Posted inଜାତୀୟ

ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା; ନିର୍ବାଚନୀ ସଭା ବାତିଲ

ନୂଆଦିଲ୍ଲୀ,୨।୪: ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। କେବଳ ସତର୍କତା ଅବଲମ୍ବନସ୍ବରୂପ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଣୁ ସେ ଆସାମ ଏବଂ ତାମିଲନାଡ଼ୁରେ ହେବାକୁ ଥିବା ନିର୍ବାଚନ ସମାବେଶରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାପଡ଼ିଛି।

ଏନେଇ ଟୁଇଟ୍‌ କରି ପ୍ରିୟଙ୍କା କହିଛନ୍ତି, ନିକଟରେ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସିବା ହେତୁ ଆସାମ ଗସ୍ତ ବାତିଲ କରିବାକୁ ପଡ଼ୁଛି। ନିଜର କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଛି। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଦିନ ଆଇସୋଲେଶନରେ ରହିବାକୁ ହେବ। ଏହି ଅସୁବିଧା ଲାଗି ସମସ୍ତଙ୍କ ନିକଟରେ କ୍ଷମାପାର୍ଥୀ। କଂଗ୍ରେସ ଜିତୁ ବୋଲି ପ୍ରାର୍ଥନା କରୁଛି।

ପ୍ରକାଶ ଯେ, କଂଗ୍ରେସର ସାଧାରଣ ସମ୍ପାଦକ ଥିବା ପ୍ରିୟଙ୍କା ଶୁକ୍ରବାର ୩ଟି ରାଲିରେ ଯୋଗଦେଇଥାନ୍ତି। ଏହାଛଡ଼ା ସେ ଶନିବାର ତାମିଲନାଡୁ ଗସ୍ତରେ ଯାଇଥାନ୍ତେ। ହେଲେ ଏବେ ତାହା ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ମନ୍ତ୍ରରେ ସରକାର କାମ କରୁଛନ୍ତି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ଶୁକ୍ରବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ସେଣ୍ଟ୍ରାଲ ହଲ୍‌ରେ ଉଭୟ ଗୃହକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଭାରତ...

ସ୍ବଦେଶୀ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା: ଆମେରିକା-ରୁଷ୍‌-ଚାଇନା ସହିତ ସମକ୍ଷକ ଭାରତ

ନୂଆଦିଲ୍ଲୀ, ୧୦।୧୨: ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା ମିଳିଛି। ଏହାଦ୍ୱାରା ଆମେରିକା,ରୁଷ୍‌ ଏବଂ ଚାଇନା ସହିତ ଭାରତ ସମକ୍ଷକ ହୋଇପାରିଛି।...

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ନୀତୀଶ!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଥିବା ବେଳେ ଏବେ ସେ ସରକାର ଗଠନ କରିବାକୁ ଯାଉଛି । ହେଲେ ନୀତୀଶ କୁମାର...

୩ ଦିନରେ ୭ ମହାଦେଶ ବୁଲିଲେ

ନୂଆଦିଲ୍ଲୀ,୧୧ା୧: ଦୁଇଜଣ ଭାରତୀୟ ମାତ୍ର ୩ ଦିନରେ ୭ ମହାଦେଶ ବୁଲି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନେ ହେଲେ ଡ. ଅଲୀ ଇରାନୀ...

ମରାଠା କୋଟା ଆଇନ : ଜରୁରୀ ଶୁଣାଣି ଆବେଦନରବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ମରାଠା ସମ୍ପ୍ରଦାୟକୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଥିବା ମହାରାଷ୍ଟ୍ର ଆଇନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ବେଳେ ମାମଲାର ଜରୁରୀ...

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା...

ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା

ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍‌ନିସିଆନ୍‌ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍‌-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ...

ସପ୍ତାହେ ପୂର୍ବରୁ ଶୀତ ଅଧିବେଶନ ହୋଇପାରେ ଶେଷ…

ନୂଆଦିଲ୍ଲୀ,୨୦।୧୨ : ସଂସଦର ବର୍ତ୍ତମାନର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଶୁକ୍ରବାର ଦିନ ଶେଷ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଏକ...

Advertisement
Archives

Model This Week