ତହସିଲ ଅଫିସରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ

ଡାବୁଗାଁ, ୩୦।୫: ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ୬୩ ଲକ୍ଷ ୬୨ ହଜାର ୭୩ରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳଙ୍କୁ ନବରଙ୍ଗପୁର ଜିଲାପାଳ ଡ. ଅଜିତ କୁମାର ମିଶ୍ର ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଏହି ସମୟରେ ତାଙ୍କୁ ୫୦ ପ୍ରତିଶତ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ଭାସ୍କର ରଇତ କହିଛନ୍ତି। ସୂଚନା ଅନୁଯାୟୀ, ସମ୍ପୃକ୍ତା ବରିଷ୍ଠ ରାଜସ୍ବ ସହାୟିକା ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ଆର୍ଥିକ ଅନିୟମିତତା କରିଥିବା ନେଇ ଶୁକ୍ରବାର ତହସିଲଦାର ସା ସମରଥ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଶନିବାର ପୂର୍ବାହ୍ନରେ ତାଙ୍କୁ ଡାକି ପଚରାଉଚରା କରିବା ବେଳେ ସେ ଚେତା ଶୁନ୍ୟ ହୋଇ ପଡିଥିଲେ। ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅପରାହ୍ନ ୫ଟାରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଥିଲା। ପୋଲିସ ୯୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକାମୀ ହେବନି ୧୫ ବର୍ଷର ପୁରୁଣା ଗାଡ଼ି

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):୧୫ ବର୍ଷିଆ ପୁରୁଣା ଗାଡି ଅକାମୀ ହୋଇଯିବ। ସେସବୁ ଗାଡିକୁ ରାସ୍ତାରୁ ହଟାଇ ଦିଆଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି।...

ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮

ଝାରସୁଗୁଡ଼ା ଅଫିସ,୧୫।୬: ଝାରସୁଗୁଡାରେ ସୋମବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।...

ଆହୁରି ୨୪ ଘଣ୍ଟା ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୮ା୫(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁଳୁଗୁଳି ଯୋଗୁ ଘର ଭିତରେ...

ମିଳିପାରେ ସ୍ବାଧୀନତା: କ୍ଷୀର ମୂଲ୍ୟ ନିର୍ଦ୍ଧାରଣ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବର୍ତ୍ତମାନ ବଜାରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌)ର ବିଭିନ୍ନ ସାମଗ୍ରୀର ସ୍ବତନ୍ତ୍ର ଚାହିଦା ରହିଛି। ହେଲେ ଏବେ ପ୍ରତିଯୋଗିତା...

ଜୁଲାଇରେ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା, ୫ରୁ ଫର୍ମ ଫିଲ୍‌ଅପ୍‌

କଟକ ଅଫିସ,୨୯।୬: ମାଟ୍ରିକ ପରୀକ୍ଷାଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ଅଫ୍‌ଲାଇନ୍‌...

ଯୁବକଙ୍କ ହତ୍ୟା କରି ପୋଖରୀରେ ଫିଙ୍ଗିଲେ

ଶେରଗଡ଼, ୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।...

ଏବେ ହେବନି ୟୁଜି-ପିଜି ପରୀକ୍ଷା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଏବେ ୟୁଜି କିମ୍ବା ପିଜି ପରୀକ୍ଷା କରାଯିବ ନାହିଁ। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ। କରୋନା ସ୍ଥିତି...

ନରେନ୍ଦ୍ର ପୁଷ୍କରିଣୀରେ ଭାସୁଛନ୍ତି ମଲା ମାଛ

ପୁରୀ ଅଫିସ,୧୮ା୯: ନରେନ୍ଦ୍ର ପୁଷ୍କରିଣୀ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପୁଷ୍କରିଣୀ। ଏହି ପବିତ୍ର ପୁଷ୍କରିଣୀରେ ମହାପ୍ରଭୁ ଜଳକ୍ରୀଡ଼ା କରନ୍ତି। ଶ୍ରଦ୍ଧାଳୁମାନେ ବୁଡ଼...

Advertisement
Archives

Model This Week