Posted inଖେଳ

କରୋନା ଯୋଗୁ ଚାକିରି ହରାଇଲେ ସଚିନଙ୍କ ପରି ଅବିକଳ ଦେଖାଯାଉଥିବା ବଲ୍‌ବୀର

ଚଣ୍ଡିଗଡ଼, ୨୪।୬- ମହାନ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ପରି ଅବିକଳ ଦେଖାଯାଉଥିବା ପଞ୍ଜାବର ବଲବୀର ଚାନ୍ଦଙ୍କୁ କିଏ ନ ଜାଣେ। ଗତ ୩ ଦଶନ୍ଧି ଧରି ସଚିନଙ୍କ ଚରିତ୍ରରେ ଟେଲିଭିଜନ ଆଦିରେ ଅଭିନୟ କରିଆସୁଥିବା ବଲବୀର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସଚିନଙ୍କ ଖେଳିବା ସମୟରେ ବଲ୍‌ବୀର ଟେଲିଭିଜନରେ ବହୁ ବିଜ୍ଞାପନ କରିବାର ସୁଯୋଗ ପାଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇରେ ଏକ ଚାଇନିଜ ଫାଷ୍ଟ ଫୁଡ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ଚାକିରି ମିଳିଯାଇଥିଲା। କିନ୍ତୁ ବର୍ତ୍ତମାନ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ମହାମାରୀ କରୋନା ଭାଇରସର ପ୍ରଭାବ ବଲବୀରଙ୍କ ଉପରେ ସିଧାସଳଖ ପଡ଼ିଛି। କରୋନା ଲାଗି ବଲବୀର ମୁମ୍ବାଇରେ କରୁଥିବା ଚାକିରି ମଧ୍ୟ ହରାଇଛନ୍ତି। ଲକ୍‌ ଡାଉନ୍‌ ଚାଲିଥିବାବେଳେ ସେ ଏହି ଚାକିରି ହରାଇଥିଲେ। ଏହାପରେ ୫୦ ବର୍ଷୀୟ ବଲବୀର ଜୁନ୍‌ ୧୦ରେ ପଞ୍ଜାବରେ ଥିବା ନିଜ ଗ୍ରାମକୁ ପଳାଇ ଆସିଥିଲେ। କିନ୍ତୁ ଗ୍ରାମରେ ପହଞ୍ଚତ୍ଲା ପରେ ବଲବୀରଙ୍କ ସମେତ ତାଙ୍କର ପୁରା ପରିବାର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବଲବୀର କହିଛନ୍ତି, ଲକ୍‌ ଡାଉନ୍‌ ପୂର୍ବରୁ ତାଙ୍କ ରୋଜଗାର ଭଲ ଥିଲା। ସେ ବକ୍‌ରୋଲି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ଚାକିରି ଚାଲିଯିବା ପରେ ଘରଭଡ଼ା ଦେବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନ ଥିଲା। ତେଣୁ ସେ ବାଧ୍ୟ ହୋଇ ଘରକୁ ପଳାଇ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିମାନବନ୍ଦରରେ ଧୋନୀଙ୍କ ବ୍ୟାଗ ଅଦଳ ବଦଳ

କୋଲକାତା,୧୧।୧୨- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବ୍ୟକ୍ତିଗତ କାରଣ ଯୋଗୁ କୋଲକାତାରେ ପହଞ୍ଚିଛନ୍ତି। ସ୍ଥାନୀୟ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...

ପୂର୍ବତନ ସିଏସ୍‌କେ ଖେଳାଳିଙ୍କ ଅବସର

ଚେନ୍ନାଇ, ୨୮।୧୨- ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସ୍ପିନର ଶଦାବ ଜାକାତି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଟୁଇଟର...

ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା...

ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ...

ଅଜବ ମ୍ୟାଚ୍‌: ୧୦ଜଣ ବ୍ୟାଟ୍ସମ୍ୟାନ୍‌ ଶୂନରେ ଆଉଟ୍‌, ଦଳ ୪ ରନ୍‌ରେ ଅଲଆଉଟ୍‌

ଥିରୁଭାନନ୍ତପୁରମ୍‌, ୧୬।୫: କେରଳର କସାରାଗୋଡରେ ଏକ ଅଜବ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ମିଳିଛି। ଏଠାରେ ଆନ୍ତଃଜିଲା ଅଣ୍ଡର-୧୯ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଏକ...

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ...

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର...

ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଟଣ୍ଟନ, ୧୮।୬-ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚରେ ଦଳ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *