Posted inଜାତୀୟ

ଆୟୁର୍ବେଦ ଡାକ୍ତରଙ୍କ ଦରମା ଏମବିବିଏସ ଡାକ୍ତରଙ୍କ ସହ ହେବନି ସମାନ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୪ : ଆୟୁର୍ବେଦ ଡାକ୍ତରମାନେ ଏମବିବିଏସ କରିଥିବା ଡାକ୍ତରଙ୍କ ଭଳି ସମାନ କାମ କରନ୍ତି ନାହିଁ। ତେଣୁ ସେମାନେ ସମାନ ଦରମା ପାଇବାକୁ ହକଦାର ନୁହଁନ୍ତି । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ କୁହାଯାଇଥିଲା, ଆୟୁର୍ବେଦ ଡାକ୍ତରମାନେ ଏମବିବିଏସ ଡାକ୍ତରଙ୍କ ଭଳି ସମାନ ଦରମା ପାଇବେ।

ଜଷ୍ଟିସ ଭି ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି,ସ୍ବାଭାବିକ ଯେ ଉଭୟ ପ୍ରକାରର ଡାକ୍ତର ସମାନ ଦରମା ପାଇବେ ନାହିଁ। କାରଣ ସେମାନେ ସମାନ କାମ କରନ୍ତି ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଆୟୁର୍ବେଦ ଡାକ୍ତରମାନେ ଏପରି କାର୍ଯ୍ୟ କରିପାରିବେ ନାହିଁ ଯାହା ଆଲୋପ୍ୟାଥି ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି ଏବଂ ଟ୍ରମା କେୟାରରେ କରିବାକୁ ସକ୍ଷମ ଅଟନ୍ତି। ଏହା ସହିତ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଆୟୁର୍ବେଦ ଡାକ୍ତରମାନେ ଜଟିଳ ଅସ୍ତ୍ରୋପଚାରରେ ସହଯୋଗ କରିବା ସମ୍ଭବ ନୁହେଁ। ମାତ୍ର ଏମବିବିଏସ ଡାକ୍ତରମାନେ ଅସ୍ତ୍ରୋପଚାରରେ ସାହାଯ୍ୟ କରିପାରିବେ ।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଯଦିଓ ବିକଳ୍ପ ଔଷଧ ପ୍ରଣାଳୀର ଗୌରବମୟ ଇତିହାସ ରହିଛି, ଆଧୁନିକ ଯୁଗରେ ଏଭଳି ଡାକ୍ତରମାନେ ଅସ୍ତ୍ରୋପଚାର କରିବାରେ ସକ୍ଷମ ନୁହଁନ୍ତି କିମ୍ବା ସହଯୋଗ କରିବାରେ ସକ୍ଷମ ନୁହଁନ୍ତି। କୋର୍ଟ କହିଛନ୍ତି, ’ସମସ୍ତଙ୍କୁ ଜଣା, ଏମବିବିଏସ ଡାକ୍ତରମାନଙ୍କୁ ସାଧାରଣ ଡାକ୍ତରଖାନାରେ ଓପିଡିରେ ଶହ ଶହ ରୋଗୀଙ୍କୁ ଦେଖିବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦ ଡାକ୍ତରଙ୍କ କ୍ଷେତ୍ରରେ ତାହା ନୁହେଁ। ଆୟୁର୍ବେଦ ଡାକ୍ତର ଏବଂ ସ୍ବଦେଶୀ ଔଷଧର ଆବଶ୍ୟକତାକୁ ଚିହ୍ନିବା ଏବଂ ଏହାର ବିକାଶର ଆବଶ୍ୟକତା ଜରୁରୀ। ମାତ୍ର ଆମେ ସତ୍ୟକୁ ଭୁଲି ପାରିବୁ ନାହିଁ ଯେ ଉଭୟ ବର୍ଗର ଡାକ୍ତର ସମାନ ଦରମା ପାଇବା ପାଇଁ ସମାନ କାମ କରୁନାହାଁନ୍ତି। ସୂଚନାଯୋଗ୍ୟ, ୨୦୧୩ ମସିହାରେ ଗୁଜରାଟ ହାଇକୋର୍ଟ ଏକ ନିଷ୍ପତ୍ତି ନେଇଥିଲେ, ଏମବିବିଏସ ପ୍ରତିପକ୍ଷଙ୍କ ପରି ଆୟୁର୍ବେଦ ଡାକ୍ତରମାନେ ମଧ୍ୟ ଟିକ୍କୁ ବେତନ କମିଶନ ଅନ୍ତର୍ଗତ ସମାନ ଦରମା ପାଇବାକୁ ହକଦାର।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri