ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍‌ ହାରିସ ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ୪୦ ବର୍ଷୀୟ ହାରିସ ୟୁଏଇରେ ଅବସ୍ଥିତ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସହ ସେଠାରେ ଯୋଗଦେବେ ବୋଲି ଜଣାପଡ଼ିଛି। ହାରିସ ନିଜ ଦେଶର ଜେମ୍ସ ହୋପ୍ସଙ୍କ ସ୍ଥାନରେ ଏହି ଦାୟିତ୍ୱ ସମ୍ଭାଳିବେ। ହୋପ୍ସ ଗତ ୨ ବର୍ଷ ଧରି ଦିଲ୍ଲୀର ବୋଲିଂ କୋଚ୍‌ ରହିଥିଲେ। କିନ୍ତୁ ଚଳିତ ସିଜନରେ ବ୍ୟକ୍ତିଗତ କାରଣ ଲାଗି ସେ ଦଳ ସହିତ ଯୋଗ ଦେଇପାରିବେନି। ଏହି କାରଣରୁ ହାରିସଙ୍କୁ ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଛି। ଜଣେ ଡାହାଣହାତୀ ସୁଇଂ ବୋଲର ଭାବେ ପରିଚିତ ଲାଭ କରିଥିବା ହାରିସ ଅଷ୍ଟ୍ରେଲିଆ ପକ୍ଷରୁ ୨୦୦୯ରୁ ୨୦୧୫ ମଧ୍ୟରେ ୨୭ ଟେଷ୍ଟ ଓ ୨୧ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୧୧୩ ଓ ୪୪ ଉଇକେଟ୍‌ ନେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ କୋଚିଂ ଷ୍ଟାଫ୍‌ ଦଳରେ ପୂର୍ବରୁ ରିକି ପଣ୍ଟିଂ (ମୁଖ୍ୟ କୋଚ୍‌), ମହମ୍ମଦ କୈଫ୍‌ (ସହାୟକ କୋଚ୍‌), ସାମୁଏଲ୍‌ ବଦ୍ରି (ସ୍ପିନ ବୋଲିଂ କୋଚ୍‌), ବିଜୟ ଦାହିୟା ପ୍ରମୁଖ ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ବିକିନିରେ ଦେଖି ହାର୍ଦ୍ଦିକ ପାଣ୍ଡ୍ୟା କହିଲେ..

ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ସେ ସୋସିଆଲ...

ପନ୍ତଙ୍କୁ ନେଇ ଚିନ୍ତାରେ କ୍ରିକେଟଜଗତ: ସଚିନ-ସେହ୍ବାଗ-ବିରାଟ ଲେଖିଲେ…

ନୂଆଦିଲ୍ଲୀ,୩୦।୧୨: ଭାରତର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମସ୍ତେ ତାଙ୍କ...

ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ

ବ୍ୟାଙ୍କକ୍‌,୧୩।୧: ବ୍ୟାଙ୍କକ୍‌ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ।...

ବୁମ୍‌ରା ବାଦ୍‌, ଉମେଶ ବଦଳ ଖେଳାଳି

ନୂଆଦିଲ୍ଲୀ,୨୫।୯(ପି.ଟି.)- ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବାଦ୍‌...

ବଦଳିଲା ଧୋନୀଙ୍କ ଲୁକ୍‌, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ ୧୩ତମ ସିଜିନ ପରଠାରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରତିଯୋଗିତାମୂଳକ କ୍ରିକେଟଠାରୁ ଦୂରରେ ରହିଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ...

ଅଭ୍ୟାସ ମ୍ୟାଚ୍‌ରେ ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌, ଗ୍ରୀନ୍‌ ବିଜୟୀ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ...

ବିରାଟ ବ୍ରିଗେଡ୍‌ର ପ୍ରଶଂସାରେ ଶତମୁଖ ହେଲେ ଏହି ମହାନ ଖେଳାଳି: କହିଲେ ଏବେର ଟିମ୍‌…

ନୂଆଦିଲ୍ଲୀ,୨୫।୩: ଅଷ୍ଟ୍ରେଲିଆକୁ ଟି୨୦ ଏବଂ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍‌।...

Advertisement
Archives

Model This Week