ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ ଛାତ୍ର ଜଣକ ହେଲେ, ବରଗଡ଼ ସୁବାଷ ନଗର ନିବାସୀ ରାଜବିନ ଝାଙ୍କ ପୁଅ ରୋନକ (୧୪) ଏବଂ ସେ ସ୍ଥାନୀୟ ହିନ୍ଦୀ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଅଟନ୍ତି। ସାଇକେଲ ଯୋଗେ ସ୍କୁଲ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି ।
Dharitri – Odisha’s No.1 Odia Daily

