ଗବେଷଣା ଲାଗି ଖର୍ଚ୍ଚ ହେବ ୫୦ ହଜାର କୋଟି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୭। ୭(ବ୍ୟୁରୋ): କେନ୍ଦ୍ର ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି। ଏନେଇ ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି-୨୦୨୦) ଅନୁଯାୟୀ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଏଫ୍‌) ଗଠନ ସହ ୫ ବର୍ଷରେ ୫୦ ହଜାର କୋଟିରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରିବା ଯୋଜନା ରଖାଯାଇଛି ବୋଲି ଲୋକ ସଭାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଏନ୍‌ଆର୍‌ଏଫ୍‌ ଜରିଆରେ ଗବେଷଣା ଏବଂ ବିକାଶ (ଆର୍‌ ଆଣ୍ଡ ଡି), ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରାଯାଇପାରିବ। ଏନ୍‌ଆର୍‌ଏଫ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦିଆଯିବ। ୩୪ ବର୍ଷ ପରେ ୨୯ ଜୁଲାଇ ୨୦୨୦ରେ ଭାରତ ସରକାର ଜାତୀୟ ଶିକ୍ଷାନୀତି-୨୦୨୦ ଘୋଷଣା କଲେ। ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବା ଏହାର ଲକ୍ଷ୍ୟ ଥିଲା। ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ଭାଷାକୁ ଅଗ୍ରାଧିକାର ଦେଇ ଏହାର ବ୍ୟବହାର କରିବା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାସନଗର ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠିତ

ଯାଜପୁର ଅଫିସ,୧୦।୧୧: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ପଛୁଆବର୍ଗଙ୍କ ପାଇଁ ୭ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।...

ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮...

ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ

ମାଲକାନଗିରି,୧୦ା୧୨(ଡି.ଏନ୍‌.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍‌ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ...

କନ୍ଧମାଳରେ ପାସ୍‌ ହାର ୬୦.୪୪%

ଫୁଲବାଣୀ ଅଫିସ, ୨୦ା୮- କନ୍ଧମାଳ ଜିଲାରେ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ହାର ରହିଛି ୬୦.୪୪ ପ୍ରତିଶତ। ଜିଲାରେ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବା ବେଳେ...

କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ

ଯାଜପୁର ଅଫିସ,୧୫ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଉ ୨ଦିନ ପରେ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ...

କୋଭିଡ୍‌ ପୁନଃ ସଂକ୍ରମଣ ଆଶଙ୍କା: ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ଚେତାବନୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏବେ ପୁଣି ମହାରାଷ୍ଟ୍ର ଓ କେରଳ ଭଳି କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ...

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା...

ଶରଣକୁଳ ଅଞ୍ଚଳରେ ଗୋମଡ଼କ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳରେ ଅଜଣା ରୋଗ ବ୍ୟାପୀ ଗୋମଡକ ଦେଖାଦେଇଛି। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋରୁଙ୍କ ମୃତ୍ୟୁ ଘଟୁଛି। ସପ୍ତାହକ...

Advertisement
Archives

Model This Week