Posted inଜାତୀୟ

କେବଳ ସଚିନ ନୁହଁନ୍ତି, ବାପା ରାଜେଶ ମଧ୍ୟ କରିଥିଲେ ଗାନ୍ଧୀ ପରିବାର ବିରୋଧରେ ବିଦ୍ରୋହ: ଗେହଲଟଙ୍କ ସହ ଭଲ ନୁହେଁ ସମ୍ପର୍କ

ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ଗେହଲଟ ସରକାରଙ୍କ ବିରୋଧରେ ବିଦ୍ରୋହ କରି ବିଦା ହୋଇଛନ୍ତି ସଚିନ ପାଇଲଟ। ଏହି ନେତାଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଛି। କେବଳ ସଚିନ ନୁହନ୍ତି ତାଙ୍କ ଅନୁଗତ ବିଶ୍ୱବେନ୍ଦ୍ର ସିଂ ଓ ରମେଶ ମିନାଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ରୁ ବରଖାସ୍ତ କରାଯାଇଛି। ଏସବୁ ଭିତରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନ୍ୟ ଏକ ଚର୍ଚ୍ଚା ଜୋର ଧରିଛି।

ସଚିନଙ୍କ ଭଳି ତାଙ୍କ ବାପା ରାଜେଶ ମଧ୍ୟ କଂଗ୍ରେସରେ ଥିବା ବେଳେ ବିଦ୍ରୋହ କରିଥିଲେ। ହେଲେ ସେ ଶେଷ ସମୟ ପର୍ଯ୍ୟନ୍ତ ଦଳରେ ହିଁ ରହିଥିଲେ। ବାୟୁସେନାରେ ଥିବା ରାଜେଶ ଗାନ୍ଧି ପରିବାର ସହ ଜଡିତ ହେବା ପରେ ରାଜନୀତିରେ ପାଦ ରଖିଥିଲେ। ହେଲେ ଏକଦା ସେ ବିଦ୍ରୋହ କରିବାକୁ ପଛାଇ ନ ଥିଲେ।

୧୯୯୭ରେ ରାଜେଶଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବଛାଯାଇଥିଲା। ହେଲେ ସେ ସୀତାରାମ କେଶରୀଙ୍କଠାରୁ ହାରି ଯାଇଥିଲେ। ପରେ ୨୦୦୦ ମସିହାରେ ବିଦ୍ରୋହୀ ନେତା ଜିତେନ୍ଦ୍ର ପ୍ରସାଦ ସୋନିଆଙ୍କ ବିରୋଧରେ ଅଧ୍ୟକ୍ଷ ପଦ ପାଇଁ ଛିଡ଼ା ହୋଇଥିଲେ। ଏଥିରେ ରାଜେଶ ଗାନ୍ଧୀ ପରିବାରକୁ ସମର୍ଥନ କରି ନ ଥିଲେ। ସମର୍ଥନ ଦେବା ସତ୍ତ୍ୱେ ସୋନିଆ ଜିତେନ୍ଦ୍ରଙ୍କୁ ହରାଇ ଅଧ୍ୟକ୍ଷ ହୋଇଥିଲେ।

କୁହାଯାଏ ସଚିନଙ୍କ ବାପା ରାଜେଶ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନୁହେଁ। ସେ ସର୍ବଦା ଗେହଲଟଙ୍କୁ ଛାଡ଼ି ସମକକ୍ଷ ଅନ୍ୟ ନେତାଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି। ପୂର୍ବରୁ ଏଭଳି ଚାଲି ଆସିଛି। ୧୯୯୩ରେ ରାଜ୍ୟମନ୍ତ୍ରୀ ଥିବା ରାଜେଶ ଜୋଧପୁରରେ ଏକ ଡାକଘର ଉଦ୍‌ଘାଟନରେ ଯାଇଥିଲେ। ଗେହଲଟ୍‌ ଯୋଧପୁରର ସାଂସଦ ଥିଲେ ହେଁ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନ ଥିଲା। ଏହାକୁ ନେଇ ଗେହଲଟଙ୍କ ସମର୍ଥନ ହଙ୍ଗାମା କରିଥିଲେ। ଉକ୍ତ ବର୍ଷ ଗେହଲଟଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନଶମ ବିଭାଗ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri