Posted inଜାତୀୟ

ବ୍ୟବସାୟୀଙ୍କ ହତ୍ୟା ମାମଲରେ ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ : ମହାରାଷ୍ଟ୍ର ଏଟିଏସ୍‌

ନୂଆଦିଲ୍ଲୀ,୨୩।୩: ବ୍ୟବସାୟୀ ମନସୁଖ ହିରନଙ୍କ ହତ୍ୟା ମାମଲାରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ। ଏ ନେଇ ମହାରାଷ୍ଟ୍ର ଆଣ୍ଟି ଟେରରିଜମ ସ୍କ୍ବାଡ (ଏଟିଏସ୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ଏଟିଏସ୍‌ ଡିଜି ଜୟ ସିଂ କହିଛନ୍ତି, ହିରନଙ୍କ ମୃତ୍ୟୁ ପଛରେ ଓ୍ବାଜେଙ୍କ ଭୂମିକା ଥିବା ପ୍ରମାଣ କରିବା ପାଇଁ ଆମ ନିକଟରେ ଯଥେଷ୍ଟ ତଥ୍ୟ ରହିଛି।

ଚଳିତ ମାସ ୪ ତାରିଖରେ ହିରନଙ୍କୁ ରାତି ୮.୨୦ ଏକ ଫୋନ କଲ ଆସିଥିଲା। ଯାହା ଫଳରେ ସେ ଘରୁ ବାହାରିଥିଲେ। ତାଙ୍କୁ ଚଳନ୍ତା କାରରେ ହତ୍ୟା କରାଯିବା ପରେ ମୃତଦେହକୁ ମୁମ୍ବରା କ୍ରିକ୍‌ରେ ଫୋପାଡ଼ି ଦିଆଯାଇଥିଲା। ଏହାର ପର ଦିନ ହରିନଙ୍କ ମୃତଦେହ ମିଳିଥିଲା ପୋଲିସକୁ। ତଦନ୍ତର ପୂରା ତଥ୍ୟ ଦେଇ ଏଟିଏସ୍‌ ଡିଜି କହିଛନ୍ତି, ହିରନଙ୍କୁ ଘରୁ ବାହାରକୁ ଡାକିବା ପାଇଁ ବ୍ୟବହୃତ ହୋଇଥିବା ସିମ ମଧ୍ୟ ଜବତ କରାଯାଇଛି।

ଓ୍ବାଜେଙ୍କ ନିର୍ଦ୍ଦେଶ କ୍ରମେ ବୁକି ନରେଶ ଗୌର ସିମଗୁଡ଼ିକୁ ବାଣ୍ଟିଥିଲେ। ଆଉ ଏସବୁ ଥିଲା ଷଡ଼ଯନ୍ତ୍ରର ଅଂଶ। ଏହି ହତ୍ୟା ମାମଲରେ ଆଉ ଜଣେ ସସ୍‌ପେଣ୍ଡ ପୋଲିସ ଅଧିକାରୀ ବିନାୟକ ଶିନ୍ଦେ ମଧ୍ୟ ଜଡ଼ିତ ଥିଲେ। ଉଭୟ ଶିନ୍ଦେ ଓ ଗୌରଙ୍କୁ ୨୫ ତାରିଖରେ ଗିରଫ କରିଥିଲା ଏଟିଏସ୍‌। ଅପରାଧ ଲୁଚାଇବା ପାଇଁ ସିମ କାର୍ଡ ଓ ସିସିଟିଭି ଫୁଟେଜକୁ ନଷ୍ଟ କରିଦେଇଥିଲେ ଓ୍ବାଜେ। ପଚରାଉଚୁରା ବେଳେ ସେ ଏହି ଘଟଣାରେ ସମ୍ପୃକ୍ତି ଥିବା ମନା କରିଥିଲେ। ଆମକୁ ଅଧିକ ତଦନ୍ତ ପାଇଁ ଓ୍ବାଜେଙ୍କ କଷ୍ଟଡି ଦରକାର। ଅମ୍ବାନି ଘର ସମ୍ମୁଖରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ଏସ୍‌ୟୁଭି ମାମଲାର ତଦନ୍ତ କରୁଥିବା ଏନ୍‌ଆଇଏ ହେପାଜତରେ ଅଛନ୍ତି ଓ୍ବାଜେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?