ରାସ୍ତା ପାଲଟିଛି ମରଣଯନ୍ତା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ କୃତ୍ରିମ ପୋଖରୀ….

ଲାଞ୍ଜିଗଡ,୬ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହର ଲାଞ୍ଜିଗଡ ଥାନା ପଛପଟ ତଥା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା ମରଣଜନ୍ତା ପାଲଟିଛି । ପୋଖରୀ ନିକଟସ୍ଥ ମୁନିଗୁଡାକୁ ସଂଯୋଗ କରୁଥିବା ରାସ୍ତା ଉପରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି ।

ଏହି ରାସ୍ତାଟି ଦୀର୍ଘ ୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଏବଂ ବର୍ତ୍ତମାନ ତାହା ଖାଲ ଖମାରେ ଭର୍ତ୍ତି ହୋଇଯାଇଥିବା ବେଳେ ଖାଲଗୁଡିକରେ ପାଣି ଭର୍ତ୍ତି ହୋଇରହୁଛି । ଏହି ରାସ୍ତାଦେଇ ଛାତ୍ରୀଛାତ୍ର ସ୍କୁଲ କଲେଜ ଯାଉଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ପାଣି ଜମି ରହୁଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାରୀଯାନ ଗୁଡିକ ଯାଇ ରାସ୍ତାର ଅବସ୍ଥା ଏଭଳି ପରିସ୍ଥିତି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ରଥଯାତ୍ରା ସମୟରେ ମୁଖ୍ୟ ରାସ୍ତା ଉପରେ ୯ ଦିନ ରଥ ରହି ରାସ୍ତା ବନ୍ଦ ରହୁଥିବା ବେଳେ ୯ ଦିନ ପର୍ଯ୍ୟନ୍ତ ସମସ୍ତ ଯାନ ବାହାନ ସମେତ ସ୍କୁଲ ବସ ମଧ୍ୟ ଏହି ରାସ୍ତାଦେଇ ଯିବା ଆସିବା କରିଥାନ୍ତି ।

ଅନେକ ଥର ରଥଯାତ୍ରା ସମୟରେ ବର୍ଷା ଯୋଗୁଁ ଏହି ରାସ୍ତାରେ ଅନ୍ୟ ଗାଡିଗୁଡିକୁ ରାସ୍ତା ଦେଉଥିବା ବେଳେ ସ୍କୁଲ ବସ ଓ ଭାରୀଯାନ ରାସ୍ତାରେ ଫସିଯିବା ନଜିର ଆସିଛି । ଲାଞ୍ଜିଗଡ ପଞ୍ଚାୟତ ତରଫରୁ ଏହି କାମ କରିବା କଥା କିନ୍ତୁ ପଞ୍ଚାୟତର ଅଧିକାରୀମାନଙ୍କର କାହାରି ନଜର ପଡୁନଥିବା ଅଭିଯୋଗ ହୋଇଛି ।

ଆସନ୍ତା ୧୬ ତାରିଖରେ ରଥଯାତ୍ରା ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାର ମରାମତି ବ୍ୟବସ୍ଥା ପାଇଁ କାହାରି ନଜର ପଡୁନାହିଁ । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ପ୍ରଶାସନ ତରଫରୁ ଶୀଘ୍ର ମରାମତି କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଲାଞ୍ଜିଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିବାରୁ ଏହି ରାସ୍ତାର କାମ ପାଇଁ ପଞ୍ଚାୟତରେ ପାଣ୍ଠି ନାହିଁ ଏବଂ ଯାହାବି ଅଛି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ତିଆରି ହେଉଛି । ଏହି ରାସ୍ତା ବିଷୟରେ ଲାଞ୍ଜିଗଡ ବିଡ଼ିଓଙ୍କୁ ମଧ୍ୟ ଜଣାଇଛି । ଏହି ରାସ୍ତାର ମରାମତି କାମ କେତେଦିନ ଭିତରେ ହେବ ଦେଖିବାକୁ ବାକିରହିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?