Posted inଖେଳ

ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚଭରା ମ୍ୟାଚ୍‌ ଜିତିଲା ଇଣ୍ଡିଆ ଲିଜେଣ୍ଡ୍ସ

ରାୟପୁର,୨୨।୩ : ୨୦୧୧ ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଛି ଇଣ୍ଡିଆ। ତେବେ ଏହା ବିଶ୍ୱକପ୍‌ ନୁହେଁ, ଅନଏକାଡେମୀ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ଟି୨୦ ସିରିଜ୍‌। ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ତାରକା ଖଚିତ ଇଣ୍ଡିଆ ଲିଜେଣ୍ଡ୍ସ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ଲିଜେଣ୍ଡ୍ସ ପାଓ୍ବର ପ୍ଲେରେ କିଛି ଖାସ କରିପାରି ନ ଥିଲା। ପ୍ରଥମ ୫ ଓଭରରେ ହିଁ ବୀରେନ୍ଦ୍ର ସେହ୍ବାଗ (୧୦) ଓ ଏସ୍‌. ବଦ୍ରିନାଥ (୭)ଙ୍କ ଉଇକେଟ ହରାଇଥିଲା ଦଳ। ଏହାପରେ ଅଧିନାୟକ ସଚିନ ତେନ୍ଦୁଲକର (୩୦) ମଧ୍ୟ ପ୍ୟାଭିଲିଅନ ଫେରି ଯାଇଥିଲେ। ମାତ୍ର ଯୁବରାଜ ସିଂ ଓ ୟୁସୁଫ ପଠାନ ଚତୁର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ବିସ୍ଫୋରକ ୮୫ ରନ୍‌। ଦୁହେଁ ଗ୍ରାଉଣ୍ଡର ଚାରି ଆଡ଼େ ଛକା ଚୌକା ବର୍ଷା କରିଥିଲେ। ଫଳରେ ପୂରା ୨୦ ଓଭରରେ ଇଣ୍ଡିଆ ଲିଜେଣ୍ଡ୍ସ ୪ ଉଇକେଟ ହରାଇ ୧୮୧ ରନ୍‌ କରିଥିଲା। ଯୁବି ୬୦ (୪ ଲେଖାଏ ଚୌକା ଓ ଛକା) ରନ୍‌ କରି ଆଉଟ୍‌ ଥିବାବେଳେ ୟୁସୁଫ ୬୨ (୪ ଚୌକା ଓ ୫ ଛକା) ନଟ୍‌ ଆଉଟ୍‌ ରହିଥିଲେ।

ଏହାପରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ବ୍ୟାଟିଂ ଆରମ୍ଭରୁ ହିଁ ପଠାନ ବ୍ରଦର୍ସଙ୍କ ଯୋଗୁ ବାରମ୍ବାର ଝୁଣ୍ଟିଥିଲା। କିନ୍ତୁ ଚିନଥାକା ଜୟସିଙ୍ଘେ (୪୦) ଓ କୌଶଲ୍ୟା ଓ୍ବିରାରତ୍ନେ (୩୮) ୫ମ ଉଇକେଟ ଲାଗି ୬୪ ରନ୍‌ ଯୋଡ଼ି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ମାତ୍ର ଅନ୍ତିମ ଓଭରରେ ଫେଲ୍‌ ମାରିଥିଲେ ଦୁହେଁ। ଫଳରେ ତିଲକରତ୍ନେ ଦିଲସାନଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଲିଜେଣ୍ଡ୍ସ ଶେଷ ପର୍ଯ୍ୟନ୍ତ ଖେଳି ୭ ଉଇକେଟ ହରାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସନଥ ଜୟସୁରିୟା ୪୩, ଚିନଥାକା ଜୟସିଙ୍ଘେ ୪୦ ଓ କୌଶଲ୍ୟା ଓ୍ବିରାରତ୍ନେ ୩୮ ରନ୍‌ କରିଥିଲେ। ପଠାନ ବ୍ରଦର୍ସ ହାତେଇଥିଲେ ୨ ଲେଖାଏ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?