତ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନା ଓ…

୩ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ୩ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା…

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?