ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ରୁଷ୍‌ର ବିଜୟ ଉପଲେକ୍ଷ ପାଳିତ ହେଉଥିବା ଏହି ଉତ୍ସବ ଅବସରରେ ମସ୍କୋରେ ପରେଡ ଅନୁଷ୍ଠିତ ହୋଇଛି। ରୁଷ୍‌ ର୧୩ ହଜାର ସୈନ୍ୟ ଏଥିରେ ଯୋଗ ଦେଇଛନ୍ତି। ପରେଡରେ ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ନୌସେନାର ୭୫ ଜଣ ଯବାନ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଧିକାରୀ ରହିଛନ୍ତି। ଉତ୍ସବରେ ଭାରତୀୟ ସେନା ଯୋଗଦେଇଥିବାରୁ ସେ ଗର୍ବିତ ବୋଲି ରାଜନାଥ ସିଂ ଟୁଇଟ୍‌ କରି କହିଛନ୍ତି। ଏହି ଉତ୍ସବରେ ଚାଇନାର ସୈନ୍ୟ ଏବଂ ଅଧିକାରୀମାନେ ଯୋଗ ଦେଇଛନ୍ତି। ଗଲଓ୍ବାନ ସଂଘର୍ଷ ପରେ ଭାରତ ଏବଂ ଚାଇନାର ସୈନ୍ୟ ତଥା ପ୍ରତିରକ୍ଷା ଅଧିକାରୀ ପ୍ରଥମ କରି ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚାଇନା ସୈନ୍ୟଙ୍କ ସହିତ ଭାରତୀୟ ସେନା ମିଳିତ ପରେଡରେ ଅଂଶଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ମେ ୯ରେ ଏହି ଉତ୍ସବ ପାଳିତ ହୋଇଥାଏ। ତେବେ କରୋନା ସଂକ୍ରମଣ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିଜେ ରାୟକୁ ମାନିଲାନି ରୁଷିଆ

ହେଗ୍‌/ମସ୍କୋ,୧୭ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ମସ୍କୋ ଏହାକୁ...

ଫ୍ରାନ୍ସ୍‌ରେ କରୋନାର ମୃତ୍ୟୁ ତାଣ୍ଡବ: ମହଙ୍ଗା ପଡ଼ିଲା ଚର୍ଚ୍ଚର ସାମୁହିକ ପ୍ରାର୍ଥନା

ପ୍ୟାରିସ୍‌,୩୧।୩: କରୋନା ସଂକ୍ରମଣ ଯୋଗୁ ଫ୍ରାନ୍ସ୍‌ରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୩,୦୨୪ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୪୧୮...

ଚାଇନାର ସୋହାନ ଯୋଗ ଭାରତରେ ପ୍ରତିଷ୍ଠା କରିବାକୁ ଯାଉଛି ୩୦ ଟ୍ରେନିଂ ସେଣ୍ଟର

ନୂଆଦିଲ୍ଲୀ,୨୦।୧୦: ଚାଇନାର ସୋହାନ ଯୋଗ ଇନଷ୍ଟିଚ୍ୟୁଟ ଦେଶର ବିଭିନ୍ନ ରାଜ୍ୟରେ ୩୦ଟି ଟ୍ରେନିଂ ସେଣ୍ଟର ଖୋଲିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ଓ ଲଦାଖରେ...

ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ

ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି...

ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର...

ପୃଥିବୀ ଆଉ ୭୭ ତଳ ଭଳି ପୁରୁଣା ନାହିଁ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବାର୍ତ୍ତା…

ଜେନେଭା,୧୨।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ବାକ୍ଷରିତ ବହୁପକ୍ଷୀୟ ବୈଠକ ପୂର୍ବରୁ ଭାରତ ବିଶ୍ୱକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି। ଏହା ଅଧୀନରେ ଭାରତ...

ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ-ଚାଇନା ଯୁଦ୍ଧ ବିମାନ

ସିଓଲ,୨୩।୭: ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ ଯୁଦ୍ଧ ବିମାନ ପ୍ରବେଶ କରିଛି। ଏନେଇ ଦକ୍ଷିଣ କୋରିଆ ଜେଟ୍‌ ବିମାନ ଦଳ ଏହା ଉପରେ ସତର୍କ ଫାଇରିଙ୍ଗ୍‌...

ତାମିଲନାଡୁର ପବିତ୍ର ରଙ୍ଗୋଲିରେ ହେବ ବାଇଡେନ୍‌-ହାରିସଙ୍କ ଶପଥ ଗ୍ରହଣ ସମାରୋହର ଶୁଭାରମ୍ଭ

ୱାଶିଂଟନ,୧୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ଶପଥ ଗ୍ରହଣ ସହ ଜଡିତ ଅନଲାଇନ ସମାରୋହର ଆରମ୍ଭ...

Advertisement
Archives

Model This Week