ମହାକାଳପଡ଼ାରେ ବିଜେଡିର ଶକ୍ତି ପ୍ରଦର୍ଶନ: ଆଗାମୀ ନିର୍ବାଚନକୁ ନେଇ ଅତନୁ କହିଦେଲେ ଏହି ବଡ଼ କଥା…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା ମହାକାଳପଡ଼ା କେନାଲ ଛକଠାରୁ ଆରମ୍ଭ ହୋଇ ଗହ୍ମା ଛକ, ମଙ୍ଗଳପୁର କେନାଲଠାରେ ଅତନୁ ସବ୍ୟସାଚୀ ନାୟକ ପଥପ୍ରାନ୍ତ ସଭା କରି ସିଧାସଳଖ ସରକାରଙ୍କୁ ତେର୍ଚ୍ଛାବାଣ ମାରିଥିଲେ। ପୂର୍ବ ସରକାରଙ୍କ ସମୟରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ବତୀଘରେଠାରେ ନ ହୋଇ ଆନ୍ଧ୍ରପ୍ରଦେଶ ଫେରିବା , ସାଧାରଣ ଗରିବ ଲୋକଙ୍କଠାରୁ ଅଫିସ ପର୍ଯ୍ୟନ୍ତ ଆବାସ ଗୃହ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ପାଇଁ ପିସି କାରବାର ସହିତ କଲେଜ ପିଲାମାନଙ୍କୁ ପଦଯାତ୍ରାରେ ଯୋଗ ନ ଦେବା ପାଇଁ କଲେଜ ଅଧ୍ୟକ୍ଷଙ୍କ ନୋଟିସ ଜାରି କରିଥିଲେ। ଜେନ୍‌-ଜି ଯୁଗ ଚାଲିଥିବା ବେଳେ ଛାତ୍ରୀଛାତ୍ରଙ୍କ ସ୍ବାଧୀନତା ଉପରେ ଜୋର ଜବରଦସ୍ତ ଏହା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏହା ବିରୋଧରେ ଖୁବ୍‌ଶୀଘ୍ର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଥିଲେ ଅତନୁ। ଆଗାମୀ ସାଧାରଣ ନିର୍ବାଚନରେ ପୁଣି ଥରେ ନବୀନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅତନୁ। ପଥପ୍ରାନ୍ତ ସଭା ପରେ କିଆରବାଙ୍କ କେନାଲ ମୁଖ୍ୟ ରାସ୍ତା ଦେଇ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ପଦଯାତ୍ରାରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ତୁଙ୍ଗ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ଏହି ଅବସରରେ ବାୟାବାବା କଲେଜର ନବନିର୍ବାଚିତ ଛାତ୍ର ସଂସଦ ପ୍ରତିନିଧିମାନଙ୍କ ନେତୃତ୍ୱରେ ୫ ଶହରୁ ଅଧିକ ଛାତ୍ରୀଛାତ୍ର କଲେଜ ଅଧ୍ୟକ୍ଷଙ୍କ ହୁଇପ ଜାରିକୁ ଭ୍ରୁକ୍ଷେପ ନ କରି ପଦଯାତ୍ରାରେ ସାମିଲ ହେବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା।

ଏହି ପଦଯାତ୍ରାରେ ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଲା, ବିଜୟ କୁମାର ଜେନା, ଜିଲାପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ପ୍ରତାପ ମଲିକ, କଲ୍ୟାଣ ରାୟ, ସ୍ମୃତି ରଞ୍ଜନ ପ୍ରଧାନ, ହେମନ୍ତ ସାହୁ , ମନୋଜ ପାତ୍ର , ଅରବିନ୍ଦ ଜେନା, ସୁରଭି ଜେନା, ସରୋଜିନୀ ସେଠୀ, ଚକ୍ରଧର ଦାସ, ପ୍ରଭାଂଶୁ ପରିଡ଼ା, ରବୀନ୍ଦ୍ର ପାଳଙ୍କ ସମେତ ୫ ହଜାରରୁ ଅଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ମହାକାଳପଡ଼ା ଥାନା ଅଧିକାରିଣୀ ବନ୍ଦନା ପାତ୍ର ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

