Posted inଜାତୀୟ

ଭାଜପାରେ ସାମିଲ ହେବେନି ପାଇଲଟ, ଗଢିବେ କଂଗ୍ରେସ ପ୍ରଗତିଶୀଳ ପାର୍ଟି!

ଜୟପୁର,୧୩।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ସଚ୍ଚିନ ପାଇଲଟଙ୍କ ପାଖେ କେତେଜଣ ବିଧାୟକଙ୍କ ସମର୍ଥନ ରହିଛି ଓ ସେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ଅଛନ୍ତି। ତେଣୁ ସେ ଭାଜପାରେ ସାମିଲ ହୋଇପାରନ୍ତି। ଏବେ କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ପାଇଲଟ ଭାଜପାରେ ଯୋଗ ଦେବେ ନାହିଁ। ବରଂ ସେ କଂଗ୍ରେସ ଛାଡି ଏକ ନୂଆ ଦଳ ଗଠନ କରିପାରନ୍ତି। ଯାହାର ନାମ ‘ପ୍ରଗତିଶୀଳ କଂଗ୍ରେସ’ ହୋଇପାରେ ବୋଲି ଆଲୋଚନା ହେଉଛି। ରାଜସ୍ଥାନରେ ଶାସକ କଂଗ୍ରେସ ଦଳ ମଧ୍ୟରେ ଅନ୍ତଃକଳହ ଦେଖାଦେବା ପରେ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ରବିବାର ପାର୍ଟିରୁ ଓହରି ଯିବାର ସଙ୍କେତ ଦେଇ କହିଥିଲେ ତାଙ୍କ ସହ ପାଖାପାଖି ୩୦ ବିଧାୟକ ଅଛନ୍ତି ତେଣୁ ଅଶୋକ ଗେହଲଟ ସରକାରଙ୍କ ପାଖରେ ଆଉ ବହୁମତ ନାହିଁ। କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ପାଇଲଟଙ୍କୁ କୁହାଯାଇଥିଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାହା କହିବେ ସେଥିରେ ପାଇଲଟ ରାଜି ହୋଇଯିବେ। ହେଲେ ପାଇଲଟ ଏଭଳି କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ରବିବାର ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଗେହଲଟ ଆୟୋଜିତ କରିଥିବା ବୈଠକରେ ତାଙ୍କ ସମର୍ଥକମାନେ କହିଥିଲେ ଆମର ଯେତେଜଣ ବିଧାୟକ ଦଳ ଛାଡିବେ ତା’ଠାରୁ ଅଧିକ ବିଧାୟକଙ୍କୁ ଆମେ ଭାଜପାରୁ ନେଇ ଆସିବୁ। ଏସବୁ ଭିତରେ କିନ୍ତୁ ଚୁପ୍‌ ରହିଥିଲେ ପାଇଲଟ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜିୟମ୍‌ ସୁପାରିଶକୁ ଖଣ୍ଡନ କରିବା ଏବେ ସାଧାରଣ ଘଟଣା ପାଲଟିଛି, ସୁପ୍ରିମ୍‌କୋର୍ଟଙ୍କ କ୍ଷୋଭ…

ନୂଆଦିଲ୍ଲୀ ,୧୭।୧୦: ହାଇକୋର୍ଟରେ ବିଚାରପତିଙ୍କ ବୃଦ୍ଧି ପାଉଥିବା ଖାଲି  ସଂଖ୍ୟା ସ୍ବୀକୃତ ପଦବୀର ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି। ଏସବୁ ପଦବୀର ପୂରଣ ପାଇଁ ସୁପ୍ରିମକୋର୍ଟ...

ମାନ ସରକାରଙ୍କ ଦୀପାବଳି ଭେଟି

ଚଣ୍ଡିଗଡ଼,୮ ।୧୦: ପଞ୍ଜାବର ଭଗୱତ ମାନ ସରକାର ଲଗାତାର ଜନ ହିତୈସି କାର୍ଯ୍ୟ କରି ଆସୁଛନ୍ତି ଚର୍ଚ୍ଚାକୁ । ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ...

୬୨ରେ ଭାଜପା ଏବଂ ୩୦ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ସାଢ଼େ ୮ ଟା ସୁଦ୍ଧା ଭାଜପା ୬୨ଟି...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ...

୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୧।୬: ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ। ନିକଟରେ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିବାରୁ ବିହାରର...

ଫିଲ୍ମ‘ପୁଷ୍ପା’ର ମିମ୍‌ସ ଶେୟାର କଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଅନେକ ମିମ୍‌ସ...

ଡିଏମ୍‌କେ ଆଗରେ: ପଛରେ ପଡ଼ିଲା ଏଆଇଏଡିଏମ୍‌କେ…

ଚେନ୍ନାଇ,୨।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଡିଏମ୍‌କେ ୧୩୨ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ...

ମୁଣ୍ଡ ନୁଆଇଁ, ହାତଯୋଡି କୃଷକଙ୍କ ସହ କଥା ହେବାକୁ ପ୍ରସ୍ତୁତ ସରକାର: ମୋଦି

ନୂଆଦିଲ୍ଲୀ,୧୮ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଲଗାତାର ୨୩ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week