ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ

ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍‌ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ ସେ ବଞ୍ଚାଇ ଦେଇଛନ୍ତି। କବିଷ୍କା ନାମକ ଏହି ଝିଅଟି ଜନ୍ମରୁ ଡେକ୍ସଟ୍ରୋକାର୍ଡିଆ ରୋଗରେ ପୀଡିତ ଥିଲେ। ତାଙ୍କ ପିତା କାର୍ତ୍ତିକ ସହରରେ ଜଣେ ଇଲେକଟ୍ରି ଦୋକାନରେ ସେଲ୍ସମ୍ୟାନ୍‌ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ପରିବାର ଗୁଡୁଭନଚେରୀରେ ରୁହନ୍ତି। ଦୁଇବର୍ଷ ପୂର୍ବେ ନନ୍ଦାବକ୍କମ୍‌ ପୋଲିସ୍‌ ଷ୍ଟେଶନର ହେଡ୍‌ କନଷ୍ଟେବଳ ସେନ୍ଥିଲ୍‌ କୁମାର କାର୍ତ୍ତିକଙ୍କ ପଡୋଶୀ ହୋଇଥିଲେ। ଲକ୍‌ଡାଉନ୍‌ ସମୟରେ କବିଷ୍କାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଡାକ୍ତରଙ୍କ ପରାମର୍ଶ କରିବାରୁ ସେ ଓପନ୍‌ ହାର୍ଟ ସର୍ଜରୀ ହେବ। ଏଥିପାଇଁ ୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିଲେ। ଲକ୍‌ଡାଉନ୍‌ ଯୋଗୁ କାର୍ତ୍ତିକଙ୍କ ଆର୍ଥିକ ପରିସ୍ଥିତି ଖରାପ ଥିଲା। ଏଥିପାଇଁ ଝିଅର ଚିକିତ୍ସା ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସେନ୍ଥିଲ୍‌ ତାଙ୍କୁ ସହାୟତାର ହାତ ବଢାଇ ପ୍ରଥମେ ୩୦ ହଜାର ଟଙ୍କା ଦେଇଥିଲେ। ପରେ ସେ ପୋଲିସ ଇନ୍ସପେକ୍ଟରଙ୍କୁ ଏକଥା ଜଣାଇଥିଲେ। ଫଳରେ ପୋଲିସ କର୍ମଚାରୀ ମିଶି ଟଙ୍କା ଯୋଗାଡ କରି କାର୍ତ୍ତିକଙ୍କୁ ଦେଇଥିଲେ। ଜୁଲାଇ ୧ରେ କବିଷ୍କାଙ୍କ ସର୍ଜରୀ ହୋଇଥିଲା। ଏବେ ସେ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପିନ ରାୱତଙ୍କ ପରଲୋକରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶର ଶୋକ ପ୍ରକାଶ

ନୂଆଦିଲ୍ଲୀ,୯ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତଙ୍କ ବିୟୋଗରେ ଆମେରିକା, ରୁଷିଆ, ପାକିସ୍ତାନ ସମେତ ବିଭିନ୍ନ ଦେଶ ପକ୍ଷରୁ...

ତେଲେଙ୍ଗାନା ଭାରତର ଆଫଗାନିସ୍ତାନ:ଓ୍ବାଏସ୍‌ ଶର୍ମିଳା

ହାଇଦ୍ରାବାଦ୍‌,୧୯।୨: ତେଲେଙ୍ଗାନାର ଓ୍ବାଇଏସ୍‌ଆରଟିପି ମୁଖ୍ୟ ଓ୍ବାଏସ୍‌ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ମହାବୁବାବାଦ ବିଧାୟକ ବନୋଠ ଶଙ୍କର ନାୟକଙ୍କ ବିରୋଧରେ...

ସ୍ବାଭାବିକ ହେବ ମନ୍ତ୍ରଣାଳୟ କାର୍ଯ୍ୟ

ନୂଆଦିଲ୍ଲୀ,୧୩ା୪: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆସନ୍ତା ୧୪ ତାରିଖ ଯାଏ ରହିଛି। ଇତିମଧ୍ୟରେ...

ମାନହାନି ମାମଲାରେ କୋର୍ଟ ପହଞ୍ଚିଲେ ରାହୁଲ

ମୁମ୍ବାଇ,୪।୭: ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ଗୁରୁବାର ଏକ ମାନହାନି ମାମଲାରେ ମୁମ୍ବାଇର ଏକ କୋର୍ଟରେ ପହଞ୍ଚିଛନ୍ତି।...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ

ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ...

ମନେପଡନ୍ତି ମିସାଇଲ ମ୍ୟାନ

ନୂଆଦିଲ୍ଲୀ,୨୭।୭: ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଆଜି ୬ମ ଶ୍ରାଦ୍ଧବାର୍ଷିକ। ୨୦୧୫ ମସିହା ଆଜିର ଦିନରେ କଲାମଙ୍କର ଦେହାନ୍ତ ହୋଇଥିଲା।...

‘ଗାନ୍ଧୀ ପରିବାର ହାତରୁ ମୁକ୍ତ ହେଲେ ହିଁ କଂଗ୍ରେସର ଉନ୍ନତି ହେବ’

ନୂଆଦିଲ୍ଲୀ,୧୦ା୮- କଂଗ୍ରେସକୁ ଗାନ୍ଧୀ ପରିବାର ପଞ୍ଝାରୁ ମୁକ୍ତ କରିବାକୁ ପଡ଼ିବ। ନହେଲେ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା...

Advertisement
Archives

Model This Week