Posted inଖେଳ

ରୋହିତ୍‌ଙ୍କୁ ବିଶ୍ୱର ସର୍ବକାଳୀନ ମହାନ ଓପନର୍‌ କହିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ, ୧।୭- ଏକଦିବସୀୟ କ୍ରିକେଟ୍‌ରେ ବଡ଼ ଶତକୀୟ ଇନିଂସ ଖେଳିବାର ଦକ୍ଷତା ରଖୁଥିବା ରୋହିତ୍‌ ଶର୍ମାଙ୍କୁ ଏହି ଫର୍ମାଟ୍‌ର ଶ୍ରେଷ୍ଠ ଓପନର୍‌ ମାନ୍ୟତା ଦେଇଛି ବୋଲି ପୂର୍ବତନ କ୍ରିକେଟର୍‌ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି। ରୋହିତ୍‌ ବର୍ତ୍ତମାନ ସୁଦ୍ଧା ଦିନିକିଆରେ ୨୯ ଶତକ ହାସଲ କରିସାରିଛନ୍ତି। ଯେଉଁଥିରେ ସେ ୧୧ ଥର ୧୪୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି। ୧୯୮୦ ଦଶକରେ ଭାରତର ଦୁର୍ଦ୍ଦର୍ଷ ଓପନର୍‌ ରହିଥିବା ଶ୍ରୀକାନ୍ତ କହିଛନ୍ତି, ବିଶ୍ୱ ଦିନିକିଆ କ୍ରିକେଟ୍‌ରେ ମହାନ ଓପନର୍‌ ତାଲିକାରେ ରୋହିତ୍‌ ଶ୍ରେଷ୍ଠ ୩ ମଧ୍ୟରେ ରହିବେ। ‘ରୋହିତ୍‌ଙ୍କୁ ମୁଁ ବିଶ୍ୱର ସର୍ବକାଳୀନ ମହାନ ଓପନର୍‌ ଭାବେ ଗଣିବି। ସେ ଅତି ସହଜରେ ବଡ଼ ଶତକୀୟ ଇନିଂସ ଖେଳିପାରନ୍ତି କିମ୍ବା ଦ୍ୱିଶତକ ହାସଲ କରନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ଯଦି ଏକଦିବସୀୟ କ୍ରିକେଟ୍‌ରେ ଜଣେ ବ୍ୟାଟ୍ସମ୍ୟାନ ଏକାକୀ ୧୫୦, ୧୮୦ କିମ୍ବା ୨୦୦ ରନ୍‌ ସଂଗ୍ରହ କରୁଛନ୍ତି ତାହାଲେ ଟିମ୍‌ର ସ୍କୋର କେତେ ହେବ ଚିନ୍ତା କରନ୍ତୁ। ରୋହିତ୍‌ଙ୍କ ନିକଟରେ ଏହି ଦକ୍ଷତା ରହିଛି’ ବୋଲି ଭାରତ ପକ୍ଷରୁ ୧୪୬ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ୬୦ ବର୍ଷୀୟ ଶ୍ରୀକାନ୍ତ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି। ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ରୋହିତ୍‌ ବର୍ତ୍ତମାନ ସୁଦ୍ଧା ୨୨୪ ଏକଦିବସୀୟ ମ୍ୟାଚ୍‌ରୁ ୪୯.୨୭ ଆଭରେଜରେ ୯ ହଜାର ୧୧୫ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨୯ ଶତକ ଓ ୪୩ ଅର୍ଦ୍ଧଶତକ ସାମିଲ ରହିଛି। ୨୬୪ ରନ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର, ଯାହାକି ଏକ ବିଶ୍ୱରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

ଅଙ୍ଗନବାଡି ସଂଘର ବଡ଼ ଘୋଷଣା: ଏହିଦିନ ହେବ ରାଲି

ଗୁଡାରି,୨୬।୭(ପ୍ରମୋଦ କୁମାର ପତି ): ରବିବାର ଗୁଡାରି ବ୍ଲକ ଅଙ୍ଗନବାଡି ସଂଘ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଙ୍ଘର ନିଷ୍ପତ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ମେସେଜ୍‌: ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୁବକଙ୍କୁ…

ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ ଅଧୀନରେ ରବିବାର ଯୁବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଉପରେ…

ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ଦାରୁବିଗ୍ରହଙ୍କ ଅଧରପଣା ନୀତି ଆରମ୍ଭ

ପୁରୀ,୨6ା୭(ଅଜିତ୍‌ କୁମାର ମହାନ୍ତି): ସରି ଆସୁଛି ଘୋଷଯାତ୍ରା। ଶନିବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ପାଣିଆ…

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri