କରାମାଡ଼ ବଢ଼ାଇଲା ଚାଷୀଙ୍କ ଦୁଃଖ

ବରଗଡ଼ ଅଫିସ୍‌,୨୭।୪: ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଜିଲାରେ ଚାଷ, ଚାଷୀ ସମସ୍ୟା ଅସମାହିତ ହୋଇପଡ଼ିଛି। କେତେବେଳେ ଅନାବୃଷ୍ଟି କିମ୍ବା ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ତ ଆଉ କେବେ ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ଗତ ୪ଦିନ ମଧ୍ୟରେ ୨ଦିନ ଜିଲାରେ କରାମାଡ଼ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କରାମାଡ଼ ପ୍ରଭାବରୁ ଅମଳକ୍ଷମ ଅବସ୍ଥାରେ ରହିଥିବା ଧାନ ନଷ୍ଟ ହୋଇଯାଇଛି। ଏହାକୁ ନେଇ ଜିଲାର ଚାଷୀମାନେ ଚିନ୍ତିତ ହୋଇ ପଡ଼ିଥିବାବେଳେ କ୍ଷତିପୂରଣ ସହାୟତା ଦାବି କରିଛନ୍ତି। ଏହି ଦାବି ନେଇ ବୁଧବାର ଜିଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀ ଜିଲାପାଳ ମୋନିଷା ବାନାର୍ଜୀ ଏବଂ ଜିଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ଅମାତଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଧା ଟପ୍ପୋ ସ୍ମାରକପତ୍ର ଗ୍ରହଣ କରିଥିଲେ। କ୍ଷତିପୂରଣ ସହାୟତା ନ ମିଳିଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଜିଲାରେ ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଯାଇଛି । ଆସନ୍ତା ମେ ୬ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନ ମଣ୍ଡିଗୁଡ଼ିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଅମଳର ଅବ୍ୟବହିତ ପୂର୍ବରୁ କ୍ରମାଗତ କରାମାଡ଼ ହେବା ଯୋଗୁ ଧାନ ଫସଲ ଯଥେଷ୍ଟ ପ୍ରଭାବିତ ହୋଇଛି। କେଣ୍ଡାରୁ ଧାନ ଝଡ଼ି ଜମିରେ ପଡ଼ିଛି। ସେହିପରି କ୍ଷୀର ଢ଼ୋକୁଥିବା ଧାନକେଣ୍ଡା ମଧ୍ୟ ନଷ୍ଟ ହୋଇଯାଇଛି। ଗତ ୨୨ତାରିଖ ସନ୍ଧ୍ୟାରେ ଜିଲାର ଅତାବିରା, ବରଗଡ଼, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ କରାମାଡ଼ ହୋଇଥିବା ଧାନ ଫସଲ ପ୍ରଭାବିତ ହୋଇଥିଲା। ସେହି ଫସଲକ୍ଷତିର କ୍ଷୟକ୍ଷତି ଆକଳନ ନ ସରୁଣୁ ମଙ୍ଗଳବାର ସନ୍ଧ୍ୟାରେ ଜିଲାର ବରଗଡ଼ ବ୍ଳକ ଅନ୍ତର୍ଗତ କଟାପାଲି, ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ପୁଣି କରାମାଡ଼ ହୋଇଥିଲା। ୪ଦିନ ମଧ୍ୟରେ ୨ଥର କରାମାଡ଼ ଚାଷୀଙ୍କ ଧାନ ଫସଲକୁ ଧୂଳିସାତ୍‌ କରିଦେଇଛି। କମଗାଁ ପଞ୍ଚାୟତ ଜଡ଼ା ଗ୍ରାମର ଜଣେ ଚାଷୀ ଦୁଷ୍ମନ୍ତ ମହାପାତ୍ର କହିଛନ୍ତି, ଅନ୍ତପାଲି, ଜଡ଼ା, କର୍ଲାଜୁରୀ, ରୁଷିପାଲି, ଜାମବାହାଲି, କମଗାଁ, ଜାମବାହାଲି ଆଦି ଗ୍ରାମରେ କରାମାଡ଼ ଯୋଗୁ ପ୍ରାୟ ୯୦ପ୍ରତିଶତ ଧାନ ଫସଲ ନଷ୍ଟ ହୋଇ ଯାଇଛି। କମଗାଁ ପଞ୍ଚାୟତର ଚାଷୀମାନେ ସବୁଥର ବୀମା ପ୍ରିମିୟମ ଭରୁଛନ୍ତି, ହେଲେ କେବେ ବୀମା କ୍ଷତିପୂରଣ ପାଉନାହାନ୍ତି । କିନ୍ତୁ ଏଭଳି ସ୍ଥଳେ ସରକାର କ୍ଷତିପୂରଣ ନଦେଲେ ପଞ୍ଚାୟତବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ସେ କହିଛନ୍ତି। ସେହିପରି କମଗାଁ ଗ୍ରାମର ଅନ୍ୟଜଣେ ଚାଷୀ ରବି ନାରାୟଣ ଭୋଇ କହିଛନ୍ତି, ପ୍ରଶାସନ ସଠିକ୍‌ଭାବେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେଉ, ନଚେତ୍‌ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ଏ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ଅଶୋକ କୁମାର ଅମାତ କହିଛନ୍ତି, କରାମାଡ଼ରେ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରାଯାଉଛି। ଆକଳନ ଚୂଡ଼ାନ୍ତ ହେଲେ ତାହା ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?