Posted inଖେଳ

କୋହଲି ନୁହଁନ୍ତି ଏହି ଦୁଇ ମହାନ ଅଧିନାୟକଙ୍କ ମିଶ୍ରଣ ହେଉଛନ୍ତି ରୋହିତ ଶର୍ମା: ଇରଫାନ୍‌

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଗୋଟିଏ ପଟେ ଅଧିନାୟକ ବିରାଟ କୋହଲିଙ୍କ ଦଳ ଆର୍‌ସିବି ଗୋଟିଏ ବି ଟାଇଟଲ ଜିତିବାରେ ବିଫଳ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ୫ଥର ବିଜେତା ପାଲଟିଛି। ଚଳିତ ଥର ଆଇପିଏଲ୍‌ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଛି। ଫଳରେ ରୋହିତଙ୍କ ଅଧିନାୟକକୁ ନେଇ ଭୁରି ପ୍ରଶଂସା କରାଯାଉଛି। ଏହି କ୍ରମରେ ପୂର୍ବ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ରୋହିତଙ୍କୁ ମହେନ୍ଦ୍ର ସିଂହ ଧୋନୀ ଏବଂ ସୌରଭ ଗାଙ୍ଗୁଲୀଙ୍କ ମିଶ୍ରଣ ବୋଲି କହିଛନ୍ତି।

ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ଦଳ। ଖେଳାଳିମାନଙ୍କ ମଧ୍ୟରେ ପରିବର୍ତ୍ତନ ସ୍ବରୂପ ରୋହିତ ଜୟନ୍ତ ଯାଦବକୁ ସାମିଲ କରିଥିଲେ। ଏହା ପ୍ରଶଂସନୀୟ ଥିଲା ବୋଲି ଇରଫାନ କହିଛନ୍ତି। ରୋହିତଙ୍କ ସ୍ଥାନରେ ଅନ୍ୟ କେହି ଅଧିନାୟକ ଥିଲେ ଦ୍ରୁତ ବୋଲରଙ୍କୁ ଖେଳାଇବା ପସନ୍ଦ କରିଥାନ୍ତେ। ହେଲେ ସେ ତାହା କରି ନ ଥିଲେ। ଏଥିରୁ ସେ ବୋଲରମାନଙ୍କ ଚିନ୍ତାଧାରାକୁ କେତେ ବୁଝନ୍ତି ତାହା ସ୍ପଷ୍ଟ ହୋଇଛି। କହିବାକୁ ଗଲେ ରୋହିତଙ୍କ ଅଧିନାୟକତ୍ୱ ଧୋନୀ ଏବଂ ଗାଙ୍ଗୁଲିଙ୍କ ମିଶ୍ରଣ ଅଟେ। ଗାଙ୍ଗୁଲି ଦଳର ବୋଲରମାନଙ୍କ ଉପରେ ଭରସା କରି ଆଗକୁ ବଢ଼ୁଥିଲେ। ଧୋନୀ ମଧ୍ୟ ତାହା କରୁଥିଲେ। ମାତ୍ର ସେ ନିଜ ନିଷ୍ପତ୍ତି ଚିନ୍ତାଧାରା ଉପରେ ଧାର୍ଯ୍ୟ କରି ନେଉଥିଲେ। ଅନେକ ପୂର୍ବ ଅଧିନାୟକଙ୍କୁ ରୋହିତଙ୍କ କାମ ପସନ୍ଦ ଆସୁଛି ବୋଲି ପଠାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri