ଯୁଦ୍ଧ ବ୍ୟାପକ କରିବାକୁ ରୁଷିଆର ସଙ୍କେତ, ଆମେରିକା-ବିଟ୍ରେନ ୟୁକ୍ରେନ୍‌କୁ ଯୋଗାଇବେ ଅସ୍ତ୍ରଶସ୍ତ୍ର…

ମସ୍କୋ,୨୨।୭ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୫ ମାସ ବିତିଗଲାଣି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ଦଖଲ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବ ଡୋନବାସରେ ଚାଲିଥିବା ସଂଘର୍ଷ ମଧ୍ୟରେ ୟୁକ୍ରେନକୁ ଅଧିକ ରକେଟ ସିଷ୍ଟମ, ଗୁଳି ଏବଂ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକା ଏବଂ ଏହାର ସହଯୋଗୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ୟୁକ୍ରେନକୁ ସାମରିକ ସହାୟତା ବୃଦ୍ଧି କରିବାକୁ ଘୋଷଣା କରିଥିବାବେଳେ ବ୍ରିଟେନ କହିଛି ୧୬୦୦ଟି ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଯୋଗାଇବ। ଅପରପକ୍ଷରେ ରୁଷିଆ ଯୁଦ୍ଧକୁ ବ୍ୟାପକ କରିବାକୁ ସଙ୍କେତ ଦେଇଛି। ବ୍ରିଟେନ କହିଛି ଯେ ଖୁବ ଶୀଘ୍ର ୟୁକ୍ରେନ୍‌କୁ ଅଧିକ ମାରାତ୍ମକ ଅସ୍ତ୍ର ଯୋଗାଇବାକୁ ଯାଉଛି।

ପ୍ରକୃତରେ,ରୁଷିଆ ଡୋନବାସର ପୂର୍ବ ଶିଳ୍ପାଞ୍ଚଳରୁ ଅଧିକ ୟୁକ୍ରେନ ଅଞ୍ଚଳକୁ ଦଖଲ କରିବାକୁ ଯୋଜନା କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆର ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ୟୁରୋପୀୟ କମିଶନ ଇୟୁ ସଦସ୍ୟମାନଙ୍କୁ ପ୍ରାକୃତିକ ଗ୍ୟାସର ଚାହିଦା ହ୍ରାସ କରିବାକୁ ନିବେଦନ କରିଛନ୍ତି।

ଅପରପକ୍ଷରେ, ବିଶ୍ୱର ପ୍ରାୟ ୫୦ ପ୍ରତିରକ୍ଷା ନେତାଙ୍କ ଡିଜିଟାଲ ବୈଠକ ଶେଷ ହେବା ପରେ ଆମେରିକାର ପ୍ରତିରକ୍ଷା ସଚିବ ଲାୟର୍ଡ ଅଷ୍ଟିନ କହିଛନ୍ତି ଯେ ଯୁଦ୍ଧ ବନ୍ଦ କରିବା ପାଇଁ ସହଯୋଗୀ ତଥା ଅଂଶୀଦାରମାନଙ୍କୁ ପ୍ରତିଶ୍ରୁତିବଦ୍ଧ କରି ରଖିବା କଷ୍ଟକର ହେବ। ଡିଜିଟାଲ ବୈଠକର ଅଧିକାରୀମାନେ ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା କହିବାକୁ ମନା କରି ଦେଇଛନ୍ତି, କିନ୍ତୁ ଆମେରିକାର ସେନା ଜେନେରାଲ ମାର୍କ ମିଲି ଏହା ଅଧିକ ସମୟ ଜାରି ରହିପାରେ ବୋଲି ସୂଚାଇ ଦେଇଛନ୍ତି। ମିଲି କହିଛନ୍ତି ଯେ ଡୋନବାସରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି ଏବଂ ଉଭୟ ପକ୍ଷ ଶାନ୍ତ ନହେବା ପର୍ଯ୍ୟନ୍ତ ଏହାର ବନ୍ଦ ହେବାର କୌଣସି ଉପାୟ ନାହିଁ। ଆମେରିକା କହିଛି ଯେ ଏହା ୟୁକ୍ରେନକୁ ରକେଟ ସହିତ ଅତିରିକ୍ତ ଆର୍ଟିଲିରି ପଠାଇବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ବର୍ଷରେ ୨୦ ଲକ୍ଷ ବିଲେଇ ହତ୍ୟା କରିବେ ଅଷ୍ଟ୍ରେଲିଆ ସରକାର

