Posted inଜାତୀୟ

ଭାଜପାରେ ସାମିଲ ହେବେନି ପାଇଲଟ, ଗଢିବେ କଂଗ୍ରେସ ପ୍ରଗତିଶୀଳ ପାର୍ଟି!

ଜୟପୁର,୧୩।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ସଚ୍ଚିନ ପାଇଲଟଙ୍କ ପାଖେ କେତେଜଣ ବିଧାୟକଙ୍କ ସମର୍ଥନ ରହିଛି ଓ ସେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ଅଛନ୍ତି। ତେଣୁ ସେ ଭାଜପାରେ ସାମିଲ ହୋଇପାରନ୍ତି। ଏବେ କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ପାଇଲଟ ଭାଜପାରେ ଯୋଗ ଦେବେ ନାହିଁ। ବରଂ ସେ କଂଗ୍ରେସ ଛାଡି ଏକ ନୂଆ ଦଳ ଗଠନ କରିପାରନ୍ତି। ଯାହାର ନାମ ‘ପ୍ରଗତିଶୀଳ କଂଗ୍ରେସ’ ହୋଇପାରେ ବୋଲି ଆଲୋଚନା ହେଉଛି। ରାଜସ୍ଥାନରେ ଶାସକ କଂଗ୍ରେସ ଦଳ ମଧ୍ୟରେ ଅନ୍ତଃକଳହ ଦେଖାଦେବା ପରେ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ରବିବାର ପାର୍ଟିରୁ ଓହରି ଯିବାର ସଙ୍କେତ ଦେଇ କହିଥିଲେ ତାଙ୍କ ସହ ପାଖାପାଖି ୩୦ ବିଧାୟକ ଅଛନ୍ତି ତେଣୁ ଅଶୋକ ଗେହଲଟ ସରକାରଙ୍କ ପାଖରେ ଆଉ ବହୁମତ ନାହିଁ। କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ପାଇଲଟଙ୍କୁ କୁହାଯାଇଥିଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯାହା କହିବେ ସେଥିରେ ପାଇଲଟ ରାଜି ହୋଇଯିବେ। ହେଲେ ପାଇଲଟ ଏଭଳି କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ରବିବାର ରାତି ୯ଟାରେ ମୁଖ୍ୟମନ୍ତ୍ରୀ ଗେହଲଟ ଆୟୋଜିତ କରିଥିବା ବୈଠକରେ ତାଙ୍କ ସମର୍ଥକମାନେ କହିଥିଲେ ଆମର ଯେତେଜଣ ବିଧାୟକ ଦଳ ଛାଡିବେ ତା’ଠାରୁ ଅଧିକ ବିଧାୟକଙ୍କୁ ଆମେ ଭାଜପାରୁ ନେଇ ଆସିବୁ। ଏସବୁ ଭିତରେ କିନ୍ତୁ ଚୁପ୍‌ ରହିଥିଲେ ପାଇଲଟ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?