ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ

ନୂଆପଡ଼ା ଅଫିସ,୯।୪: କଳାହାଣ୍ଡି ପରେ ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସେବା ପାଇଁ କଟକ ବଡମେଡିକାଲ ଏବଂ ବୀର ସୁରେନ୍ଦ୍ର ସାଏ ମେଡିକାଲରୁ ୭ଜଣ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଶୁକ୍ରବାର ସ୍ବତନ୍ତ୍ର ବିମାନ ଯୋଗେ ନୂଆପଡା ଗୋତମା ଏୟାର ଷ୍ଟ୍ରିପ ପଡ଼ିଆରେ ଅବତରଣ କରିଥିଲେ। ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଦିନତମାମ ୨୯୫ଜଣ ରୋଗୀଙ୍କ ପରୀକ୍ଷା ଏବଂ ଚିକିତ୍ସା କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ରୋଗୀଙ୍କ ଅସ୍ତ୍ରୋପ୍ରଚାର କରାଯାଇଛି। ଏହି ଟିମ୍‌ରେ କାର୍ଡିଓଲୋଜି ସ୍ପେଶାଲିଷ୍ଟ, ୟୁରୋଲୋଜି ସ୍ପେଶାଲିଷ୍ଟ, ନେଫ୍ରୋଲୋଜି ସ୍ପେଶାଲିଷ୍ଟ ଡାକ୍ତରମାନେ ସାମିଲଥିଲେ। ଶନିବାର ସ୍ବତନ୍ତ୍ର ବିମାନରେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ମାସ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟ କରାଯିବ। ଏଣିକି ଦ୍ୱାର ମୁହଁରେ ମାଗଣା ଅସ୍ତ୍ରୋପ୍ରଚାର ସହ ରୋଗୀମାନେ ନିଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ସେବା ପାଇ ପାରିବେ। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ବିଶେଷଜ୍ଞ ଡାକ୍ତରମାନେ ବିମାନରେ ଆସି ଚିକିତ୍ସା ପ୍ରଦାନ କରିବେ। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ନୂଆପଡା ଜିଲାପାଳ ସ୍ବାଧାଦେବ ସିଂ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri