୨୦୨୨ରେ ଭୋଟ୍‌ ପ୍ରଚାର କରିବ ରୋବୋ

ନୂଆଦିଲ୍ଲୀ, ୨୧।୬: ଗତ ମାର୍ଚ୍ଚ, ଏପ୍ରିଲରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ମହାମାରୀ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ପ୍ରଚାର ସଭାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେବାରୁ ସଂକ୍ରମଣ ବଢ଼ିଥିଲା। ନେତାମାନଙ୍କ ନିର୍ବାଚନୀ ସଭା ଏକପ୍ରକାର ସୁପରସ୍ପ୍ରେଡରରେ ପରିଣତ ହୋଇଥିଲା। ଏଭଳି ବିପଦରୁ ରକ୍ଷା ପାଇବା ପାଇଁ ଆସନ୍ତା ବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନରେ ନେତାମାନଙ୍କ ତରଫରୁ ରୋବୋ ପ୍ରଚାର ଅଭିଯାନରେ ସାମିଲ ହୋଇପାରେ। ଏଥିପାଇଁ ଓ୍ବାନ୍‌ଷ୍ଟାଣ୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ‘ଦୂତ୍‌’ ନାମରେ ଏକ ରୋବୋ ବିକଶିତ କରିଛି। ମାନବ ସଦୃଶ ଏହି ରୋବୋ ବିଭିନ୍ନ ନେତାଙ୍କ କଣ୍ଠସ୍ବରରେ କଥା ହେବା ସହ ବିଭିନ୍ନ ଅଙ୍ଗଭଙ୍ଗୀ କରି ଜନସାଧାରଣଙ୍କୁ ପ୍ରଭାବିତ କରିପାରିବ।
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳପ୍ରଦେଶ, ଗୋଆ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେଥିରେ ଉକ୍ତ ରୋବୋକୁ ପ୍ରଚାର କାର୍ଯ୍ୟରେ ସାମିଲ କରିବା ଲାଗି ବିଭିନ୍ନ ଦଳ ସହ କଥାବାର୍ତ୍ତା ଚାଲିଛି। ଗତ ଏପ୍ରିଲ୍‌ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ନବଗଠିତ ରାଜନୈତିକ ଦଳ ଇଣ୍ଡିଆ ମକ୍କଲ ମୁନ୍ନେତ୍ରା କାଟ୍‌ଚି (ଆଇଏମ୍‌ଏମ୍‌କେ) ପ୍ରଚାରରେ ପ୍ରଥମ ଥର ପାଇଁ ମାନବାକୃତି ରୋବୋ ବ୍ୟବହାର ଆରମ୍ଭ କରିଥିଲା। ଦୁଜି ନାମକ ଏହି ୪ ଫୁଟ ଉଚ୍ଚତା ବିଶିଷ୍ଟ ରୋବୋ କେବଳ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ମହାମାରୀ ସମୟରେ ଦୂତ୍‌ ନିର୍ଦ୍ଦିଷ୍ଟ ଦଳ ତଥା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନେତାମାନଙ୍କ ବାର୍ତ୍ତା ନେଇ ଲୋକମାନଙ୍କର ସୀମିତ ସମାବେଶକୁ ପ୍ରବର୍ତ୍ତାଇ ପାରିବ।
ଉକ୍ତ ରୋବୋର ରୋଭରରେ ଏକ ହୁଇଲ୍‌ବେସ୍‌ ଓ ଅଲ୍‌ହ୍ବିଲ୍‌ ଡ୍ରାଇଭ୍‌ ଗିଅରବକ୍ସ ରହିଛି, ଯାହା ସହାୟତାରେ ଏହା ବିଭିନ୍ନ ପୃଷ୍ଠରେ ସହଜରେ ଗତି କରିପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମର୍ଥିତ ଭଏସ୍‌ ରେକଗ୍‌ନାଇଜେଶନ ଜରିଆରେ ଏହା ରାଜନେତାଙ୍କ ତରଫରୁ ଜନସମାବେଶକୁ ସମ୍ବୋଧନ କରିବ ବୋଲି ଓ୍ବାନ୍‌ଷ୍ଟାଣ୍ଡ ଇଣ୍ଡିଆର ନିର୍ଦ୍ଦେଶକ କୁମାର କହ୍ନେୟା ସିଂ କହିଛନ୍ତି। ଏହି ରୋବୋ ଲୋକମାନଙ୍କ ସହିତ ଭାବ ବିନିମୟ କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବ। ଏଥିରେ ଥିବା ସର୍ଭୋ ମୋଟର ରୋବଟକୁ ବିଭିନ୍ନ ଅଙ୍ଗଭଙ୍ଗୀ କରିବାରେ ସହାୟକ ହେବ। ରୋବୋର ମୁଣ୍ଡରେ ଲାଗିଥିବା ଏଚ୍‌ଡି କ୍ୟାମେରା ସହାୟତାରେ ଏହା ଶ୍ରୋତାଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ପ୍ରତିକ୍ରିୟାକୁ ଜାଣିପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ପିଢ଼ିର ସର୍ଭୋ ମୋଟର ବିଭିନ୍ନ ଶବ୍ଦ କରିବା ସହ ଭାରତର ଉଷ୍ମ ଜଳବାୟୁରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସମର୍ଥ।
ମହାମାରୀ ସମୟରେ ନେତାମାନେ ଦଳୀୟ କର୍ମୀମାନଙ୍କୁ ଭେଟି ପାରୁ ନ ଥିବାବେଳେ ରୋବୋ ପ୍ରଚାରକ ଏକ ସମୟରେ ଏକାଧିକ ସ୍ଥାନରେ ନିର୍ବାଚ ପ୍ରଚାର କରିବା ସହ ନେତାମାନଙ୍କ ମୂଲ୍ୟବାନ ସମୟ ବଞ୍ଚାଇପାରିବ। ଉକ୍ତ ମାନବାକୃତି ରୋବୋରେ ୧୦ଟି ଖଞ୍ଜା ରହିଥିବାରୁୂ ଏହା ଲୋକମାନଙ୍କୁ ହାତ ହଲାଇବା ସହ ବିଭିନ୍ନ ଭାବଭଙ୍ଗୀ କରିପାରିବ। ଓ୍ବାନଷ୍ଟାଣ୍ଡ ଇଣ୍ଡିଆ ସହ ମୁମ୍ବାଇର ଇନୋଭେଟର ସନ୍ତୋଷ ହୌଲାଓ୍ବାଲେ ମିଳିତ ଭାବେ ଏହି ମାନବାକୃତିର ରୋବୋକୁ ବିକଶିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?