ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁସନ୍ଧାନ ବେଳେ ମହୁ ପାଇଁ ଜଙ୍ଗଲରେ ନିଆଁ ଲାଗୁଛି ବୋଲି ଜଣାପଡିଛି। ବେପାରୀମାନେ ମହୁ ସଂଗ୍ରହ ପାଇଁ ନିଆଁହୁଳା ବ୍ୟବହାର କରୁଛନ୍ତି। ମହୁ ସଂଗ୍ରହ ପରେ ଜଙ୍ଗଲରେ ଉକ୍ତ ନିଆଁ ହୁଳାର ଅବଶେଷକୁ ଛାଡି ପଳାଇ ଆସୁଛନ୍ତି। ଜଙ୍ଗଲରେ ପବନ ବୋହିବା ପରେ ଉକ୍ତ ଅବଶେଷ କୁହୁଳି ନିଆଁ ଜଙ୍ଗଲରେ ଲାଗୁଛି। ଜଙ୍ଗଲରୁ ଝୋଟ ଅଖା, ଦିଆସିଲି ଆଦି ଦେଖିବାକୁ ମିଳୁଛି। ମହୁ ବେପାରୀଙ୍କ ଆଖି ଏବେ ଭିତରକନିକା ଜଙ୍ଗଲ ଉପରେ ପଡିଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୬୭୨ ବର୍ଗ କି.ମି. ଅଞ୍ଚଳ ଉପରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଜୈବବିବିଧତା ଏହାର ମୁଖ୍ୟ ଆକର୍ଷଣ। ୧୪୫ ବର୍ଗ କି.ମି. ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଅଛି। ଏହି ଅଞ୍ଚଳକୁ ସାଧାରଣ ଯାତାୟାତ ପାଇଁ ନିଷିଦ୍ଧ ହୋଇଥିବାରୁ ପ୍ରାକୃତିକ ବିଭବରେ ଭରି ରହିଛି। ବର୍ଷକୁ ଏଠାରୁ ୪୮୦ କୁଇଣ୍ଟାଲରୁ ଅଧିକ ମହୁ ସଂଗ୍ରହ ହୋଇଥିବା ରେକର୍ଡ ଅଛି। ଏହି ମହୁ ଏବେ ଜଙ୍ଗଲ ନଷ୍ଟର ଅନ୍ୟତମ କାରଣ ସାଜିଛି। ସ୍ଥାନୀୟ ଅଧିବାସୀ କଟକଣା ନ ମାନି ଜଙ୍ଗଲ ମଧ୍ୟରୁ ମହୁ ସଂଗ୍ରହ କରୁଛନ୍ତି। ମହୁ ସଂଗ୍ରହ ସମୟରେ ଲୋକେ ନିଅଁାହୁଳା ବ୍ୟବହାର କରୁଛଛି। ହୁଳା ଧୂଅଁାରେ ମହୁମାଛି ବାସସ୍ଥାନ ଛାଡି ପଳାଉଥିବା ବେଳେ ବେପାରୀମାନେ ବସାକୁ ଭାଙ୍ଗି ଆଣି ମହୁ ସଂଗ୍ରହ କରୁଛନ୍ତି। ବନ ବିଭାଗ ଅଜାଣତରେ ଚାଲୁଥିବା ଏହି କାର୍ଯ୍ୟ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି କରିଛି। ବେପାରୀ ଜଙ୍ଗଲରେ ଛାଡି ଆସୁଥିବା ନିଆଁହୁଳା ଜଙ୍ଗଲ ନଷ୍ଟ କରୁଛି। ବିଶେଷକରି ଏପ୍ରିଲ ଓ ମେ ମାସରେ ସ୍ଥାନୀୟ ଜଙ୍ଗଲରୁ ମହୁ ସଂଗ୍ରହ ହେଉଛି। ୨୦୧୮ଏପ୍ରିଲରେ ଏପରି ଏକ ଘଟଣାରେ ବରୁଣେଇର ୪ ଏକର ଜଙ୍ଗଲ ପୋଡି ଯାଇଥିବା ଅନୁସନ୍ଧାନ ସମୟରେ ଜଣାପଡିଛି। ଏହି ଅଞ୍ଚଳ ଜନଶୂନ୍ୟ ହୋଇଥିଲେ ମଧ୍ୟ ଅନୁସନ୍ଧାନ ସମୟରେ ଦିଆସିଲି ଖୋଳ ଓ ଝୋଟ ଅଖା ପଡିଥିବା ଦେଖାଯାଇଥିଲା। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗତ ଦୁଇଟି ବନ ଅଗ୍ନିକାଣ୍ଡ ମହୁ ସଂଗ୍ରହ ପାଇଁ ହୋଇଥିବା ସ୍ଥାନୀୟ ଲୋକେ ଆଲୋଚନା କରିଥିଲେ। ନିଆଁହୁଳା ଲଗାଇ ମହୁ ସଂଗ୍ରହ ଦ୍ୱାରା ଏଥିରେ ମହୁମାଛିଙ୍କ ସଂଖ୍ୟା କମୁଛି। ମହୁମାଛିଙ୍କ ସୁରକ୍ଷା ଓ ମହୁ ସଂଗ୍ରହ ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ପକ୍ଷରୁ ତାଲିମ ବ୍ୟବସ୍ଥା ହେବା ଆବଶ୍ୟକ। ଏହାଦ୍ୱାରା ଭିତରକନିକାର ଜଙ୍ଗଲୀ ମହୁ ବଜାରରେ ସୁଲଭ ମୂଲ୍ୟରେ ମିଳିପାରିବ। ବନ ବିଭାଗ ମଧ୍ୟ ଏଥିରୁ ଭଲ ରାଜସ୍ବ ଆଦାୟ କରିପାରିବ। ପ୍ରାୟ ୫ ହଜାର ସ୍ଥାନୀୟ ଅଧିବାସୀ ଏଥିରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜ ଅଫିସର ସାହାଜି ଚରଣ ବିଶ୍ୱାଳଙ୍କୁ ପଚାରିବାରେ ନିଷିଦ୍ଧାଞ୍ଚଳରେ ମହୁ ସଂଗ୍ରହ ପାଇଁ ଅଦ୍ୟାବଧି କାହାରିକୁ ଅନୁମତି ଦିଆଯାଇନାହିଁ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?