ମଞ୍ଚ ଉପରେ ଜିଅନ୍ତା କୁଚିଆ ଗିଳିଲେ କଳାକାର, ସାପ ଭାବି ଦର୍ଶକ ଛାନିଆ, ଭାଇରାଲ୍ ଦୃଶ୍ୟକୁ ନେଇ ହଇଚଇ

ବ୍ରହ୍ମପୁର, ୨୭।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ କୋଠିଶାଳ ଯାତ୍ରା ଅବସରରେ ଜଣେ କଳାକାର ମଞ୍ଚ ଉପରେ ଶହ ଶହ ଦର୍ଶକଙ୍କ ସମ୍ମୁଖରେ ଜିଅନ୍ତା କୁଚିଆ ମାଛ ଖାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁଚିଆ ମାଛଟି ସାପ ଭଳି ଦେଖାଯାଉଥିବାରୁ ଏହାକୁ ନେଇ ଭ୍ରମ ସୃଷ୍ଟି ହୋଇଥିଲା।

ଘଟଣାଟି ଗତ ୧୭ ତାରିଖରେ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହାକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶୁକ୍ରବାର ବନ ବିଭାଗର ଏକ ଟିମ୍ ଗ୍ରାମରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, କୋଠିଶାଳ ଯାତ୍ରା ଅବସରରେ ଗତ ୧୬ ତାରିଖରେ ଦୁଇଟି ନାଟକ ଦଳ ନିଜ ନିଜର ନାଟକ ପରିବେଷଣ କରିଥିଲେ। ବଉଳଝୋଳି ଗ୍ରାମର ଏକ ନାଟକ ଦଳ ଲାଞ୍ଜିଆରେ ରାମାୟଣ ନାଟକ ପରିବେଷଣ କରୁଥିବା ବେଳେ ଅନ୍ୟପଟେ ଅଡ଼ବାର ଏକ ନାଟକ ଦଳ ମଧ୍ୟ ନାଟକ ପରିବେଷଣ କରିଥିଲା।

ତେବେ ୧୭ ତାରିଖ ରାତିରେ ଜଣେ କଳାକାର ମଞ୍ଚ ଉପରେ ଦର୍ଶକଙ୍କ ସମ୍ମୁଖରେ ଜୀଅନ୍ତା କୁଚିଆ ମାଛ ଖାଇଥିଲେ। ଅନ୍ୟପକ୍ଷରେ, କେତେକ ପଶୁପ୍ରେମୀ ଏହାକୁ ଜିଅନ୍ତା ସାପ ଖାଇବା ଘଟଣା ବୋଲି ଦର୍ଶାଇ ପ୍ରତିବାଦ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼ ସେଠାରେ ପହଞ୍ଚି ଏଭଳି ଉଦ୍‌ବେଗଜନକ ଦୃଶ୍ୟ ବନ୍ଦ କରିବା ପାଇଁ ନାଟକ ଦଳର ମ୍ୟାନେଜରଙ୍କୁ କହିଥିଲେ। ତେବେ ନାଟକ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ବନ ବିଭାଗର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସ

ନୂଆଦିଲ୍ଲୀ,୨୭।୧୧: ୨୦୨୬ରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ ହୋଇଛି। ଜୁନ ୨୦୧୩ ପରଠାରୁ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି।…

୧୪୫ ଟେଷ୍ଟ, ୫୭୭ ଉଇକେଟ୍‌; ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିବେ ଏହି ଅଭିଜ୍ଞ ଖେଳାଳି! ଟେଷ୍ଟ କ୍ୟାରିୟରକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆର ଅଭିଜ୍ଞ ଅଫ ସ୍ପିନର ନାଥନ ଲାୟନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପର୍ଥରେ ହେବାକୁ ଥିବା ପ୍ରଥମ ଟେଷ୍ଟରୁ ବାଦ୍‌ ଦିଆଯାଇପାରେ। ରିପୋର୍ଟ ଅନୁସାରେ, ଶନିବାର ଘୋଷଣା…

ବାଘ ଉପସ୍ଥିତି ନେଇ ଅନିଶ୍ଚିତତା: ସତର୍କ କରାଇଲା ବନ ବିଭାଗ, ଜଙ୍ଗଲରେ କ୍ୟାମେରା ଲଗାଇ…

ସମ୍ବଲପୁର,୨୭ା୧୧(ପ୍ରମୋଦ ବହିଦାର): ଦୁଇ-ତିନି ଦିନ ପୂର୍ବରୁ ହୀରାକୁଦ ଡ୍ୟାମ୍‌ ସାଇଟ୍‌ ନିକଟରେ କିଛି ପାଦଚିହ୍ନ (ପଗ ମାର୍କ) ମିଳିଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କ…

କେହି ଆପଣଙ୍କୁ ଅପମାନିତ କରୁଛନ୍ତି କି? ଜାଣନ୍ତୁ କେମିତି କରିବେ ସାମ୍ନା, କ’ଣ କହିଛନ୍ତି ଚାଣକ୍ୟ…

ଜୀବନ ପଥରେ ଚାଲିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବେ ନା କେବେ ଅପମାନ କିମ୍ବା ସମାଲୋଚନାର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ସେହି ଅପମାନ ଆମକୁ ଭାଙ୍ଗିଦେବ…

୬ ଦଳର ଅଧିନାୟକ ଫାଇନାଲ, ୩ ଟିମ ଖୋଜୁଛନ୍ତି ନୂଆ କ୍ୟାପ୍ଟେନ

ଆଇପିଏଲ ୨୦୨୭ ପାଇଁ ମିନି ଅକ୍ସନ ଆସନ୍ତା ମାସ ୧୬ ତାରିଖରେ ଗୋଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ ନିଜ ନିଜ ରିଟେନ୍ସନ…

ନେପାଳ ଗସ୍ତରେ ଯିବ ଭାରତ-ଏ ଟିମ, ଖେଳିବ ୩ଟି ଟି-୨୦ ମ୍ୟାଚ; ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିପାରେ ସୁଯୋଗ! ଜାଣନ୍ତୁ ପୂରା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୭।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଭାରତୀୟ-ଏ ଦଳର ଅଭିଯାନ ଶେଷ ହୋଇଛି। ସେମିଫାଇନାଲରେ ଶ୍ରୀଲଙ୍କାଠାରୁ ପରାଜୟ ବରଣ କରିବା ପରେ ଟୁର୍ନାମେଣ୍ଟରୁ ବିଦାୟ ନେଇଛି…

ଶନିଙ୍କ ମାର୍ଗୀ ଚଳନ ବଦଳାଇବ ବୃଷ ସମେତ ୩ ରାଶିଙ୍କ ଭାଗ୍ୟ! ଅଜସ୍ର ଧନପ୍ରାପ୍ତି ସହ ମିଳିବ ନୂଆ ଚାକିରି

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳ ପ୍ରଦାନକାରୀ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। ବିଶ୍ୱାସ ଅନୁସାରେ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ…

ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

ରାଞ୍ଚି,୨୭ା୧୧: ଝାଡ଼ଖଣ୍ଡର ଗୁମଲା ଜିଲାରେ ଦୁଇ ଯାଆଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ କେନ୍ଦ୍ର କରି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦୁଇ ଭାଇଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?