୮୪୩ ଜିଓ ଟ୍ୟାଗ୍‌ଡ ଅଧିକାରୀଙ୍କ ଦରମା ବନ୍ଦ

ବାରିପଦା,୩୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୮୪୩ ଜିଓ ଟ୍ୟାଗ୍‌ଡ ଅଫିସରଙ୍କ ଦରମା ବନ୍ଦ କରାଯାଇଛି ା ଏ ନେଇ ଜିଲାପାଳ ହେମକାନ୍ତ ସୟ ବିଭାଗୀୟ ଚିଠି ନଂ. ୮୪୫୯/୨୮ ଅକ୍ଟୋବର ୨୦୨୪ ଅନୁଯାୟୀ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଦରମା ପ୍ରଦାନ ନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଜିଲାରେ ଗ୍ରାମୀଣ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ଜଣ ଅଫିସର ନିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩ଜଣ ଠିକ୍‌ ଭାବେ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଅବଶିଷ୍ଟ ୮୪୩ଜଣଙ୍କ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜଣାପଡ଼ିଥିଲା ା ଟ୍ୟାଗ୍‌ଡ ଅଫିସରମାନଙ୍କ କ୍ଷେତ୍ର ପରିଦର୍ଶନ ଏବଂ ନିରନ୍ତର ମନିଟରିଂ ଅଭାବରୁ ୬୩ ପ୍ରତିଶତ ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ା ଫଳରେ ଏକ ବର୍ଷ ଧରି ପଡ଼ିରହିଥିବା ଗୃହଗୁଡ଼ିକର କାର୍ଯ୍ୟ ସମାପ୍ତ ହେବାରେ ବିଳମ୍ବ ଦେଖାଯାଇଛି। ଫଳରେ ସରକାରଙ୍କ ଯୋଜନା ସଫଳ ହେବାରେ ବହୁ ବାଧା ଉପୁଜିଥିବା ଦର୍ଶାଯାଇଛି। ଏହାକୁ ନେଇ ଟ୍ୟାଗଡ ଅଫିସରଙ୍କ ଦରମାକୁ ଅକ୍ଟୋବର ୨୦୨୪ରୁ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ସେମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଜିଲାରେ ନିର୍ମାଣ ହେଉଥିବା ଗୃହର ଜିଓ ଗ୍ୟାଗ୍‌ ନିମନ୍ତେ ଅତିରିକ୍ତ ଡାଟା ଏଣ୍ଟ୍ରିି ଅପରେଟର ଓ ପଞ୍ଚାୟତ ସମ୍ପ୍ରସାରଣ ଅଫିସରମାନେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ ଗୁରୁବାର କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ…

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଦିଗପହଣ୍ଡି,୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri