ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ନେଇ ସୋମବାର ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ  ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୬୫ ହଜାର ଟଙ୍କା ଜବତ କରିଛି। ଏନେଇ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ବେତିରା ଗ୍ରାମର ଦୀପରଞ୍ଜନ ପାଢ଼ୀ ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ଗତ ରବିବାର ରାତିରେ ଜଳକଳଙ୍ଗ ଗ୍ରାମର ସଞ୍ଜୟ ସେଠୀ (୨୪) ଦୋକାନର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ଶୋଇଥିବା ସେଲ୍ସମ୍ୟାନ୍‌ଙ୍କୁ ଛୁରି ଦେଖାଇ ଭୟଭୀତ କରିବା ପରେ କ୍ୟାସ୍‌ ଡ୍ରୟରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଏନେଇ ଦୋକାନ ମାଲିକ ଦୀପରଞ୍ଜନ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୩୭୬/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସଞ୍ଜୟଙ୍କୁ ହାଟଡିହୀ ଅଞ୍ଚଳରୁ ଧରି ପଚରାଉଚରା କରିବା ସହ ତାଙ୍କ ନିକଟରୁ ୬୫ ହଜାର ଟଙ୍କା ଜବତ କରିଥିଲା।

ଏହି ଲୁଟ୍‌ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ସୋମବାର ଅପରାହ୍ନରେ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

ରୋହିତ MI ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଦେଲେ ଏମିତି ଇସାରା, ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲ (IPL) ୨୦୨୭ ପୂର୍ୱରୁ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ନେତୃତ୍ୱ ପ୍ରଦାନ କରିଛି। ପାଞ୍ଚ ଥର…

UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍‌: ୧ ଜାନୁଆରୀରୁ ବନ୍ଦ ହେବ…

ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…

ବେପରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ: ବୁଦୁଲି ନିକଟରେ କାର୍‌ ଧକ୍କାରେ ଭଞ୍ଜନଗର ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନ ବିଭିନ୍ନ ଅଞ୍ଚଳରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣାଜନିତ…

PCBର ବଡ଼ ଝଟକା: ଏକାଥରକେ ୧୨ ଖେଳାଳିଙ୍କୁ କଣ୍ଟ୍ରାକ୍ଟରୁ ଆଉଟ୍‌, ମାତ୍ର ୮ ଜଣଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମହିଳା କ୍ରିକେଟ ଦଳର କେନ୍ଦ୍ରୀୟ ଚୁକ୍ତି (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ)ରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ୨୦୨୬-୨୭ ସିଜିନ ପାଇଁ କେନ୍ଦ୍ରୀୟ…

ଏଣିକି ଆଉ ଅପେକ୍ଷା ନାହିଁ: ଆବେଦନର ୧୦ ଦିନରେ ମିଳିବ ଭତ୍ତା, ଭଞ୍ଜନଗରରେ ୧୭୧୮ ନୂତନ ହିତାଧିକାରୀଙ୍କୁ…

ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଭତ୍ତା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି। ଏଣିକି ଆବେଦନର ମାତ୍ର ୧୦ ଦିନ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?