କାନ୍‌ବେରା,୨।୫: ଆସନ୍ତା ୨୦୨୦ ସୁଦ୍ଧା ଅଷ୍ଟ୍ରେଲିଆ ସରକାର ୨୦ ଲକ୍ଷ ଜଙ୍ଗଲୀ ବିଲେଇ ହତ୍ୟା କରିବେ। ଏନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଲେଇଙ୍କ ଯୋଗୁ ଅନେକ...

ପାକିସ୍ତାନରେ ଖୋଲିଲା ୧୨ଶହ ବର୍ଷ ପୁରୁଣା ମନ୍ଦିର

ଲାହୋର, ୫ା୮: ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ୧୨ଶହ ବର୍ଷ ପୁରୁଣା ବାଲ୍ମିକୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏକ...

ଅଷ୍ଟ୍ରେଲିଆରେ ମରୁଡ଼ି: ୩ ଲକ୍ଷ ଲିଟର ପାଣି ଚୋରାଇ ନେଲେ ଚୋର

ସିଡ୍‌ନୀ,୧୯।୧୨: ଅଷ୍ଟ୍ରେଲିଆରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍‌ ଟପିଛି। ପ୍ରବଳ ଗରମ ଯୋଗୁ ନ୍ୟୁସାଉଥ୍‌ ଓ୍ବେଲସ୍‌ରେ ଜରୁରୀକାଳୀନ...

ଇରପିନ୍‌ ପାଲଟିଲା ଧ୍ୱଂସସ୍ତୁପ, ୭୧ ପ୍ରତିଶତ କୋଠା ଧରାଶାୟୀ…

କ୍ୱିଭ୍‌, ୧୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୩ ଦିନରେ ପହଞ୍ଚିଛି। ଉଭୟ ପକ୍ଷ ସୈନ୍ୟବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ...

ବ୍ରିଟେନରେ ୫୦ ଲକ୍ଷ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ: ଦେଶରେ ୮ ହଜାର କରୋନା ଆକ୍ରାନ୍ତ. ସୋମବାରଠାରୁ ଟିକାକରଣ…

ଲଣ୍ଡନ,୧।୪ : ଇଂଲଣ୍ଡର ସ୍ବାସ୍ଥ୍ୟ ବିଭାଗ ଶନିବାର କହିଛି ଯେ ଚଳିତ ବସନ୍ତ ଋତୁରେ ଦେଶରେ ୫୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜଚ ଦିଆଯିବ। ୭୫...

ଇମ୍ରାନଙ୍କୁ ଡରାଉଛି ମୃତ୍ୟୁର ଭୟ, କୋର୍ଟରେ ହାଜର ହେବା ପୂର୍ବରୁ ସିଜେପିଙ୍କୁ ଚିଠି ଲେଖି ମାଗିଲେ ପର୍ଯ୍ୟାପ୍ତ ସୁରକ୍ଷା

ଇସଲାମାବାଦ,୬ ।୩: ତୋଶାଖାନା ମାମଲାରେ ଇସଲାମାବାଦ ପୋଲିସ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ଲାହୋର...

କରୋନା ଭାଇରସ: ଚାଇନାର ହୁବଇ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୨୧ଶହ ଟପିଲା

ବେଜିଂ,୨୧।୨: ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ମଧ୍ୟ ବ୍ୟାପିସାରିଛି। ତେବେ ଚାଇନାର ହୁବଇ ଅଞ୍ଚଳରେ...

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି...

Advertisement
Archives

Model This Week