ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ପ୍ରସ୍ତୁତି ଶେଷରେ ଫେଲ୍ ମାରିଛି। ଓଡ଼ିଶା ଜିଲା ପ୍ରଶାସନର ଦୃଢ଼ ରଣନୀତି ଆଗରେ ଆନ୍ଧ୍ରର ପାର୍ବତୀପୁରମ୍ ମାନ୍ୟମ୍ ଜିଲା ପ୍ରଶାସନ ନିରାଶ ହୋଇ ପଛକୁ ହଟିବାକୁ ବାଧ୍ୟ ହୋଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଆନ୍ଧ୍ର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ପ୍ରତ୍ୟାହାର ପ୍ରକ୍ରିୟା ରହିଥିଲା। ଏହି ସମୟରେ ଫଗୁଣସିନେରୀ ଗ୍ରାମରୁ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଶୁ ଚୋଡପେଲି ଏବଂ କୁନେଟି ଗିନ୍ଦେ ସ୍ୱେଚ୍ଛାରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେହିପରି ତଳ ଗଞ୍ଜେଇପଦର ଗ୍ରାମରୁ ନାମାଙ୍କନ ଭରିଥିବା ୩ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ଚୋଡପେଲି ବାରସ୍ ଏବଂ ଖରା ସୁନ୍ଦରୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି କୋରାପୁଟ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇଛନ୍ତି। ଅନ୍ୟପକ୍ଷରେ, ସୀମାନ୍ତ ଗ୍ରାମ ଫାଟୁସିନେରୀରୁ ସରପଞ୍ଚ ପଦ ପାଇଁ ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ପ୍ରତ୍ୟାହାର ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ କୋଟିଆରେ କୌଣସି ମତେ ଆନ୍ଧ୍ରର ନିର୍ବାଚନ କରାଇ ଦିଆଯିବ ନାହିଁ ବୋଲି ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଉପଜିଲ୍ଲାପାଳ ତଥା କୋଟିଆ ପଞ୍ଚାୟତର ନୋଡାଲ୍ ଅଧିକାରୀ ଫାବି ରସିଦ୍‌ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପ୍ରଶାସନିକ ରଣନୀତି ସଫଳ ହୋଇଛି। ଜିଲ୍ଲାର ସର୍ବଦଳୀୟ ନେତୃବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ପ୍ରତିବାଦ ଓ ସହଯୋଗ ଯୋଗୁଁ ଆନ୍ଧ୍ର ପଛକୁ ହଟିଥିବା ନେଇ କୋଟିଆପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଏହା ଓଡ଼ିଶାବାସୀଙ୍କ ଏକତାର ବିଜୟ ବୋଲି ମତପ୍ରକାଶ ପାଇଛି।

ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭଣ୍ଡୁର କରିବା ତଥା ଅଞ୍ଚଳବାସୀଙ୍କୁ ଯୋଡ଼ି ରଖିବା ପାଇଁ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରତିବର୍ଷ ଲୋକ ମହୋତ୍ସବ ‘ପରବ’ ଅବସରରେ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ହେଉଥିବା ମହୋତ୍ସବକୁ ଚଳିତ ବର୍ଷ ବନ୍ଦ ରଖାଯାଇଛି। ଏହା ବଦଳରେ ଆସନ୍ତା ୧ ଓ ୨ ତାରିଖରେ ଦୁଇ ଦିନ ଧରି କୋଟିଆରେ ‘ପରବ’ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇସାରିଛି।

ଅନ୍ୟପକ୍ଷରେ କୋଟିଆ ପଞ୍ଚାୟତ ର ଅନ୍ୟତମ ସୀମାନ୍ତ ଗ୍ରାମ ଫାଟୁସିନେରୀ ପାଇଁ ୦୬ ଜଣ ସରପଞ୍ଚ ପ୍ରାଥି ନିମନ୍ତେ ନିଜର ପ୍ରାଥି ପତ୍ର ଦାଖଲ କରିଥିବା ବେଳେ ଖବର ଲେଖା ହେବା ସମୟ ମଧ୍ୟରେ ଉକ୍ତ ପ୍ରାଥି ମାନଙ୍କ ତରଫରୁ କେହି ପ୍ରତ୍ୟାହାର କରିଥିବା ସମ୍ପର୍କରେ କୈଣସି ସୂଚନା ମିଳି ନଥିବା ବେଳେ ଓଡ଼ିଶାର ଜିଲ୍ଲା ପ୍ରଶାସନ ର ରଣନୀତି କୁ ଦୃଷ୍ଟିରେ ରଖି ଆନ୍ଧ୍ର ଉକ୍ତ ୦୬ ଜଣ ସରପଞ୍ଚ ପ୍ରାଥି ଙ୍କ ମଧ୍ୟରୁ କାହାର ପ୍ରାଥିପତ୍ର ନାକଚ ବା କିଏ ପ୍ରତ୍ୟାହାର କରିଛନ୍ତି ସେମାନଙ୍କ ନାମ ଗୋପନ ରଖି ନିଜର ଚତୁରତା ଦେଖାଇବା ରେ ପଛ ଘୁଞ୍ଚା ଦେଇନାହିଁ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…

ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

ଶୁଭ ମୁହୂର୍ତ୍ତ ନା ନମ୍ବର ଗେମ୍‌? ସନ୍ଧ୍ୟା ୫.୪୫ରେ କାହିଁକି କରାଗଲା ରୋହିତଙ୍କ ଅଧିନାୟକତ୍ୱ ଘୋଷଣା…ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କୁ ଚକିତ କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି…

ରାଜ୍ୟସ୍ତରରେ ପୁରସ୍କୃତ ହେଲା ଭଞ୍ଜନଗର ଏସ୍‌ଏନ୍‌ସିୟୁ

ଭଞ୍ଜନଗର, ୨୭/୧୧ (ବାବୁଲା ପ୍ରଧାନ): ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସ୍‌ଏନ୍‌ସିୟୁ)କୁ ରାଜ୍ୟସ୍ତରୀୟ ପୁରସ୍କାର…

ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ତତ୍ପରତା, ଜନଜାତିଙ୍କୁ କଲା ସଚେତନ

ମହାକାଳପଡ଼ା, ୨୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ, ବିଶେଷକରି ଜନଜାତି ଓ ବଙ୍ଗୀୟ ବସତି ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି…

ଯୁବକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ଛତ୍ରପୁର.୨୭ା୧୧(ଦିଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବିଲରେ ପକାଇବା, ଲୁଟ ଓ ହତ୍ୟା ଧମକ ଅଭିଯୋଗରେ…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଏଥର ଗୋଲାପ ଚନ୍ଦ୍ର ଦାଶ କଂସ ମହାରାଜ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

ହିଂସା ନୁହେଁ, ନାରୀଙ୍କୁ ମିଳୁ ସମ୍ମାନ: ମହିଳା ହିଂସା ବିଲୋପ …

ଦିଗପହଣ୍ଡି, ୨୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡିଏସ୍‌) ପକ୍ଷରୁ ମିଶନ ଶକ୍ତି ଭବନ ପରିସରରେ ବ୍ଲକସ୍ତରୀୟ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?