MI ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ପ୍ରଥମ ବୟାନ, ମୋ ପାଇଁ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ,୨୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦୨୭ ସଂସ୍କରଣ ପୂର୍ୱରୁ, ଅଭିଜ୍ଞ ବ୍ୟାଟର୍‌ ରୋହିତ ଶର୍ମାଙ୍କୁ ତିନି ବର୍ଷର ବ୍ୟବଧାନ ପରେ ଶୁକ୍ରବାର ପୁଣି ଥରେ ମୁମ୍ୱାଇ…

ମୁମ୍ୱାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ପୁଣି ଅଧିନାୟକ ପଦକୁ ଫେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ (IPL) ୨୦୨୭ ସିଜିନ ପୂର୍ୱରୁ ମୁମ୍ୱାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ମୁମ୍ୱାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ସବୁଠାରୁ ସଫଳ ଅଧିନାୟକଙ୍କ ଉପରେ…

ବାଲିଯାତ୍ରାରୁ ହଟିଲା ଦୋଳି କଟକଣା: SOP ମାନି ଚାଲିବ ଦୋଳି

କଟକ,୨୭।୧୧ ବାଲିଯାତ୍ରାରେ ଦୋଳି ଚାଳନା ଉପରେ ଲାଗିଥିବା କଟକଣା ହଟାଇଛି ପ୍ରଶାସନ। ଏଣିକି ନିର୍ଦ୍ଧାରିତ ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁପାଳନ କରି ଦୋଳି…

ଗୋପାଳପୁର ବନ୍ଦରରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

ଛତ୍ରପୁର,୨୭ା୧୧(ଦିଲ୍ଲୀପ ସାମଲ): ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ଆଇଏନଏସ ଦୁନାଗିରି’ ବିଶାଖାପାଟଣାରୁ ଆସି ଗୋପାଳପୁର ବନ୍ଦରରେ ପହଞ୍ଚିଛି। ଏହି ଅବସରରେ ଆସନ୍ତା ଦୁଇଦିନ ଧରି ସାଧାରଣ ଜନତାଙ୍କୁ ଯୁଦ୍ଧଜାହାଜଟିକୁ…

ଜଳୁଥିବା କାର୍‌ ନିକଟରେ ଅର୍ଦ୍ଧଦଗ୍ଧ ମୃତଦେହ, ମିଳିନି ପରିଚୟ

ବାରଙ୍ଗ,୨୭ା୧୧(ଲିଙ୍ଗରାଜ ରାଉତ): କଟକ ଉପକଣ୍ଠ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ଅତ୍ୟନ୍ତ ଲୋମହର୍ଷଣକାରୀ ତଥା ସନ୍ଦେହଜନକ ଘଟଣା ଘଟିଛି। ଏକ କାର୍‌ରେ…

ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସ

ନୂଆଦିଲ୍ଲୀ,୨୭।୧୧: ୨୦୨୬ରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ ହୋଇଛି। ଜୁନ ୨୦୧୩ ପରଠାରୁ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି।…

୧୪୫ ଟେଷ୍ଟ, ୫୭୭ ଉଇକେଟ୍‌; ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିବେ ଏହି ଅଭିଜ୍ଞ ଖେଳାଳି! ଟେଷ୍ଟ କ୍ୟାରିୟରକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆର ଅଭିଜ୍ଞ ଅଫ ସ୍ପିନର ନାଥନ ଲାୟନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପର୍ଥରେ ହେବାକୁ ଥିବା ପ୍ରଥମ ଟେଷ୍ଟରୁ ବାଦ୍‌ ଦିଆଯାଇପାରେ। ରିପୋର୍ଟ ଅନୁସାରେ, ଶନିବାର ଘୋଷଣା…

ମଞ୍ଚ ଉପରେ ଜିଅନ୍ତା କୁଚିଆ ଗିଳିଲେ କଳାକାର, ସାପ ଭାବି ଦର୍ଶକ ଛାନିଆ, ଭାଇରାଲ୍ ଦୃଶ୍ୟକୁ ନେଇ ହଇଚଇ

ବ୍ରହ୍ମପୁର, ୨୭।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମରେ କୋଠିଶାଳ ଯାତ୍ରା ଅବସରରେ ଜଣେ କଳାକାର ମଞ୍ଚ ଉପରେ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?