ରୁଷିଆର ଅନ୍ତହୀନ ପାପ

କିଭ୍‌,୯ା୪: ୟୁକ୍ରେନ୍‌ର କ୍ରାମାଟୋର୍ସ୍କ ରେଳ ଷ୍ଟେଶନକୁ ଶୁକ୍ରବାର ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଆକାଶମାର୍ଗରୁ ରକେଟ ମାଡ଼ରେ ଏହା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ସମୟରେ ସେଠାରେ ହଜାର ହଜାର ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୫୦ ଜଣ ନିହତ ଓ ଶତାଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ କେତେଜଣ ଶିଶୁ ଓ ମହିଳା ମଧ୍ୟ ଥିଲେ। ଏହି ବର୍ବରତାକୁ ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିବାବେଳେ ରକେଟ ମାଡ଼ ପଛରେ ନିଜ ସମ୍ପୃକ୍ତିକୁ ମସ୍କୋ ଖଣ୍ଡନ କରିଛି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଦେଢ଼ମାସ ପୂରିଛି। ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର କଟକଣା ସତ୍ତ୍ୱେ ମସ୍କୋ ପଛଘୁଞ୍ଚା ଦେବାର ନାଁ ନେଉନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରତିଶୋଧପରାୟଣ ହୋଇ ଦିନକୁ ଦିନ ଅଧିକ ଉଗ୍ର ହେବାରେ ଲାଗିଛନ୍ତି। ଶୁକ୍ରବାର ପୂର୍ବ ୟୁକ୍ରେନ୍‌ର କ୍ରାମାଟୋର୍ସ୍କ ରେଳ ଷ୍ଟେଶନରୁ ୟୁକ୍ରେନୀୟମାନେ ପ୍ରାଣ ବିକଳରେ ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରୁଥିବାବେଳେ ପୁଟିନ୍‌ଙ୍କ ସୈନ୍ୟ ସେଠାରେ ରକେଟ ମାଡ଼ କରିଥିଲେ। ଷ୍ଟେଶନ ଜନଗହଳିପୂର୍ଣ୍ଣ ଥିବାରୁ ଅନୂ୍ୟନ ୫୦ ଜଣ ପ୍ରାଣ ହରାଇଥିବା ସରକାରୀ ରେଲଓ୍ବେ କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିସହ ଶତାଧିକ ଆହତ ହୋଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହାକୁ ‘ଅନ୍ତହୀନ ପାପ’ ବୋଲି ଅଭିହିତ କରିଛନ୍ତି। ସାଧାରଣ ଜନତାଙ୍କୁ ରୁଷିଆର ଟାର୍ଗେଟକୁ ରୋକା ନ ଗଲେ ଏଭଳି ଅମାନବୀୟ ବର୍ବରତା ବଢ଼ିଚାଲିଥିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଆମେରିକା ଭଳି ବ୍ରିଟେନ୍‌ ମଧ୍ୟ ପୁଟିନ୍‌ଙ୍କ ଦୁଇଝିଅ କାଟେରିନା ଟିଖୋନୋଭା ଏବଂ ମାରିଆ ଭୋରୋଣ୍ଟସୋଭାଙ୍କ ଉପରେ କଟକଣା ଜାରି କରିଛି। ତୁର୍କୀ, ବ୍ରିଟେନ୍‌ ଓ ଇଟାଲୀର ବହିର୍ବ୍ୟାପାର ମନ୍ତ୍ରୀମାନେ ଇସ୍ତାନବୁଲରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଜାପାନ ୮ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସହ ଆଲୋଚନା କରିଛନ୍ତି। ୟୁରୋପୀୟ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର ଲେୟେନ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ଆଲୋଚନା ପାଇଁ କିଭ୍‌ ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri